ARTICLE AD BOX
ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଔପନ୍ୟାସିକମାନଙ୍କ ମଧ୍ୟରୁ କାହ୍ନୁଚରଣ ମହାନ୍ତି ଅନ୍ୟତମ। ଓଡ଼ିଆ ଉପନ୍ୟାସକୁ ରାଜ୍ୟର ପୁରପଲ୍ଲୀରେ ଲୋକପ୍ରିୟ କରାଇବାରେ କାହ୍ନୁଚରଣ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୧୯୦୬ ଅଗଷ୍ଟ ଆଜି ଦିନରେ କଟକର ନାଗବଳିଠାରେ ସେ ଜନ୍ମ ହୋଇଥିଲେ। ଛୋଟ ବୟସରୁ ସାହିତ୍ୟ ପ୍ରତି ଆକର୍ଷିତ ହୋଇ ପ୍ରଥମେ କବିତା ରଚନା ଆରମ୍ଭ କରିଥିଲେ। ପ୍ୟାରୀମୋହନ ଏକାଡେମିର ଛାତ୍ର ଥିବା ବେଳେ ବିଦ୍ୟାଳୟ ପତ୍ରିକାରେ ତାଙ୍କର କେତେକ କବିତା ପ୍ରକାଶ ପାଇଥିଲା। ପରେ ସେ କବିତା ଲେଖା ଛାଡ଼ି ଗଳ୍ପ ରଚନାରେ ମନୋନିବେଶ କରିଥିଲେ।
Narendra Modi: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
ଏହା ପରେ ଉପନ୍ୟାସ ରଚନାର ଧାରା ସେ ଆରମ୍ଭ କରିଥିଲେ। କଲେଜରେ ପଢ଼ିବା ବେଳେ ସେ ତାଙ୍କର ପ୍ରଥମ ଦୁଇଟି ଉପନ୍ୟାସ ରଚନା କରିଥିଲେ ହେଁ ସେଗୁଡ଼ିକ ପ୍ରକାଶ ପାଇ ନ ଥିଲା। ‘ବାଲିରାଜା’ ତାଙ୍କର ପ୍ରଥମ ପ୍ରକାଶିତ ଉପନ୍ୟାସ। ସାମାଜିକ ପରିସ୍ଥିତି, ସମସାମୟିକ ସମସ୍ୟା, ଗ୍ରାମ୍ୟ ଚରିତ୍ରକୁ ନେଇ ସରଳ ଭାଷାରେ ସେ କାହାଣୀ ଲେଖୁଥିଲେ। ତାଙ୍କର ଅଧିକାଂଶ ଉପନ୍ୟାସରେ ମହିଳାଙ୍କ ଦୁର୍ଦ୍ଦଶା ଏବଂ ଜାତିଗତ ଓ ଆର୍ଥିକ ଶୋଷଣର ବାସ୍ତବବାଦୀ ଚିତ୍ରଣ ଦେଖିବାକୁ ମିଳେ। ମଣିଷର ମନସ୍ତାତ୍ତ୍ବିକ ବିଶ୍ଳେଷଣ ବଳରେ ସେ ଚରିତ୍ରମାନଙ୍କୁ ଜୀବନ୍ତ କରିପାରୁଥିଲେ। ଉଚ୍ଚ ଜାତିର ଲେଖକ ହୋଇ ସୁଦ୍ଧା ଦଳିତ ବର୍ଗର ଚରିତ୍ରଗୁଡ଼ିକୁ ସେ ନ୍ୟାୟସଙ୍ଗତ ଭାବେ ଉପସ୍ଥାପନ କରୁଥିଲେ। ଛଅ ଦଶନ୍ଧିର ସାହିତ୍ୟିକ ଜୀବନରେ ସେ ପଚାଶରୁ ଅଧିକ ସଂଖ୍ୟକ ଉପନ୍ୟାସ ରଚନା କରିଥିଲେ। ତାଙ୍କର କାଳଜୟୀ କୃତିଗୁଡ଼ିକ ମଧ୍ୟରେ ‘ହା ଅନ୍ନ’, ‘ଶାସ୍ତି’, ‘ତୁଣ୍ଡବାଇଦ’, ‘କା’ ଉଲ୍ଲେଖନୀୟ। ତାଙ୍କର ଉପନ୍ୟାସର କାହାଣୀକୁ ନେଇ କେତେକ ଓଡ଼ିଆ ସିନେମା ନିର୍ମିତ ହୋଇ ଦର୍ଶକାଦୃତ ହୋଇଛି। ୧୯୯୪ ଏପ୍ରିଲ ୬ ତାରିଖରେ କାହ୍ନୁଚରଣ ଶେଷନିଃଶ୍ବାସ ତ୍ୟାଗ କରିଅଛନ୍ତି।

4 days ago
4


