The WiFi signal: କ୍ୟାମେରାର କାମ କରୁଛି ୱାଇଫାଇ ସିଗ୍‌ନାଲ୍‌

2 hours ago 1
ARTICLE AD BOX

ଫୋନ୍‌ ବା ଲ୍ୟାପ୍‌ଟପ୍‌ରୁ ଇଣ୍ଟର୍‌ନେଟ୍‌କୁ ଡାଟା ପ୍ରସାରଣ ପାଇଁ ଉଦ୍ଦିଷ୍ଟ ୱାଇଫାଇ ନେଟ୍‌ୱର୍କ ସାଧାରଣତଃ ଏକ ଅଦୃଶ୍ୟ ଭିତ୍ତିଭୂମି ଭଳି ମନେହୁଏ। ତେବେ ଗବେଷକମାନେ ଦର୍ଶାଇଛନ୍ତି ଯେ, ଏହି ରେଡିଓ ସିଗ୍‌ନାଲ୍‌ ଦ୍ବାରା ଆହୁରି ଅଧିକ କାର୍ଯ୍ୟ କରାଯାଇପାରିବ। କୌଣସି କୋଠରି ମଧ୍ୟରେ ୱାଇଫାଇ ରେଡିଓ ୱେଭ୍‌ ସବୁ କିପରି ଗତି କରୁଛି, ତା’ ଉପରେ ଗବେଷଣା କରି ଗବେଷକମାନେ ବେଶ୍‌ ବିସ୍ମୟକର ତଥ୍ୟ ଆବିଷ୍କାର କରିଛନ୍ତି। ସେମାନେ ଏହି ରେଡିଓ ୱେଭ୍‌ରୁ ସୂଚନା ସଂଗ୍ରହ କରି ତାକୁ ରିକନ୍‌ଷ୍ଟ୍ରକ୍‌ଡ ବା ପୂର୍ବାବସ୍ଥାକୁ ଆଣି ଜାଣିପାରୁଛନ୍ତି ଯେ, ସେହି କୋଠରିର କେଉଁଠି କେଉଁ ଲୋକ ଠିଆ ହୋଇଥିଲେ ବା ବସିଥିଲେ।

Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ

କୋଠରିରେ ଉପସ୍ଥିତ ଲୋକଙ୍କ ନିକଟରେ ନେଟ୍‌ୱର୍କ ସହ ସଂଯୋଗ ହେବା ପ‌ରି ଡିଭାଇସ୍‌ ନ ଥିଲେ ବି ଗବେଷକମାନେ ଉପସ୍ଥିତି ସହ ସେମାନଙ୍କୁ ଚିହ୍ନି ପାରିଥିଲେ। କାସ୍‌ଟେଲ୍‌ଠାରେ ଥିବା ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେସନ୍‌ ସିକ୍ୟୁରିଟି ଆଣ୍ଡ୍‌ ଡିପେଣ୍ଡେବିଲିଟି’ର ଗବେଷକମାନେ ଏହି ପଦ୍ଧତି ପ୍ରୟୋଗ କରି ଲୋକ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି। ଏହି ଗବେଷଣାରେ ୧୯୭ ଜଣ ସାମିଲ୍ ହୋଇଥିଲେ। ସାଧାରଣ ୱାଇଫାଇ ପ୍ରୟୋଗ କରି ଗବେଷକମାନେ ପ୍ରାୟ ସମସ୍ତଙ୍କୁ ଠିକ୍‌ ରୂପେ ଚିହ୍ନଟ କରିଥିଲେ। ସେମାନେ ଚାଲି ବଦଳାଇଲେ ବି ୱାଇଫାଇ ବେତାର ତରଙ୍ଗ ଦ୍ବାରା ସେମାନଙ୍କୁ ଠିକ୍‌ ରୂପେ ଚିହ୍ନି ହେଉଥିଲା। କିନ୍ତୁ ଅସୁବିଧାଟି ହେଉଛି, ଏହି ପ୍ରଯୁକ୍ତି ଦୃଶ୍ୟମାନ କ୍ୟାମେରା ବା ପରିଧାନଯୋଗ୍ୟ ଡିଭାଇସ୍‌ ଉପରେ ନିର୍ଭର କରୁ ନ ଥିବାରୁ ଅସ୍ବାଭାବିକ ପ୍ରାଇଭେସି ସମସ୍ୟା ଉପୁଜିପାରେ।

ଗବେଷଣାରେ ୧୯୭ ଜଣ ସାମିଲ୍ ହୋଇଥିଲେ। ସାଧାରଣ ୱାଇଫାଇ ଦ୍ବାରା ଗବେଷକମାନେ ସମସ୍ତଙ୍କୁ ଚିହ୍ନି ପାରିଥିଲେ। ସେମାନେ ଚାଲି ବଦଳାଇଲେ ବି ୱାଇଫାଇ ବେତାର ତରଙ୍ଗ ଦ୍ବାରା ଚିହ୍ନି ହେଉଥିଲା।

ଏହି କୌଶଳରେ ନିହିତ ମୌଳିକ ପଦାର୍ଥବିଜ୍ଞାନ ସମ୍ପୂର୍ଣ୍ଣ ନୂତନ ନୁହେଁ। ୱାଇଫାଇ ସିଗ୍‌ନାଲ୍‌ ହେଉଛି ବେତାର ତରଙ୍ଗ। ବେତାର ତରଙ୍ଗ ସାଧାରଣତଃ ଗୋଟିଏ ରାଉଟର୍‌ ବା ଡାଟା ପ୍ୟାକେଟ୍‌ରୁ ସମ୍ପୂର୍ଣ୍ଣ ସଳଖ ପଥରେ ଗୋଟାଏ ରିସିଭିଂ ଡିଭାଇସ୍‌ ମଧ୍ୟକୁ ଗତି କରେ ନାହିଁ। ବେତାର ତରଙ୍ଗ ସମ୍ପୂର୍ଣ୍ଣ ପରିବେଶ ମଧ୍ୟ ଦେଇ ଗତି କରୁଥିବାରୁ ତାହା କାନ୍ଥବାଡ଼, ଆସବାବପତ୍ର, ଚଟାଣ ଓ ଲୋକଙ୍କ ସଂସ୍ପର୍ଶରେ ଆସିଥାଏ। ତେଣୁ ରିସିଭର୍‌ରେ ପହଞ୍ଚିବା ଆଗରୁ ସେ ତରଙ୍ଗ ଶକ୍ତିରୁ କିଛି ପ୍ରତିଫଳିତ, ବିଚ୍ଛୁରିତ ଅଥବା ପରିବର୍ତ୍ତିତ ହୋଇଯାଇଥାଏ।

Deras: ଡେରାସ୍‌ ସିଫୁଡ୍‌ ପାର୍କରେ ମୁଖ୍ୟ ଶାସନ ସଚିବ

ସେହି ପରିବର୍ତ୍ତନରେ ଥାଏ ସେଠାକାର ପରିବେଶ ସମ୍ବନ୍ଧୀୟ ସୂଚନା। କୋଠରି ମଧ୍ୟରେ ବୁଲାବୁଲି କରୁଥିବା ଲୋକଟିଏ ମଧ୍ୟ ଉକ୍ତ ରେଡିଓ ଲ୍ୟାଣ୍ଡ୍‌ସ୍କେପ୍‌ର ଅଂଶବିଶେଷ ହୋଇଯା’ନ୍ତି। ଯଦି ଏହି ପରିବର୍ତ୍ତନକୁ ନିର୍ଭୁଲ୍‌ ଭାବେ ମପାଯାଏ, ତା’ହେଲେ ଗୋଟାଏ କମ୍ପ୍ୟୁଟର୍‌ ସୂଚାଇ ଦେଇପାରେ, ସେ ବ୍ୟକ୍ତିଜଣକ କେଉଁଠି ଅଛନ୍ତି ଓ ତାଙ୍କ ଶରୀର ଏବଂ ଚଳପ୍ରଚଳ କରିବାର ବୈଶିଷ୍ଟ୍ୟ ସବୁ କ’ଣ? ହେଲେ ଯେତେ ଯାହା ହେଲେ ବି ୱାଇଫାଇ ଦ୍ବାରା ପୁନଃସଂରଚିତ ଫଟୋ କ୍ୟାମେରା ଫଟୋ ଭଳି ଖୁବ୍‌ ସ୍ପଷ୍ଟ ନୁହେଁ। କ୍ୟାମେରା ସବୁ ବାସ୍ତବ ସର୍ଭିଲାନ୍‌ସ ଡିଭାଇସ୍‌। ସେଗୁଡ଼ିକୁ କାନ୍ଥବାଡ଼, ଦ୍ବାର ଓ ଛାତର ଭିତର ପାର୍ଶ୍ବରେ ଲଗାଯାଇଥାଏ। ଲୋକେ ସେଗୁଡ଼ିକୁ ଦେଖିପାରନ୍ତି ଓ ସେମାନେ ରେକର୍ଡ ହେଉଛନ୍ତି ବୋଲି ଜାଣିପାରନ୍ତି। କିନ୍ତୁ ୱାଇଫାଇର ରେଡିଓ ତରଙ୍ଗ ଅଦୃଶ୍ୟ ଏବଂ ‌ଲୋକଙ୍କ ଉପରେ ପଡ଼ିବା ପାଇଁ ଏଥିରେ ଲେନ୍‌ସ୍‌ ପଏଣ୍ଟ୍‌ ନ ଥାଏ। ତେଣୁ ଏଥିରୁ ସଂଗୃହୀତ ଫଟୋଗୁଡ଼ିକରେ ବ୍ୟକ୍ତିବିଶେଷଙ୍କୁ ସ୍ପଷ୍ଟ ଭାବେ ଚିହ୍ନିବା କ‌ଷ୍ଟକର। ତା’ଛଡ଼ା ଆଜିକାଲି ବାସଭବନ, କାର୍ଯ୍ୟକ୍ଷେତ୍ର, ଦୋକାନ, ହୋଟେଲ୍‌, ରେସ୍ତୋରଁା, ପରିବହନ ବ୍ୟବସ୍ଥା ଓ ସର୍ବସାଧାରଣ କୋଠବାଡ଼ିରେ ୱାଇଫାଇ ନେଟ୍‌ୱର୍କ ସାଧାରଣ ହୋଇଗଲାଣି। ଏସବୁ ସ୍ଥାନରେ ପ୍ରତି ନେଟ୍‌ୱର୍କ ଭିନ୍ନ ଭିନ୍ନ ରେଡିଓ ପରିବେଶ ସୃଷ୍ଟି କରୁଛି। ତେଣୁ ସେଥିରୁ ଫଟୋ ସଂଗ୍ରହ କରିବାକୁ ହେଲେ ସେଗୁଡ଼ିକୁ ପୃଥକ୍‌ ଭାବେ ବିଶ୍ଳେଷଣ କରିବାକୁ ପଡ଼ିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.