ARTICLE AD BOX
ଠାକୁରମୁଣ୍ଡା: ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖପରଖାଇ ଗାଁରେ ମହାବଳ ବାଘ ଦେଖିବାକୁ ମିଳିଛି। ଗାଁର ଟୁକେ ହୋଙ୍କ ଘରପାଖରେ ବାଘଟି ଲୁଚି ରହିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି।
ସୂଚନା ଅନୁଯାୟୀ, ରାତି ଅନ୍ଧାରରେ ବାଘର ଉପସ୍ଥିତି ଜଣାପଡିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଲୋକେ ଟର୍ଚ୍ଚ ଲାଇଟ ପକାଇ ବାଘ ଉପରେ ନଜର ରଖିବା ସହ ବନ ବିଭାଗକୁ ଖବର ଦେଇଛନ୍ତି। ଫଟୋରେ ବାଘର ଦେହର ଦାଗ ସ୍ପଷ୍ଟ ଦେଖାଯାଉଛି।
ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
କାହାରି କ୍ଷୟକ୍ଷତି ହୋଇନାହଁ
ଲୋକେ ରାତିରେ ଘରୁ ଏକା ନ ବାହାରିବା, ଗାଈ ଗୋରୁ ସୁରକ୍ଷିତ ସ୍ଥାନରେ ବାନ୍ଧିବା ଓ ବନ ବିଭାଗ ସହ ସହଯୋଗ କରିବାକୁ ବିଭାଗ ସୂଚନା ଦେଇଛି। ଜଣଙ୍କ ଖାଲି ରହିଥିବା ଘର ଭିତରେ ବାଘଟି ପଶିରହିଛି। ବନ ବିଭାଗ ଘର ଚାରି ପଟେ ଜଗି ରହିଛି। ମହାବଳ ବାଘକୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି। କାହାରି କ୍ଷୟକ୍ଷତି ହୋଇନାହଁ।
Baitarani Flood: ଡୋଭାବିଲ ପାଟଣାରେ ପୁଣି ଘାଇ, ବୁଡ଼ିଲାଣି ୨ ପଞ୍ଚାୟତ ସମେତ ଅହିୟାସ ବଜାର

3 days ago
3

