Tender: ଚିନ୍ତା ବଢାଇଲାଣି ଲେସ୍ ଟେଣ୍ଡର ବିଡିଂ, ଧାର୍ଯ୍ୟ ମୂଲ୍ୟର ବିଡର୍ ହ୍ରାସ ପ୍ରତିଶତ ଅସୀମିତ

5 days ago 6
ARTICLE AD BOX

ଜଗତସିଂହପୁର (ଶୁଭକାନ୍ତ ପଢ଼ିହାରୀ):  ଚିନ୍ତା ବଢାଇଲାଣି ବିଭିନ୍ନ ନିର୍ମାଣ କାର୍ଯ୍ୟର ଟେଣ୍ଡର ଧାର୍ଯ୍ୟ ମୂଲ୍ୟ ଠାରୁ ଲେସ୍(ହ୍ରାସ) ବିଡିଂ। ଲେସ୍ ପରିମାଣ ଅସୀମିତ ହୋଇଥିବା ବେଳେ କାମର ମାନ ନେଇ ଉଠିଲାଣି ପ୍ରଶ୍ନ। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି କନ୍ଦରପୁର ଠାରୁ ବାଲିକୁଦା ପର୍ଯ୍ୟନ୍ତ ଚାଲିଥିବା ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର। ରାସ୍ତା ନିର୍ମାଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଧାର୍ଯ୍ୟ ଟେଣ୍ଡର ଠାରୁ ପ୍ରାୟ ୨୮ ପ୍ରତିଶତ ହ୍ରାସ(ଲେସ୍)ରେ ଏହି କାମ ପାଇଛି। ନିକଟରେ ଜଗତସିଂହପୁର ଜଳସେଚନ ବିଭାଗ ଅଧୀନ ଏକାଧିକ କେନାଲ ବନ୍ଧ କଂକ୍ରିଟ ଵାଲ ୨୦ ପ୍ରତିଶତ ହ୍ରାସରେ ଟେଣ୍ଡରଧାରୀ କାମ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜଳସେଚନ ବିଭାଗ ଅଧୀନ ବାଲିଯୋରି ନିକଟ ଏକ କାମ ପାଇଁ ୪୯ ଲକ୍ଷ ୩୯ ହଜାର ୨୧୭ ଟଙ୍କାର ଟେଣ୍ଡର ଡକା ଯାଇଥିଲା।

ଆହୁରି ପଢନ୍ତୁ: Dhenkanal: ହାତୀ ମୃତ୍ୟୁର ଗଡ଼ ଢେଙ୍କାନାଳ: ୩୬ ମାସରେ ବନଖଣ୍ଡରେ ୩୮ ହାତୀଙ୍କ ଜୀବନ ଯାଇଛି

ଏଥିର ସର୍ବାଧିକ ୫୦ ପ୍ରତିଶତ ହ୍ରାସ(ଲେସ) ୨୪ ଲକ୍ଷ ୬୯ ହଜାର ୬୦୮ ଟଙ୍କାରେ ଟେଣ୍ଡର ପକାଇଥିବା ଠିକାଦାରଙ୍କ ନାମକୁ ଅଗ୍ରାଧିକାର ଭିତ୍ତିରେ ତାଲିକାଭୂକ୍ତ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୫୫ ନମ୍ବର ଜାତୀୟ ରାଜପଥ ଠାରୁ ପରହାଟ ଭାୟା ସାନ ବାଖରାବାଦ, ଏବଂ ବେଲକଣା ମଠ ରାସ୍ତା ଏବଂ ସାନକାଳିଓ ପୂରଣ ଅଳାଭର ରାସ୍ତା କାମ ପାଇଁ ଟେଣ୍ଡର ଧାର୍ଯ୍ୟ ମୂଲ୍ୟ ଠାରୁ ୨୮.୫ ପ୍ରତିଶତ ହ୍ରାସରେ ପକାଇଥିବା ଠିକାଦାରଙ୍କୁ ତାଲିକାଭୂକ୍ତ କରାଯାଇଛି। ଗୋଟିଏ କାମ ପାଇଁ ୫୦ ପ୍ରତିଶତ ଓ ଆଉ ଗୋଟିଏ କାମ ପାଇଁ ୩୯ ପ୍ରତିଶତ ହ୍ରାସ ଥିବା ବେଳେ ଜଳସେଚନ ବିଭାଗ ଚିନ୍ତାରେ ପଡ଼ି ଯାଇଛନ୍ତି। ଠିକାଦାର କାମ କେମିତି କରିବେ ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି। ଏହି ଟେଣ୍ଡରକୁ ବାତିଲ କରାଯିବ ବୋଲି ଜଣାପଡ଼ିଛି।
ଇଏ କେତୋଟି ଉଦାହରଣ ମାତ୍ର। ସାରା ରାଜ୍ୟରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି।

ଜଣେ ଠିକାଦାରଙ୍କ କହିବା ଅନୁସାରେ, ପୂର୍ବ ସରକାର ସମୟରେ ଜସର୍ବାଧିକ ୧୪.୯୯ ପ୍ରତିଶତ ହାରରେ ଜଣେ ଠିକାଦାର ଟେଣ୍ଡର ପକାଉଥିଲେ। ଗୋଟିଏ କାମ ପାଇଁ ଏକାଧିକ ଠିକାଦାର ଯଦି ୧୪.୯୯ ପ୍ରତିଶତ ହ୍ରାସରେ ଟେଣ୍ଡର ପକାଉଥିଲେ ତାହେଲେ ସେହି ସ୍ଥାନରେ ଲଟେରି କରା ଯାଉଥିଲା। ଏପରିକି ଅନଲାଇନ୍ ବ୍ୟବସ୍ଥାରେ ୧୪.୯୯ ପ୍ରତିଶତ ଉପରକୁ ଯଦି କେହି ଟେଣ୍ଡର ପକାଉଥିଲେ ତାହେଲେ କମ୍ପ୍ୟୁଟର ତାହାକୁ ଗ୍ରହଣ କରୁ ନ ଥିଲା। କିନ୍ତୁ ଏବେ ଏହି ବ୍ୟବସ୍ଥାକୁ ଅସୀମିତ କରି ଦିଆଯାଇଛି। ଯିଏ ଯେତେ ମନଇଚ୍ଛା ହ୍ରାସ ମୂଲ୍ୟରେ ଟେଣ୍ଡର ପକାଇ ପାରୁଛି। ନିର୍ମାଣ କାମ, ପିସି, ଠିକାଦାରଙ୍କ ଲାଭ, ବିଭିନ୍ନ ଖର୍ଚ୍ଚକୁ ବାଦ୍ ଦେଲା ପରେ ନିର୍ମାଣ କାମ ଦୁର୍ବଳ ହେବା ସ୍ବାଭାବିକ। ଖାଲି ସେତିକି ନୁହେଁ ଏହାର କ୍ଷତି ସିଧାସଳଖ ରାଜକୋଷକୁ ପହଞ୍ଚିବ।

ଆହୁରି ପଢନ୍ତୁ: Supreme Court: ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ: ମୋବାଇଲ୍‌ ସ୍ବାସ୍ଥ୍ୟସେବା ୟୁନିଟ୍‌ ଫାର୍ମାସିଷ୍ଟଙ୍କ ଚାକିରି ନିୟମିତ ହେବ

 ରାସ୍ତାଘାଟ, କୋଠାବାଡ଼ି, ବ୍ରିଜ ଭାଙ୍ଗିଲେ ରୋଜକୋଷରୁ ମରାମତି ଓ ନୂଆ ନିର୍ମାଣ ହେବ। ଜଣେ ଯନ୍ତ୍ରୀ ନିଜ ନାମ ଗୋପନ ରଖି କହିଛନ୍ତି, ଅଧିକ ହ୍ରାସ ମୂଲ୍ୟରେ ନିର୍ମାଣ କାର୍ଯ୍ୟ ହେଲେ ତାହା ନିଶ୍ଚିତ ଦୁର୍ବଳ ହେବ। ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ସବୁ ହିସାବ ନିକାଶ ପରେ ଟେଣ୍ଡର ଆହ୍ବାନ କରାଯାଇଥାଏ। ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲା ଠିକାଦାର ସଂଘ ସଭାପତି ଅରବିନ୍ଦ ହୋତା ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ। ଏହା ରାଷ୍ଟ୍ର ପାଇଁ ଭଲ ନୁହେଁ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.