Theft : ଏସ୍‌ପିଙ୍କ ବାସଭବନ ନିକଟରେ ଘରୁ ଚୋରି, ୨୫ ଲକ୍ଷ ଟଙ୍କାର ପାଟ ଶାଢ଼ୀ ସହ ନଗଦ ଓ ରୂପା ସାମଗ୍ରୀ ଚୋରି

14 minutes ago 1
ARTICLE AD BOX

ନୂଆପଡ଼ା: ନୂଆପଡ଼ା ସହରରେ ଗତକାଲି ରାତିରେ ଚୋରି ଘଟଣା ଘଟିଛି। ଜାତୀୟ ରାଜପଥ ୩୫୩ କଡ଼ରେ ଥିବା ଏସ୍‌ପି ଅମ୍ରିତପାଲ ସିଂହଙ୍କ ବାସଭବନ ନିକଟରେ ଘରକୁ ଚୋରମାନେ ଟାର୍ଗେଟ କରିଛନ୍ତି। ଅବସରପ୍ରାପ୍ତ ପ୍ରଫେସର କିଶୋର କୁମାର ବାରିକ ଓ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ଝାଙ୍କରଙ୍କ ଘରେ ଚୋରି ହୋଇଥିବା ଜଣାପଡ଼ିଛି। ଚୋରମାନେ ଘରେ ପଶି ୨୫ ଲକ୍ଷ ଟଙ୍କା ମୂଲ୍ୟର ପାଟ ଶାଢ଼ୀ, ନଗଦ ଟଙ୍କା, ରୂପା ସାମଗ୍ରୀ ଓ ରୂପା କଏନ୍‌ ଚୋରି କରି ନେଇଥିବା ସୂଚନା ମିଳିଛି। ଆଜି ସକାଳୁ ଘଟଣା ଜଣାପଡ଼ିବା ପରେ ନୂଆପଡ଼ା ପୁଲିସକୁ ସୂଚନା ଦିଆଯାଇଥିଲା।

ତଦନ୍ତ ପରେ ଚୋରି ଘଟଣାର ଅଧିକ ତଥ୍ୟ ସ୍ପଷ୍ଟ ହେବ

ଖବର ପାଇ ନୂଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଚୋରି ଘଟଣାର ବିଭିନ୍ନ ଦିଗକୁ ନେଇ ପୁଲିସ ଛାନଭିନ୍‌ କରୁଥିବା ବେଳେ ଚୋରଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି।ଏସ୍‌ପିଙ୍କ ବାସଭବନ ନିକଟରେ ଓ ଜାତୀୟ ରାଜପଥ କଡ଼ରୁ ଘରେ ଚୋରି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ପୁଲିସ ତଦନ୍ତ ପରେ ଚୋରି ଘଟଣାର ଅଧିକ ତଥ୍ୟ ସ୍ପଷ୍ଟ ହେବ।

Marriage: ୨୦ ବର୍ଷୀୟ ଯୁବତୀଙ୍କୁ ବିବାହ କଲେ ୭୨ ବର୍ଷୀୟ ଫୁଟବଲ୍ କିମ୍ବଦନ୍ତୀ ଦାତୁକ୍ ଆବଦା ଆଲିଫ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.