The illusion of a pond: ବିଦ୍ୟାଳୟ ଭିତରେ ପୋଖରୀର ଭ୍ରମ

1 week ago 4
ARTICLE AD BOX

ବାଲିପାଟଣା: ବାଲିପାଟଣା ରଘୁଆଗୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି। ଦିନେ ଅଧେ ନୁହେଁ ବରଂ ମାସ ମାସ ଧରି ବିଦ୍ୟାଳୟ ପ୍ରାଙ୍ଗଣରେ ବର୍ଷାପାଣି ଲହଡ଼ି ମାରୁଛି। ସ୍କୁଲ୍‌ ପରିସର ପୋଖରୀର ଭ୍ରମ ସୃଷ୍ଟି କରୁଛି। କୋମଳମତି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। ପିଲାମାନଙ୍କର ପାଠପଢ଼ାରେ ବ୍ୟାଘାତ ହେବା ସହ ଅନେକ ରୋଗର ଶିକାର ହେଉଛନ୍ତି। ଅଭିଯୋଗ କଲେ କିଛି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ ହେଉଛି।

Neglect: ୬୪୨ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂ‌ଯୋଗ, ୭୫୦ଟିରେ ଶୌଚାଳୟ

ବାଲିପାଟଣା ବ୍ଲକ୍‌ ଗୁଆପୁର ପଞ୍ଚାୟତ ରଘୁଆ ଗୋରଡ଼ା ଗଙ୍ଗାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୫୮ରେ ପ୍ରତିଷ୍ଠା ହୋଇଛି। ଶିଶୁ ବାଟିକାରୁ ସପ୍ତମ ଶ୍ରେଣୀରେ ୧୭୨ ଜଣ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ନ୍ତି। ୭ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଅଛନ୍ତି। ପରିତାପରର ବିଷୟ, ବର୍ଷା ହେଲେ ବିଦ୍ୟାଳୟକୁ କାଳ ଘୋଟି ଆସେ। ପାଣି ନିଷ୍କାସନ ହୋଇ ନ ପାରିବାରୁ ଅନେକ ବର୍ଷ ହେଲା ଏପରି ସମସ୍ୟା ସୃଷ୍ଟି ହେଉଛି। ଚଳିତ ବର୍ଷ ଜୁନ୍‌ ମାସରୁ ବର୍ଷା ହେଉଛି। ସେବେଠାରୁ ଥରକୁ ଥର ବର୍ଷା ପ୍ରଭାବରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି। ଅଧିକ ବର୍ଷା ହୋଇ କ୍ଲାସ୍‌ରୁମ୍‌ରେ ପାଣି ପଶୁଛି। ଛାତ୍ରଛାତ୍ରୀ ସେହି ପାଣିରେ ଯା’ଆସ କରିବା ଦ୍ୱାରା ଥଣ୍ଡା, ଜର, ଚର୍ମ ରୋଗର ଶିକାର ହେଉଛନ୍ତି। ଶ୍ରେଣୀଗୃହରେ ବସି ପାଠ ପଢ଼ିବା କଷ୍ଟକର ହେଉଛି।

LAC: ଭାରତ-ଚୀନ୍‌ ମଧ୍ୟରେ ଏଲ୍‌ଏସି ସ୍ଥିତିର ସମୀକ୍ଷା; ସୀମା ପରିଚାଳନା ଓ ସହଯୋଗ ଉପରେ ଆଲୋଚନା

ପାଣିରେ ଯିବାଆସିବା ବେଳେ ପିଲାମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ବାଦ୍‌ ପଡ଼ୁନାହାନ୍ତି। ଆଉ ଦିନ କେଇଟା ପରେ ସ୍ୱାଧୀନତା ଦିବସ ପାଳନ ହେବ। ହେଲେ ପତାକା ଉତ୍ତୋଳନ ପିଣ୍ଡି ପାଣି ଘେରରେ ରହିଛି। ତେଣୁ ବଡ଼ ସମସ୍ୟା ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦାଶରଥି ସ୍ୱାଇଁଙ୍କ କହିବା କଥା, ବର୍ଷା ପାଣି ଜମିବା ସମ୍ପର୍କରେ ବ୍ଲକ୍‌ ପ୍ରଶାସନ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ହୋଇଛି। ହେଲେ କୌଣସି ସୁଫଳ ମିଳୁନାହିଁ। ଅଗଷ୍ଟ ୧୫ ପାଖେଇ ଆସୁଥିବା ବେଳେ ଚିନ୍ତା ବଢ଼ିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, କିଛି ବର୍ଷ ପୂର୍ବରୁ ପଞ୍ଚାୟତ ତରଫରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଥିଲା। ସେସବୁ ଭାଙ୍ଗି ପୋତି ହୋଇଗଲାଣି। ଧାନହରାରୁ ବସନ୍ତମାଳ ରାସ୍ତା ସମ୍ପ୍ରସାରଣ ଯୋଗୁ ବର୍ଷାପାଣି ସ୍କୁଲ ଭିତରକୁ ପ୍ରବେଶ କରି ଜମି ରହୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.