The Vice President: ଆଜି ଆସୁଛନ୍ତି ଉପରାଷ୍ଟ୍ରପତି: ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବେ

2 hours ago 1
ARTICLE AD BOX

ଭୁବନେଶ୍ବର: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସୋମବାର ଓଡ଼ିଶା ଗସ୍ତରେ ଆସିବେ। ସେ ସକାଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ଲୋକଭବନ ଯିବେ। ମେ’ ଫେୟାର ସାଙ୍କ୍‌ଚୁଆରି କନ୍‌ଭେନସନ୍ ହଲରେ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ଉଦ୍‌ଘାଟନ କରିବେ। ଏହା ପରେ ସେ କଟକସ୍ଥିତ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟରେ ଆଇକନିକ୍ ଟାୱାରର ଉଦ୍‌ଘାଟନ କରିବେ। ଅପରାହ୍ଣରେ ଉପରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ବିଧାନସଭା ପକ୍ଷରୁ ଆୟୋଜନ ହେଉଥିବା ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ବିବାଦ ମୁଣ୍ଡ ଟେକିଛି।

Women farmers: ନବରଂଗପୁର ମହିଳା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ଏବେ ଅମେରିକା ଓ ଲଣ୍ଡନରେ ବିକ୍ରି

ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବେ
କଂଗ୍ରେସ ବର୍ଜନ କରିବ, ବିଜେଡି ଦ୍ବନ୍ଦରେ 

କଂଗ୍ରେସ ଦଳର ବିଧାୟକମାନେ ଏହାକୁ ବର୍ଜନ କରିବେ ବୋଲି ଦୁଇ ଦିନ ତଳେ ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିସାରିଛନ୍ତି। ବିଜେଡି ମଧ୍ୟ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବ ବୋଲି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ଗଣମାଧ୍ୟମରେ ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ବିଧାୟକମାନଙ୍କୁ ନଯିବା ପାଇଁ କୁହାଯାଇଛି। ତେଣୁ ତାଲିମ କାର୍ଯ୍ୟକ୍ରମରେ କେବଳ ବିଜେପି ବିଧାୟକମାନେ ସାମିଲ ହେବେ। ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ଅନୁମତି ମିଳିନାହିଁ। ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।

Odisha cyclone alert: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ; ପ୍ରତି ପଞ୍ଚାୟତରେ ଡାକବାଜି ଯୋଗେ ସର୍ତ୍ତକ କରାଯିବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.