Three Elephants: ନୂଆପଡ଼ାରେ ୩ ହାତୀଙ୍କ ଆତଙ୍କ: ପାଚିଲା ଧାନ ଫସଲ ନଷ୍ଟ; ଚିନ୍ତାରେ ଚାଷୀ

2 days ago 5
ARTICLE AD BOX

ନୂଆପଡ଼ା: ନୂଆପଡ଼ା ବ୍ଲକ୍ ଭରୁଆମୁଣ୍ଡା ପଞ୍ଚାୟତର କଟିଙ୍ଗପାଣି ଓ ଲୋଡ୍ରା ଅଞ୍ଚଳରେ ୩ଟିକିଆ ହାତୀପଲଙ୍କ ଆତଙ୍କଦେଖିବାକୁ ମିଳିଛି। ହାତୀପଲ ପାଚିଲା ଧାନ ଖାଇବା ସହ ଦଳିଚକଟି ଫସଲ ନଷ୍ଟ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ଗତ ୭ ତାରିଖ ରାତିରେ ଛତିଶଗଡ଼ ରାଜ୍ୟରୁ ୩ଟିକିଆ ହାତୀପଲ ସୁନାବେଡ଼ା ଅଭୟାରଣ୍ୟ ଦେଇ ଓଡ଼ିଶା ସୀମାକୁ ପ୍ରବେଶ କରିଥିଲେ। ରାତିରେ ସେମାନେ ପଡ଼ୋରା-ଅପରଜୋଙ୍କ ଜଳସେଚନ ପ୍ରକଳ୍ପର ଉପରିଭାଗରେ ରହିଥିଲେ। ପରଦିନ ସକାଳୁ ଭରୁଆମୁଣ୍ଡା-ଲୋଡ୍ରା ଅଞ୍ଚଳରେ ଆତଙ୍କ ଖେଳାଇଥିଲେ। ଅପରାହ୍ନରେ ସୁନାବେଡ଼ା ଅଭୟାରଣ୍ୟର କଟିଙ୍ଗପାଣି ଗାଁରେ ଉପଦ୍ରବ କରିବା ପରେ ସେଠାରେ ରାତ୍ରିଯାପନ କରିଥିଲେ।

ଆଜି ସକାଳୁ ହାତୀପଲ ଭାଓସିଲ ଓ ଦେଓସିଲ ଦେଇ କୋଟ୍ରାବେଡ଼ା ଅଞ୍ଚଳକୁ ଯାଇଥିଲେ। ସନ୍ଧ୍ୟାରେ ଓଡ଼ିଶା ସୀମାନ୍ତ ସୁନାବେଡ଼ା ଅଭୟାରଣ୍ୟର ଶିବନାରାୟଣପୁର ଗାଁ ନିକଟରେ ସେମାନଙ୍କ ଗତିବିଧି ରହିଥିଲା। ଏହା ଓଡ଼ିଶାର ଶେଷ ଗାଁ ହୋଇଥିବାରୁ ହାତୀପଲ ଆଗକୁ ଛତିଶଗଡ଼ ରାଜ୍ୟ ଭିତରକୁ ଚାଲିଯିବାର ଆଶଙ୍କା ରହିଛି।

ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର

ଅନ୍ୟପକ୍ଷରେ ଅଭୟାରଣ୍ୟ ଅଞ୍ଚଳରେ ହାତୀପଲଙ୍କ ଆତଙ୍କ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି। ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳରେ ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ହାତୀ ଓ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି।

ଭରୁଆମୁଣ୍ଡା ପଞ୍ଚାୟତର ଭରୁଆମୁଣ୍ଡା, ଲୋଡ୍ରା ଓ କଟିଙ୍ଗପାଣି ଅଞ୍ଚଳରେ ଅନେକ ଚାଷୀଙ୍କ ପାଚିଲା ଧାନ ଫସଲକୁ ହାତୀପଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି। ଚାଷୀମାନେ କଠିନ ପରିଶ୍ରମ କରିବା ସହ ଧାରକରଜ କରି ଧାନ ଚାଷ କରିଥିଲେ। ଆଉ କିଛି ଦିନ ପରେ ଧାନ ଅମଳ କରି ପରିବାର ପ୍ରତିପୋଷଣ କରିବାକୁ ଆଶା ରଖିଥିଲେ। ହେଲେ କଷ୍ଟ ଉପାର୍ଜିତ ଫସଲ ହାତୀପଲଙ୍କ ଦ୍ୱାରା ନଷ୍ଟ ହେବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ତେଣୁ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଯୋଗାଇଦେବାକୁ ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Barsha Priyadarshini: ‘ଅପସରା’ର ରିଲିଜ୍ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଏନେଇ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସୁନାବେଡ଼ା ଅଭୟାରଣ୍ୟର ସୀମାନ୍ତ ଅଞ୍ଚଳରେ ହାତୀପଲଙ୍କ ଗତିବିଧି ରହିଛି। ଲୋକଙ୍କ ଯେପରି କୌଣସି କ୍ଷୟକ୍ଷତି ନ ହୁଏ, ସେଥିପାଇଁ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ତେବେ ଏହି ହାତୀପଲ ଧାନ ଫସଲ କିମ୍ବା ଅନ୍ୟ କୌଣସି କ୍ଷୟକ୍ଷତି କରିଥିବା ନେଇ ସୂଚନା ନାହିଁ। ଯଦି କୌଣସି କ୍ଷୟକ୍ଷତି ହୋଇଥାଏ ଏବଂ କ୍ଷତିଗ୍ରସ୍ତ ଚାଷୀମାନେ ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ସରକାରୀ ନିୟମ ମୁତାବକ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.