Tiger enters house: ଘରେ ପଶିଲା ମହାବଳ: ରାତିସାରା ଘର ଭିତରେ ବନ୍ଦ ରହିଲା, ୧୨ ଘଣ୍ଟା ପରେ ଉଦ୍ଧାର

1 hour ago 1
ARTICLE AD BOX

ବାରିପଦା/ଠାକୁରମୁଣ୍ଡା: ଗାଁ ଭିତରେ ମହାବଳ ବୁଲୁଥିବା ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଖୋଜାଖୋଜି ଭିତରେ ହଠାତ ଏକ ଘର ଭିତରକୁ ପଶିଗଲା ବାଘ। ଭୟରେ ଘର ଲୋକେ ବାହାର ପଟୁ କବାଟ ବନ୍ଦ କରିଦେଲେ। ଫଳରେ ରାତିସାରା ଘର ଭିତରେ ବନ୍ଦ ରହିଲା ମହାବଳ। ଶେଷରେ ୧୨ ଘଣ୍ଟାର ଅକ୍ଲାନ୍ତ ଉଦ୍ୟମ ପରେ ଆଜି ସକାଳେ ବନ୍ୟପ୍ରାଣୀ ବିଭାଗର ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଜାଲ ବିଛାଇ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ପ୍ରାଥମିକ ଚିକିତ୍ସା ଓ ପରୀକ୍ଷାରୁ ବାଘଟିର ବୟସ ୭ରୁ ୮ ମାସ ମଧ୍ୟରେ ହୋଇଥିବା ବେଳେ ଏହା ଅସୁସ୍ଥ ଥିବା ଜଣାପଡ଼ିଛି। ମୟୂରଭଞ୍ଜଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନ ଠାକୁରମୁଣ୍ଡା ରେଞ୍ଜର ଖପରଖାଇ ଗାଁରେ ଘଟିଛି ଏହି ରୋମାଞ୍ଚକର ଘଟଣା। ସୂଚନା ଅନୁସାରେ, ଗତ ୩ ଦିନ ଧରି ଖପରଖାଇ ଗାଁ ଓ ଆଖପାଖ ଅଞ୍ଚଳରେ ଲୋକେ ଏକ ମହାବଳ ବାଘକୁ ଦେଖି ଆସୁଥିଲେ। ଗତକାଲି ବାଘଟି ଏକ ଛେଳି ଶିକାର କରିବା ପରେ ସନ୍ଧ୍ୟାରେ ଗାଁ ଭିତରେ ଟୁକେ ହୋଙ୍କ ଘର ନିକଟରେ ବୁଲୁଥିବା ଦେଖାଯାଇଥିଲା। ବାଘକୁ ଦେଖି ଗାଁ ଲୋକଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିଲା। 

Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...

ଖବର ପାଇ ବନ ବିଭାଗର ଏକ ଉଦ୍ଧାରକାରୀ ଦଳ ଗାଁରେ ପହଞ୍ଚି ବାଘଟିକୁ ଖୋଜିଥିଲେ। ବହୁ ସମୟ ଖୋଜାଖୋଜି ପରେ ବାଘଟିର ସନ୍ଧାନ ମିଳିଥିଲେ ମଧ୍ୟ ତାକୁ ଧରିବାରେ ସଫଳ ହୋଇ ପାରିନଥିଲେ। ଛକାପଞ୍ଝା ଭିତରେ ବାଘଟି ଗାଁର ଯୋଗେନ୍ଦ୍ର ଗାଗରାଇଙ୍କ ପ୍ରଧାନମନ୍ତ୍ରୀ ଆବାସ ଘର ଭିତରେ ପଶିଯାଇଥିଲା। ବାଘକୁ ଘର ଭିତରେ ଦେଖି ଲୋକେ ଭୟରେ ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ। ଫଳରେ ବାଘଟି ସାରାରାତି ସେହି ଘର ଭିତରେ ବନ୍ଦ ହୋଇ ରହିଥିଲା। ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଉମାକାନ୍ତ ବେହେରା, ବନପାଳ ବିଦ୍ୟାଧର ମହାନ୍ତଙ୍କ ସମେତ ବନ କର୍ମଚାରୀମାନେ ଘଟଣାସ୍ଥଳରେ ଜଗି ରହିବା ସହ ବାଘର ସ୍ଥିତି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ।

UPI ଶୁଳ୍କ ସରକାରଙ୍କ ଖାତାକୁ ଆସିବନି: ନିର୍ମଳା

ଆଜି ସକାଳେ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। କରଞ୍ଜିଆ ଡିଏଫ୍‌ଓ ଅଜୟ କୁମାର ସାହୁ, ଉପନିର୍ଦ୍ଦେଶକ ରମେଶ କୁମାର ବିଷ୍ଣୋଇ, ଏସିଏଫ୍‌ ପ୍ରଭାତ କୁଅଁର, ଅଶୋକ କୁମାର ଦାସ ଏବଂ ପ୍ରାଣୀ ବିଶେଷଜ୍ଞଙ୍କ ଉପସ୍ଥିତିରେ ଅତ୍ୟନ୍ତ ସତର୍କତାର ସହ ଜାଲ ବିଛାଇ ବାଘଟିକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ବାଘଟିର ପ୍ରାଥମିକ ଚିକିତ୍ସା କରାଯିବା ସହ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ବାଘଟିର ବୟସ ୭ରୁ ୮ ମାସ ମଧ୍ୟରେ ହୋଇଥିବା ବେଳେ ବର୍ତ୍ତମାନ ଏହା ଅସୁସ୍ଥ ଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ବାଘକୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖିବା ପାଇଁ ଶିମିଳିପାଳରେ ବାଘୁଣୀ ଯମୁନା ରହୁଥିବା ଏନ୍‌କ୍ଲୋଜର୍‌ରେ ରଖାଯିବ। ବାଘଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛାଡ଼ିଦିଆଯିବ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.