Tourists : ସାଉଦି ଆରବରେ ଫସିଛନ୍ତି ୪ ହଜାର ଭାରତୀୟ ତୀର୍ଥଯାତ୍ରୀ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ସାଉଦି ଆରବରେ ବିମାନ ଚଳାଚଳ ବାତିଲ ହେବା ଯୋଗୁଁ ପ୍ରାୟ ୪ ହଜାର ଭାରତୀୟ ଉମରା ତୀର୍ଥଯାତ୍ରୀ ମକ୍କା ଓ ମଦିନାରେ ଅଟକି ରହିଛନ୍ତି। ଆଞ୍ଚଳିକ ଉତ୍ତେଜନା ଓ ସୁରକ୍ଷାଜନିତ ଆଶଙ୍କା ମଧ୍ୟରେ ବିମାନ ସେବା ବାଧାପ୍ରାପ୍ତ ହୋଇଥିବାରୁ ସେମାନେ ଭାରତ ଫେରିପାରୁ ନାହାନ୍ତି। ଏହି ତୀର୍ଥଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଅୱେସି ଦାବି କରିଛନ୍ତି।

ଅୱେସି ଗୁରୁବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି କହିଛନ୍ତି ଯେ ଏହି ତୀର୍ଥଯାତ୍ରୀମାନେ ଇଣ୍ଡିଗୋ, ଆକାଶ ଏୟାର ଓ ଏୟାର ଇଣ୍ଡିଆ ବିମାନରେ ସାଉଦି ଆରବ ଯାଇଥିଲେ। କିନ୍ତୁ ବିମାନ ସେବା ବାତିଲ ହେବା ପରେ ସେମାନେ ସେଠାରେ ଅଟକି ରହିଛନ୍ତି। ସମ୍ପୃକ୍ତ ବିମାନ କମ୍ପାନିଗୁଡ଼ିକୁ ବଡ଼ ବିମାନ ଚଳାଇବାକୁ ଅନୁମତି ଦେବା ପାଇଁ ସେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)କୁ ଅନୁରୋଧ କରିଛନ୍ତି। ଯଦି ନିୟମିତ ବିମାନ ସେବା ତୁରନ୍ତ ଆରମ୍ଭ କରିବା ସମ୍ଭବ ନୁହେଁ, ତେବେ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି। ତୀର୍ଥଯାତ୍ରୀଙ୍କୁ ସେଠାରେ ଛାଡ଼ି ଦିଆଯାଇଥିବା ଅଭିଯୋଗ କରି ଅୱେସି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସମେତ କେନ୍ଦ୍ରର ଅନ୍ୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଅନ୍ୟପକ୍ଷରେ, ବୈଦେଶିକ ମନ୍ତ୍ରଣାଳୟ (ଏମ୍‌ଇଏ) କହିଛି ଯେ ଗତ ଏକ ସପ୍ତାହ ମଧ୍ୟରେ ପ୍ରାୟ ୩ ହଜାର ଅଟକି ରହିଥିବା ଉମରା ତୀର୍ଥଯାତ୍ରୀ ଉପଲବ୍ଧ ବିମାନରେ ଭାରତ ଫେରିଛନ୍ତି। ଏହାବ୍ୟତୀତ ନିୟମିତ ବିମାନରେ ଆଉ ୧୦ ହଜାରରୁ ଅଧିକ ତୀର୍ଥଯାତ୍ରୀ ଫେରିଛନ୍ତି। ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ରିୟାଦସ୍ଥିତ ଭାରତୀୟ ଦୂତାବାସ ଓ ଜେଦ୍ଦାସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ବିମାନ କମ୍ପାନି ଏବଂ ଯାତ୍ରା ଆୟୋଜକଙ୍କ ସହ ଯୋଗାଯୋଗରେ ଅଛନ୍ତି। ଅଟକି ରହିଥିବା ଭାରତୀୟଙ୍କୁ ଆବଶ୍ୟକ ସହାୟତା ଦେବା ପାଇଁ ଭାରତୀୟ ମିସନଗୁଡ଼ିକ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସେମାନଙ୍କ ଫେରିବା ପାଇଁ ବିମାନ କମ୍ପାନି ଓ ଯାତ୍ରା ଆୟୋଜକଙ୍କ ସହ ଆଲୋଚନା ଜାରି ରହିଥିବା ମନ୍ତ୍ରଣାଳୟ କହିଛି। 

Puri: ପୁରୀରେ ନିର୍ମାଣ ହେବ ନୂତନ ପତିତପାବନ ଭକ୍ତ ନିବାସ, ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା

Read Entire Article
LEFT SIDEBAR AD

Hidden in mobile, Best for skyscrapers.