ARTICLE AD BOX
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍ସି)ର ନାମ ଓ ଚିହ୍ନକୁ ନେଇ ନିର୍ବାଚନ କମିସନ୍ (ଇସି)ଙ୍କ ଅନ୍ତରୀଣନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା ଆବେଦନର ଜରୁରୀ ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି। ସୋମବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଓ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ବରିଷ୍ଠ ଓକିଲ କପିଲ ସିବଲ ମାମଲାଟିକୁ ଜରୁରୀ ଭାବେ ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଥିଲେ। ପ୍ରଧାନ ବିଚାରପତି ମାମଲା ତାଲିକାଭୁକ୍ତ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।
ଆହୁରି ପଢନ୍ତୁ :Mahanadi Water Dispute: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ, ମହାନଦୀ ବଞ୍ଚାଅ ଆନ୍ଦୋଳନ କର୍ମୀ ଅଟକ
ଇସି ଗତ ସପ୍ତାହରେ ଟିଏମ୍ସିର ଦୁଇ ବିବାଦୀୟ ଗୋଷ୍ଠୀ ମଧ୍ୟରେ ଦଳରନିୟନ୍ତ୍ରଣକୁ ନେଇ ବିବାଦ ପରେ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଓ ‘ଘାସଫୁଲ’ ଚିହ୍ନ ବ୍ୟବହାର ଉପରେ ଅନ୍ତରୀଣ ରୋକ୍ ଲଗାଇଥିଲେ। ଏହା ପରେ ଅକ୍ଟୋବର ୬ରେ ହେବାକୁ ଥିବା ପଶ୍ଚିମବଙ୍ଗ ଉପନିର୍ବାଚନ ପାଇଁ ମମତାଙ୍କ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଓ ‘ଫୁଟବଲ୍ ଖେଳାଳି’ ଚିହ୍ନ ଏବଂ ଅନ୍ୟ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାମ ଓ ‘ଲଫାପା’ ଚିହ୍ନ ଦିଆଯାଇଛି। ସିବଲ କହିଥିଲେ, ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଇସି ନାମ ଓ ଚିହ୍ନକୁ ଅଚଳ କରିଛନ୍ତି। ମାମଲାରେ ଇସି ଓ ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କୁ ପକ୍ଷ କରାଯାଇଛି। ଇସି କହିଛି, ଦୁଇ ଗୋଷ୍ଠୀର ଦାବି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ନିଆଯିବ।

1 week ago
6


