ARTICLE AD BOX
ଭୁବନେଶ୍ବର: ୨୦୨୪ ମସିହା ଗ୍ରୀଷ୍ମ ଋତୁ ହାତୀ ଗଣନାରେ ଓଡ଼ିଶାରେ ୨,୦୯୮ଟି ହାତୀ ଚିହ୍ନଟ ହୋଇଥିଲେ। ଶୀତ ଋତୁ ଗଣନାରେ ଏହି ସଂଖ୍ୟା ୨,୧୦୩ରେ ପହଞ୍ଚିଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ ରାଜ୍ୟରେ ହାତୀଙ୍କ ସଂଖ୍ୟା ସ୍ଥିର ରହିଛି। ତେବେ ବୈଜ୍ଞାନିକ ଅଧ୍ୟୟନ କହୁଛି, ଓଡ଼ିଶାର ଜଙ୍ଗଲରେ ଅତି ବେଶିରେ ୧୭୦୦ରୁ ୧୮୦୦ ହାତୀ ରହିବାର କ୍ଷମତା ରହିଛି। ଏଥିରୁ ସ୍ପଷ୍ଟ ଯେ ଓଡ଼ିଶାରେ ହାତୀଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ଜାଗା ନାହିଁ ଏବଂ ହାତୀ ଜନବସତିମୁହାଁ ହେଉଛନ୍ତି। ମଣିଷ-ହାତୀ ଲଢ଼େଇ ମଧ୍ୟ ଏବେ ଶୀର୍ଷରେ ପହଞ୍ଚିଲାଣି। ୨୦୨୦ରୁ ୨୦୨୬ ମଧ୍ୟରେ ରାଜ୍ୟରେ ୯୦୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୧୩ଟି ହାତୀଙ୍କର ଜୀବନ ଯାଇଛି।
Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର
ତାହାକୁ ନଜରରେ ରଖି ହାତୀ ସଂଖ୍ୟାକୁ ପରିବେଶଗତ ସନ୍ତୁଳନ ମଧ୍ୟରେ ରଖିବା ସହ ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା ଉଦ୍ଦେଶ୍ୟରେ ପରିଚାଳନା ନୀତି ପ୍ରସ୍ତୁତ ହୋଇଛି। ମୟୂରଭଞ୍ଜ, ମହାନଦୀ ଓ ସମ୍ବଲପୁରରେ ତିନୋଟି ହାତୀ ସଂରକ୍ଷିତ ଅଞ୍ଚଳ ଅଧିସୂଚିତ ହୋଇଥିବାବେଳେ ୧୧ଟି ପ୍ରମୁଖ ହାତୀ କରିଡର୍କୁ ସୁରକ୍ଷା ଦିଆଯାଉଛି। ବିଦ୍ୟୁତ୍ ଆଘାତରେ ସର୍ବାଧିକ ହାତୀଙ୍କ ମୃତ୍ୟୁ ହେଉଥିବାରୁ ପ୍ରତିରୋଧଯୋଗ୍ୟ କାରଣ ଚିହ୍ନଟ କରାଯାଇ ବିଦ୍ୟୁତ୍ ଭିତ୍ତିଭୂମିର ଆଧୁନିକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଏଥିସହ ଲୋକଙ୍କ ପ୍ରାଣହାନି କ୍ଷେତ୍ରରେ କ୍ଷତିପୂରଣ ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସତ୍ତ୍ବେ ପ୍ରତିଦିନ ରାଜ୍ୟର କେଉଁଠି କେଉଁଠି ହାତୀ-ମଣିଷ ଲଢ଼େଇର ଚିତ୍ର ସାମନାକୁ ଆସିବା ବର୍ତ୍ତମାନ ବଡ଼ ଆହ୍ୱାନ ହୋଇଛି।
ଜଙ୍ଗଲରେ ରହିପାରିବେ ୧୮୦୦, ଅଛନ୍ତି ୨୧୦୦
୬ ବର୍ଷରେ ୯୦୬ ମଣିଷ, ୫୧୩ ହାତୀଙ୍କ ଜୀବନ ଗଲାଣି
ଓଡ଼ିଶାର ୨୫ଟି ଜିଲ୍ଲାରେ ହାତୀଙ୍କ ଉପସ୍ଥିତି ଅଛି, ଯାହାକୁ ରାଜ୍ୟର ଜୈବ ବିବିଧତା ସଂରକ୍ଷଣରେ ଅଗ୍ରାଧିକାର ଦିଆଯାଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶା ସରକାର ହାତୀ ସଂରକ୍ଷଣ ଓ ପରିଚାଳନା ପାଇଁ ବ୍ୟାପକ ନୀତିଗତ ଢାଞ୍ଚା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାରେ ହାତୀ ବାସସ୍ଥଳୀକୁ ୪ଟି ପରିଚାଳନା କ୍ଷେତ୍ରରେ ବିଭକ୍ତ କରାଯାଇ ବିଜ୍ଞାନଭିତ୍ତିକ, ପ୍ରଯୁକ୍ତିସମର୍ଥିତ ଓ ସମୁଦାୟକେନ୍ଦ୍ରିକ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ମାଧ୍ୟମରେ ମଣିଷ-ହାତୀ ସହାବସ୍ଥାନକୁ ସୁଦୃଢ଼, ସଂଘର୍ଷ ହ୍ରାସ, ହାତୀ ସଂରକ୍ଷଣ ଏବଂ ଦୀର୍ଘମିଆଦୀ ସୂତ୍ରରେ ପାରିପାର୍ଶ୍ବିକ ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି।
Neglect: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ୨୦୨୦ରୁ ପ୍ରସ୍ତାବ, ହୋଇପାରିନି ଜମି ଚିହ୍ନଟ
ବନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ରାଜ୍ୟରେ ହାତୀ ପରିଚାଳନା କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ହେଉଛି। ବନ୍ୟଜନ୍ତୁ ଅପରାଧ ନିରୀକ୍ଷଣ ପାଇଁ ଏଚ୍ଏଡବ୍ଲୁକେ ପୋର୍ଟାଲ, କ୍ଷେତ୍ରସ୍ତରୀୟ ମନିଟରିଂ ପାଇଁ ‘ପ୍ରହାର’, ସମନ୍ୱିତ ବନ୍ୟପ୍ରାଣୀ ପରିଚାଳନା ପାଇଁ ‘ଆଇଡବ୍ଲୁଏଲ୍ଏସ୍’ ଓ କ୍ଷତିପୂରଣ ପ୍ରଦାନ ପାଇଁ ‘ଅନୁକମ୍ପା ୨.୦’ କାର୍ଯ୍ୟକାରୀ ହେଉଛି। ଏଥିସହ ଏଆଇ ଟାୱାର, ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍, ଥର୍ମାଲ ଡ୍ରୋନ୍, ରେଡିଓ କଲାର ଓ ମୋବାଇଲ୍ ସତର୍କ ବାର୍ତ୍ତା ବ୍ୟବସ୍ଥା ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ନିରନ୍ତର ନଜର ରଖାଯାଉଛି। ସଂଘର୍ଷକୁ ପୂର୍ବରୁ ରୋକିବାକୁ ପ୍ରୟାସ ମଧ୍ୟ ହେଉଛି। ସଂରକ୍ଷଣ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବାକୁ ୨,୧୪୨ ଜଣ ଗଜସାଥୀ ସ୍ୱେଚ୍ଛାସେବକ, ବିଦ୍ୟୁତ୍ ପ୍ରହରୀ ଦଳ, ଦ୍ରୁତ ପ୍ରତିକ୍ରିୟା ଦଳ ସମେତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଛି। ସେହିପରି ବାଉଁଶ, ଫଳ ବୃକ୍ଷରୋପଣ, କୃତ୍ରିମ ଜଳାଶୟ ନିର୍ମାଣ, ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ ପରିଚାଳନା ଓ ଉଦ୍ଧାର ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଇଥିବା ସଂପୃକ୍ତ ଅଧିକାରୀ କହିଛନ୍ତି।

3 days ago
4


