ARTICLE AD BOX
ପ୍ରାୟ ୭ ବର୍ଷ ପରେ ଜିନପିଙ୍ଗଙ୍କ ଭାରତ ଆସିଥିଲେ। ତେବେ ଜିନପିଙ୍ଗଙ୍କ ଆଗମନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଉଁ ହୋଟେଲରେ ସେ ରହିବେ ସେଠାରେ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଭାରତରେ ପହଞ୍ଚିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଦିଲ୍ଲୀରେ ଆୟୋଜିତ ହେଉଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଭାରତ ଆସିଛନ୍ତି । ପ୍ରାୟ ୭ ବର୍ଷ ପରେ ଜିନପିଙ୍ଗଙ୍କ ଏହା ପ୍ରଥମ ଭାରତ ଗସ୍ତ । ତେବେ ସେ ଏକା ନୁହେଁ ତାଙ୍କ ସହ ୬୭ ଜଣିଆ ପ୍ରତିନିଧି ଦଳ ମଧ୍ୟ ଭାରତରେ ପହଞ୍ଚିଛି । ଏହି ଦଳରେ ବରିଷ୍ଠ ରାଜନୈତିକ ଅଧିକାରୀ, କୂଟନୀତିଜ୍ଞ, ସୁରକ୍ଷା ଅଧିକାରୀ ଏବଂ ଡାକ୍ତରୀ କର୍ମଚାରୀ ସାମିଲ ଅଛନ୍ତି । ସେପଟେ ଜିନପିଙ୍ଗଙ୍କ ଆଗମନକୁ ନେଇ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜିନପିଙ୍ଗ ଯେଉଁ ହୋଟେଲରେ ରହିବେ ସେଠାରେ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ହୋଟେଲ ଓ ଏହାର ଆଖପାଖ ଅଞ୍ଚଳ ସହ ଭୂତଳ ପାଇପଲାଇନ ନେଟୱାର୍କର ମଧ୍ୟ ଯାଞ୍ଚ କରାଯାଇଛି । ତେବେ ଜିନପିଙ୍ଗଙ୍କ ସୁରକ୍ଷା ପାଇଁ ଆଉ କେଉଁ କେଉଁ ବ୍ୟବସ୍ଥା କରାଯାଇଛି ଆସନ୍ତୁ ଜାଣିବା ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 hours ago
1


