The oldest peace treaty: ସର୍ବପୁରାତନ ଶାନ୍ତି ଚୁକ୍ତି

1 day ago 3
ARTICLE AD BOX

ଆଜିଠାରୁ ପ୍ରାୟ ୩,୨୦୦ ବର୍ଷ ପୂର୍ବେ ପ୍ରାଚୀନ ବିଶ୍ୱର ଦୁଇ ମହାଶକ୍ତି ମିଶର ଓ ହିଟାଇଟ୍ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯାହା ମାନବ ଇତିହାସର ସର୍ବପୁରାତନ ଶାନ୍ତି ଚୁକ୍ତି ଭାବେ ପରିଗଣିତ। ବର୍ତ୍ତମାନ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏହି ଶାନ୍ତି ଚୁକ୍ତିର ଆଉ ଏକ ହଜିଯାଇଥିବା ଅଂଶ ବା ଖଣ୍ଡ ଆବଷ୍କାର କରିଛନ୍ତି।
ତୁର୍କୀର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରତ୍ନତତ୍ତ୍ୱବିତ୍‌ମାନେ ତୁର୍କୀର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ପ୍ରାଚୀନ ହିଟାଇଟ୍‌ର ରାଜଧାନୀ ‘ହଟୁସା’ଠାରେ ଖନନ କାର୍ଯ୍ୟ ଚଳାଇଥିବା ସମୟରେ ଏହି ମାଟି ଫଳକର ଖଣ୍ଡଟି ପାଇଥିଲେ। ଗବେଷଣା ପରେ ଜଣାପଡ଼ିଲା ଯେ ଏହା ସେହି ପ୍ରସିଦ୍ଧ ମିଶର-ହିଟାଇଟ୍ ଶାନ୍ତି ଚୁକ୍ତିର ଏକ ଅଂଶ ଯାହା ମାଟି ଫଳକରେ ଲିପିବଦ୍ଧ ହୋଇଥିଲା।

Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା

ପ୍ରାଚୀନ କାଳରେ ସିରିଆ ଓ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ନେଇ ମିଶର ଓ ହିଟାଇଟ୍ ସାମ୍ରାଜ୍ୟ ମଧ୍ୟରେ ବର୍ଷ ବର୍ଷ ଧରି ଯୁଦ୍ଧ ଚାଲିଥିଲା। ଖ୍ରୀଷ୍ଟପୂର୍ବ ୧୨୭୪ ପାଖାପାଖିରେ ହୋଇଥିବା ‘କାଦେଶ ଯୁଦ୍ଧ’ ଏହାର ସବୁଠାରୁ ବଡ଼ ଉଦାହରଣ। କିନ୍ତୁ ଉଭୟ ପକ୍ଷ ଜାଣିପାରିଥିଲେ ଯେ ଯୁଦ୍ଧ ଦ୍ୱାରା କାହାରି ମଙ୍ଗଳ ହେବ ନାହିଁ ଏବଂ ପୂର୍ବ ଦିଗରୁ ଅଶ୍ୱିରିଆର ଏକ ନୂତନ ବିପଦ ମୁଣ୍ଡ ଟେକୁଥିଲା। ଶେଷରେ ଉଭୟ ସାମ୍ରାଜ୍ୟ ଯୁଦ୍ଧ ବନ୍ଦ କରି ଶାନ୍ତି ଚୁକ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

ଏହି ନୂତନ ଭାବେ ଆବିଷ୍କୃତ ଖଣ୍ଡଟିରେ ସବୁଠାରୁ ଆକର୍ଷଣୀୟ କଥାଟି ରହିଛି ଶରଣାର୍ଥୀ ବା ଦେଶାନ୍ତରୀ ଲୋକଙ୍କ ସୁରକ୍ଷା ବିଷୟରେ। ଚୁକ୍ତି ଅନୁଯାୟୀ, ଯଦି କେହି ଜଣେ ଗୋଟିଏ ରାଜ୍ୟରୁ ପଳାଇ ଅନ୍ୟ ରାଜ୍ୟକୁ ଯାଇଥିବେ, ତେବେ ତାଙ୍କୁ ଫେରାଇ ନେବାର ବ୍ୟବସ୍ଥା ଥିଲା। କିନ୍ତୁ ସବୁଠାରୁ ବଡ଼ କଥା ହେଲା, ସେମାନଙ୍କ ଉପରେ କୌଣସି କ୍ରୂର ଅତ୍ୟାଚାର କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବେ ଲିଖିତ ଥିଲା। ଚୁକ୍ତିରେ କୁହାଯାଇଥିଲା, ସେମାନଙ୍କ ଜିଭ କିମ୍ବା ଆଖି ନଷ୍ଟ କରାଯିବ ନାହିଁ, ସେମାନଙ୍କ କାନ କିମ୍ବା ଗୋଡ଼ କଟାଯିବ ନାହିଁ ଏବଂ ସେମାନଙ୍କ ସ୍ତ୍ରୀ ଓ ପିଲାମାନଙ୍କ ସହିତ ସେମାନଙ୍କ ଘରଗୁଡ଼ିକୁ ଧ୍ୱଂସ କରାଯିବ ନାହିଁ। ସେତେବେଳେ ମିଶରର ଫାରାଓ ରାମେସେସ୍‌ ଦ୍ୱିତୀୟ ଓ ହିଟାଇଟ୍ ରାଜା ହଟୁସିଲି ତୃତୀୟ ଏହି ବୁଝାମଣା କରିଥିଲେ। ଏହି ପ୍ରସିଦ୍ଧ ଶାନ୍ତି ଚୁକ୍ତିର ଏକ ପ୍ରତିମା ଆଜି ମଧ୍ୟ ଜାତିସଂଘ ମୁଖ୍ୟାଳୟରେ ଶାନ୍ତିର ଏକ ପ୍ରତୀକ ଭାବରେ ସଂରକ୍ଷିତ ହୋଇରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.