Toll Tax: ବନ୍ଦ ହେବ କି ଟୋଲ୍ ଟ୍ୟାକ୍ସ ?

1 hour ago 1
ARTICLE AD BOX

ଟୋଲ ଟ୍ୟାକ୍ସକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଜାତୀୟ ରାଜପଥରେ ଟୋଲ୍ ଟ୍ୟାକ୍ସ ବନ୍ଦ କରିବା କିମ୍ବା ଟୋଲ୍ ପ୍ଲାଜାକୁ ହଟାଇବା ପାଇଁ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି।

ପକେଟକୁ ବାଧୁଛି... ଅଯଥା ଖର୍ଚ୍ଚ ହେଉଛି... କେବେ ସରିବ ଏହି ଟୋଲ୍ ଟ୍ୟାକ୍ସ? ଏହି ପ୍ରଶ୍ନ ପ୍ରତ୍ୟେକ ଗାଡ଼ି ଚାଳକଙ୍କ ମନରେ ଥାଏ। ତେବେ ଲୋକଙ୍କ ମନରେ ଉପୁଜୁଥିବା ଏହି ପ୍ରଶ୍ନର ସରକାର ଉତ୍ତର ଦେଇଛନ୍ତି। ଗୁରୁବାର ସଂସଦରେ ସମାନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଯେଉଁଥିରେ ସରକାର ଜାତୀୟ ରାଜପଥରେ ଟୋଲ୍ ଟ୍ୟାକ୍ସ ବନ୍ଦ କରିବା କିମ୍ବା ଟୋଲ୍ ପ୍ଲାଜାକୁ ହଟାଇବା ପାଇଁ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି। ଆଦାୟ ହେଉଥିବା ଟୋଲ୍ ରାଜସ୍ୱ ରାଜପଥର ରକ୍ଷଣାବେକ୍ଷଣ,ବିକାଶ ଓ ସମ୍ପ୍ରସାରଣରେ ବ୍ୟବହୃତ ହେଉଥିବାରୁ ଏହି ଟୋଲ୍ ଆଦାୟ ପ୍ରକ୍ରିୟା ଜାରି ରହିବ। ତେବେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ କହିଛି ଯେ ପିପିପି ବା ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ ପ୍ରକଳ୍ପରେ ରିହାତି ଅବଧି ସରିବା ପରେ ପ୍ରକଳ୍ପ ସରକାରଙ୍କୁ ହସ୍ତାନ୍ତର କରାଯିବ ଏବଂ ନିୟମ ଅନୁଯାୟୀ ଟୋଲ୍ ଆଦାୟ ହେବ। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.