ARTICLE AD BOX
କଟକ: ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲି ନିକଟସ୍ଥ ମୂଲ୍ୟବାନ ଦେଢ଼ ଏକରର ଅମୃତମଣୋହି ଜମି ପୁଣି ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବାକୁ ଯାଉଛି। ପୂର୍ବରୁ ସାବିକ ରେକର୍ଡରେ ଜମିର ସ୍ଥିତି ଅମୃତମଣୋହି ଓ ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥ ଥିଲେ ମଧ୍ୟ ୨୦୦୨ ହାଲ୍ ରେକର୍ଡରେ ଏହାକୁ ପରିବର୍ତ୍ତନ କରାଯାଇ ବ୍ୟକ୍ତିଗତ ନାମକୁ ଆଣିବାକୁ ତଞ୍ଚକତା କରାଯାଇଥିଲା। ହେଲେ ରାଜସ୍ବ ପର୍ଷଦର ଏହି ମାମଲାର ଶୁଣାଣି କରି ସଦସ୍ୟ ସତ୍ୟବ୍ରତ ସାହୁ ଉକ୍ତ ଜମିକୁ ପୁଣି ମହାପ୍ରଭୁଙ୍କ ନାମରେ ରେକର୍ଡ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଥିଲେ।
Weather: ‘ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି’
ସୂଚନା ଅନୁସାରେ, ତାଳବଣିଆ ମୌଜାର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଏହି ଜମିଟି ଥିବାରୁ ଏହାର ଗୁରୁତ୍ବ ଅଧିକ ଥିଲା। ୧୯୮୯ ମସିହା ସାବିକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିର ମାଲିକାନାରେ ପରିବର୍ତ୍ତନ କରାଯାଇଥିବାରୁ ମାମଲାର ଶୁଣାଣି ବେଳେ ରେକର୍ଡରେ ହେରଫେର୍ ହୋଇଥିବା ନେଇ ପ୍ରମାଣ ମିଳିଥିଲା। ଜମିର ମୂଳ ମାଲିକାନା ଓ ପରବର୍ତ୍ତୀ ହସ୍ତାନ୍ତରର ବୈଧତାକୁ ନେଇ ଆଇନଗତ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନର ଧାରା ୩୨ ଅନୁଯାୟୀ ସ୍ୱତଃପ୍ରବୃତ୍ତ ଭାବେ ରାଜସ୍ବ ପର୍ଷଦ ମାମଲା ଗ୍ରହଣ କରି ରେକର୍ଡ ଓ ଦଲିଲଗୁଡ଼ିକର ଯାଞ୍ଚ କରିଥିଲେ।
Maa Taratarini Temple: ଅକ୍ଟୋବର ୩ରୁ ମା’ ତାରାତାରିଣୀଙ୍କ ପୀଠରେ ଷୋଡଶ ପୂଜା
ଅପରପକ୍ଷେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ର ଧାରା ୧୬(୨) ଅନୁଯାୟୀ, ମନ୍ଦିର କମିଟିର ଦଖଲରେ ଥିବା ଅଚଳ ସମ୍ପତ୍ତିକୁ ବିକ୍ରୟ କିମ୍ବା ଅନ୍ୟ ଭାବେ ହସ୍ତାନ୍ତର କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନ ଦରକାର। ହେଲେ ଏକ୍ଷେତ୍ରରେ ତାହାକୁ ପାଳନ କରାଯାଇ ନଥିଲା। ଏଥିସହିତ ଅନ୍ୟାନ୍ୟ ଦିଗକୁ ବିଚାରକୁ ନେଇ ଶେଷରେ ରାଜସ୍ୱ ପର୍ଷଦଙ୍କ ପକ୍ଷରୁ ସମ୍ପୃକ୍ତ ଜମିର ହାଲ ଓ ନଟ୍ଫାଇନାଲ ରେକର୍ଡକୁ ସାବିକ ରେକର୍ଡ ସହ ସମନ୍ୱୟ ରଖି ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ, ମାର୍ଫତ ମନ୍ଦିର ପରିଚାଳନା କମିଟି, ଅମୃତମଣୋହି ସ୍ଥିତି’ରେ ରେକର୍ଡ କରିବାକୁ ସମ୍ପୃକ୍ତ ସେଟଲମେଣ୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

42 minutes ago
1


