Temple Theft: କୁମୁଦେଶ୍ୱର ଶିବ ମନ୍ଦିରରୁ ଚୋରି: ଲୁଟିନେଲେ ଅଷ୍ଟଧାତୁର ଚାରି ବିଗ୍ରହ ମୂର୍ତ୍ତି

4 weeks ago 11
ARTICLE AD BOX

କଣାସ\ଗଡିଶାଗୋଦା:କଣାସ ବ୍ଲକ ଅଧୀନ ଗଡିଶା ଗୋଦା ଥାନା ଅନ୍ତର୍ଗତ ଗଡ଼ଖାରଦ ପଞ୍ଚୟତ ମାଳି ସାହି ୨୨ ଦେଶ ଠାକୁର କୁମୁଦେଶ୍ୱର ମନ୍ଦିରରୁ ଗତ ରାତ୍ରରେ ଦୁର୍ବୁତ୍ତମାନେ ତାଲା ଭାଙ୍ଗି ଠାକୁରଙ୍କ ଅଷ୍ଟଧାତୁର ୪ବିଗ୍ରହ ମୂର୍ତ୍ତି, ପିତଳ ଗରୁ, ଲୁଟି ନେଇଛନ୍ତି। ଖବର ପାଇ ଗଡିଶାଗୋଦା ଥାନାର କର୍ମଚାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି।

ତାଲା ଭାଙ୍ଗି ଚୋରି

ପୁରୀଜିଲ୍ଲା କଣାସ ବ୍ଲକ ଗଡିଶାଗୋଦା ଥାନା  ଅନ୍ତର୍ଗତ ଗଡ଼ଖାରଦ ଗ୍ରାମରେ ଥିବା କୁମୁଦେଶ୍ୱର ଶିବ ମନ୍ଦିରରୁ ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ମିଳିଛି। ଆଜି ସକାଳ ୬ଟାରେ ପୂଜକ ଦ୍ୱିଜ ମହାପାତ୍ର ମନ୍ଦିର ଖୋଲିବାକୁ  ଆସିଥିବା ବେଳେ ଦେଖନ୍ତି ମନ୍ଦିରର ଠାକୁରଙ୍କ ଅଷ୍ଟଧାତୁର ବିଗ୍ରହ,ସର୍ପ ଅନ୍ୟାନ୍ୟ ଜିନିଷ ଦୁର୍ବୃତ୍ତମାନେ ଚୋରି କରିନେଇଥିବା ଗ୍ରାମବାସୀ ଗଡିଶାଗୋଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଏହିଭଳି କଣାସ ଅଞ୍ଚଳରେ କେତେକ ମନ୍ଦିରରୁ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଚୋରି କରିଥିବା ନଜିର ରହିଛି ।

Snakebite: ପୃଥକ୍ ସ୍ଥାନରେ ସାପ କାମୁଡ଼ାରେ ଦୁଇ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.