Tensa Gajalakshmi Puja: ୧୯ ବର୍ଷରେ ପଦାର୍ପଣ କଲା ଟେନସା ଗଜଲକ୍ଷ୍ମୀ ପୂଜା

46 minutes ago 1
ARTICLE AD BOX

କୋଇଡ଼ା (ଅବିନାଶ ଶର୍ମା): ଚଳିତର୍ଷ  ଟେନସାର ଗଜଲକ୍ଷ୍ମୀ ପୂଜା ୧୯ ବର୍ଷରେ ପଦାର୍ପଣ କରିଥିବା ବେଳେ ପାହାଡ଼ ପାଦଦେଶରେ ସ୍ୱର୍ଣ୍ଣିମ ଆଭାରେ ଶୋଭା ପାଉଛନ୍ତି ମାଆ ଗଜଲକ୍ଷ୍ମୀ।  ସେଲ୍‌ ପରିଚାଳିତ ବରସୁଆଁ ଲୌହଖଣିର କର୍ମଚାରୀଙ୍କ ରହଣି ପାଇଁ ୧୯୬୫ ମସିହାରେ ଟେନସା ସହର ଗଢ଼ିଉଠିଥିଲା। ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜା ପାଇଁ ଟେନସାର ରହିଛି ଦୀର୍ଘଦିନର ପରମ୍ପରା। 

ନିରୁତ୍ସାହ ପରିବେଶରୁ ନୂଆ ଆରମ୍ଭ

୨୦୦୦ ମସିହା ପୂର୍ବରୁ ପୂଜାପର୍ବ ସମୟରେ ଟେନସା ଉପତ୍ୟକାକୁ ବନ୍ଧୁବାନ୍ଧବଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠୁଥିଲା। କିନ୍ତୁ କାଳକ୍ରମେ ଏହି ଆଗମନ କମିବା ସହ ପୂଜା ସମୟରେ ସହରରେ ନିରୁତ୍ସାହ ପରିବେଶ ଦେଖାଦେଇଥିଲା। ଏହି ସ୍ଥିତିକୁ ବଦଳାଇବା ପାଇଁ ୨୦୦୭ ମସିହାରେ ଆଗେଇ ଆସିଥିଲେ ଟେନସା ଇସ୍ପାତ ବିଦ୍ୟାଳୟର ୧୯୯୪ ମସିହା ମାଟ୍ରିକ୍‌ ବ୍ୟାଚ୍‌ର କିଛି ଉତ୍ସାହୀ ଯୁବକ। ମାଆ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜନ କରି ଟେନସାରେ ପୁଣି ଉତ୍ସବର ମାହୋଲ ସୃଷ୍ଟି କରିବାକୁ ସେମାନେ ସ୍ୱପ୍ନ ଦେଖିଥିଲେ।

ଟେନସା ମାର୍କେଟ୍‌ ପରିସରରେ ଆରମ୍ଭ ହୋଇଥିବା ଆଲୋଚନା ଧୀରେଧୀରେ ବାସ୍ତବ ରୂପ ନେଇଥିଲା। ଅନେକ ବାଧାବିଘ୍ନ ଓ ନିରୁତ୍ସାହ ସତ୍ତ୍ୱେ ଯୁବକମାନେ ନିଜ ଉଦ୍ୟମ ଓ ଦୃଢ଼ ମନୋବଳରେ ଆଗକୁ ବଢ଼ିଥିଲେ। ନିଜ ନିଜ ରୋଜଗାରରୁ ଅର୍ଥ ଖର୍ଚ୍ଚ କରି ପୂଜା ଆୟୋଜନ କରିବାକୁ ସେମାନେ ସଂକଳ୍ପ ନେଇଥିଲେ। ଟେନସା ଇସ୍ପାତ ବିଦ୍ୟାଳୟ ଖେଳପଡ଼ିଆରେ ମାଆ ଗଜଲକ୍ଷ୍ମୀଙ୍କ ଆରାଧନାର ଶୁଭାରମ୍ଭ ହୋଇଥିଲା। ଏହି ଛୋଟ ପ୍ରୟାସ ଆଜି ଏକ ସାମୂହିକ ଉତ୍ସବର ରୂପ ନେଇଛି।

2579fe9c-02e3-4f9f-8d43-094848f83e63

ମେଢ଼ର ମନୋହର ରୂପ, ଭକ୍ତିମୟ ସନ୍ଧ୍ୟା

ଟେନସା ଗଜଲକ୍ଷ୍ମୀ ପୂଜାର ବିକାଶରେ ବରସୁଆଁ ଲୌହଖଣି ସମେତ ଆଖପାଖ ଅଞ୍ଚଳର ଖଣିଗୁଡ଼ିକର ଅବଦାନ ମଧ୍ୟ ଉଲ୍ଲେଖନୀୟ। ପୂଜା କମିଟିର ନିରନ୍ତର ଉଦ୍ୟମରେ ଏହା ବିଭିନ୍ନ ସମୟରେ ନିଆରା ଆକର୍ଷଣ ସୃଷ୍ଟି କରିଛି। ମାଆଙ୍କ ପ୍ରତିମାକୁ ୬୫ ଫୁଟ୍‌ ଉଚ୍ଚରେ ସ୍ଥାପନ କରିବା ଭଳି ଆୟୋଜନ ମଧ୍ୟ ଏକଦା ଚର୍ଚ୍ଚାର ବିଷୟ ହୋଇଥିଲା। ଟେନସାର ଗଜଲକ୍ଷ୍ମୀ ପୂଜା କେବଳ ଧାର୍ମିକ ଆୟୋଜନ ନୁହେଁ; ଏହା ଏକତା, ଭାଇଚାରା ଓ ସାମୂହିକ ଉଦ୍ୟମର ପ୍ରତୀକ। ଦୁଇ ଦଶନ୍ଧିର ଏହି ଯାତ୍ରା ଟେନସାବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିବା ସହ ଆଗାମୀ ଦିନରେ ଏହି ପୂଜାକୁ ଆହୁରି ଲୋକପ୍ରିୟ କରିବାର ଆଶା ଜାଗ୍ରତ କରିଛି।

ବାତ୍ୟାର ପ୍ରଭାବ; ଘଣ୍ଟାପ୍ରତି ୧୪୦ କିମି ବେଗରେ ପବନ ବହିବା ସମ୍ଭାବନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.