Top 10 Polluted Cities: ରାଜସ୍ଥାନରେ AQI ୧୩୦୦ ଅତିକ୍ରମ, ଆଜି ଭାରତର ଶ୍ରେଷ୍ଠ ୧୦ ପ୍ରଦୂଷିତ ସହର...

1 hour ago 3
ARTICLE AD BOX

ଦିଲ୍ଲୀକୁ ଦେଶର ସବୁଠାରୁ ପ୍ରଦୂଷିତ ସହର ବୋଲି ଅନେକ ଭାବୁଛନ୍ତି। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍ ହୋଇପାରେ। ରାଜସ୍ଥାନର ବିକାନେର ଆଜି ସମସ୍ତ ପ୍ରଦୂଷଣ ରେକର୍ଡ ଭାଙ୍ଗିଛି। ପଞ୍ଜାବର ଭତିଣ୍ଡା ମଧ୍ୟ ବିପଜ୍ଜନକ ପ୍ରଦୂଷଣର ଶିକାର ହେଉଛି।

 ରାଜସ୍ଥାନରେ AQI ୧୩୦୦ ଅତିକ୍ରମ, ଆଜି ଭାରତର ଶ୍ରେଷ୍ଠ ୧୦ ପ୍ରଦୂଷିତ ସହର...

ନୂଆଦିଲ୍ଲୀ: ଦିଲ୍ଲୀକୁ ଦେଶର ସବୁଠାରୁ ପ୍ରଦୂଷିତ ସହର ବୋଲି ଅନେକ ଭାବୁଛନ୍ତି। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍ ହୋଇପାରେ। ରାଜସ୍ଥାନର ବିକାନେର ଆଜି ସମସ୍ତ ପ୍ରଦୂଷଣ ରେକର୍ଡ ଭାଙ୍ଗିଛି। ପଞ୍ଜାବର ଭତିଣ୍ଡା ମଧ୍ୟ ବିପଜ୍ଜନକ ପ୍ରଦୂଷଣର ଶିକାର ହେଉଛି। ଆସନ୍ତୁ ଜାଣିବା ଭାରତର ଅନ୍ୟ ସହରଗୁଡ଼ିକର ଅବସ୍ଥା କେମିତି ରହିଛି।

  • ରାଜସ୍ଥାନର ବିକାନେରରେ ସକାଳ ଆଜି ସକାଳ ୬ଟା ୪୫ରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୧୩୫୭ରେ ପହଞ୍ଚିଥିଲା, ଯାହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ
  • ପଞ୍ଜାବର ଭତିଣ୍ଡାରେ AQI ୮୮୩
  • ହରିୟାଣାର କରନାଲରେ AQI ୮୫୦
  • ଉତ୍ତରପ୍ରଦେଶର ଗାଜିଆବାଦରେ AQI ୮୪୦
  • ହରିୟାଣାର ସୋନିପତରେ AQI ୮୨୨  
  • ଉତ୍ତର ପ୍ରଦେଶର ମେରଠରେ AQI ୮୧୨
  • ହରିଆଣାର ପାନିପତରେ AQI ୮୦୪
  • ଉତ୍ତର ପ୍ରଦେଶର ହାପୁଡ଼ରେ AQI ୭୮୬
  • ହରିଆଣାର କୈଥଲରେ AQI ୭୬୯  
  • ନୂଆଦିଲ୍ଲୀରେ AQI ୭ଟା ୨୬ରେ ୬୩୦ 

Air pollution: ଦିଲ୍ଲୀରେ ଶ୍ୱାସକ୍ରିୟା ସଙ୍କଟ! ବାୟୁ ଗୁଣବତ୍ତା ସୂଚକାଙ୍କ ୫୬୭ ଅତିକ୍ରମ

ଭୟଙ୍କର ପ୍ରଦୂଷଣ କାରଣରୁ ଲୋକେ ଶ୍ବାସକ୍ରିୟା ଜନତି ସମସ୍ୟାର ଅନୁଭାବ କରୁଛନ୍ତି। ଆଗକୁ ଦୀପାବଳି ଆସୁଛି। ଦିଲ୍ଲୀ ସମେତ ଉପରୋକ୍ତ ସହରଗୁଡ଼ିକ ଅଧିକ ପ୍ରଦୂଷିତ ହେବାର ଆଶଙ୍କା ବଢ଼ିଛି। ତେବେ ସୁପ୍ରିମକୋର୍ଟ ମଧ୍ୟ ବାଣ ଫୁଟାଇବା ନେଇ ଗାଇଡଲାଇନ୍‌ ଜାରି କରିଛନ୍ତି। ସରକାର, ପ୍ରଶାସନର ଗାଇଡଲାଇନ ତୁଳନାରେ ଜନସାଧାରଣଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ କାମ କରିବାର ଅଛି। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.