Tata Trusts: ଅଧିକ ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ କରିବ ଟାଟା ଟ୍ରଷ୍ଟ୍‌ସ

1 hour ago 1
ARTICLE AD BOX

ବେଙ୍ଗାଲୁରୁ: ଦେଶର ପ୍ରମୁଖ କମ୍ପାନି ଟାଟା ଗ୍ରୁପ୍‌ର ପରିଚାଳନା କରୁଥିବା ଟାଟା ଟ୍ର‌ଷ୍ଟ୍‌ସ ଅଧ୍ୟକ୍ଷ ନୋଏଲ ଟାଟା ତାଙ୍କର ଦୀର୍ଘମିଆଦୀ ଦୃଷ୍ଟିକୋଣକୁ ଆଜି ଏଠାରେ ସ୍ପଷ୍ଟ କରିଛନ୍ତି। ଭାରତର ସ୍ବାସ୍ଥ୍ୟଓ ଶିକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ଟାଟା ଟ୍ର‌ଷ୍ଟ୍‌ସ ଅଧିକ ସଂଖ୍ୟକ ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ ସ୍ଥାପନ ଉପରେ ଧ୍ୟାନ ଦେବ। ଆଇଆଇଏମ୍‌ ବାଙ୍ଗାଲୋର ଆଲୁମନି ଆସୋସିଏସନର ପ୍ରମୁଖ କାର୍ଯ୍ୟକ୍ରମ ଆଇଆଇଏମ୍‌ବ୍ୟୁରେ ଯୋଗଦେଇ ନୋ‌ଏଲ ଏହା କହିଛନ୍ତି।

ଆହୁରି ପଢନ୍ତୁ : Odia man dead: ତିରୁପତିରେ ୪ ଦିନ ଧରି ବନ୍ଧା ପଡ଼ିଛି ଓଡ଼ିଆ ଯୁବକଙ୍କ ମୃତଦେହ

ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଟାଟା ଗ୍ରୁପ୍‌କୁ ରୂପ ଦେଇଥିବା ଦର୍ଶନ ଦ୍ବାରା ଟାଟା ଟ୍ରଷ୍ଟ୍‌ସ ପରିଚାଳିତ ହେବା ଜାରି ରହିବ। ସେ ଏହା କହିଥିଲେ ଯେ ଟାଟା ଗ୍ରୁପ୍‌ର ପ୍ରତି‌ଷ୍ଠାତାମାନେ ସମ୍ପତ୍ତି ସୃଷ୍ଟିକୁ ଏକ ଲକ୍ଷ୍ୟ ପରିବର୍ତ୍ତେ ଦେଶ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିଥିଲେ। ଟାଟା କମ୍ପାନିରେ ଥିବା ଅଂଶଧନକୁ ସେମାନେ ଯେଉଁ ଲକ୍ଷ୍ୟରେ ଟ୍ରଷ୍ଟ୍‌ସରେ ଛାଡ଼ି ଯାଇଥିଲେ ତାହାର ଏକମାତ୍ର ବାର୍ତ୍ତା ହେଲା ଭାରତ ପାଇଁ ଭଲ କର। ସେମାନେ କଦାପି କହି ନଥିଲେ ଯେ ସବୁଠୁ ବଡ଼ କମ୍ପାନି ହୁଅ। ଲୋକଙ୍କୁ ସେବା କରିବା ଏବଂ ସେମାନଙ୍କ ଜୀବନର ମାନରେ ଉନ୍ନତି ଆଣିବା ପାଇଁ କମ୍ପାନିଗୁଡ଼ିକ ରହିଛନ୍ତି ବୋଲି ସେ କହିଛନ୍ତି। ଦେଶବାସୀଙ୍କୁ ପିଢ଼ି ପରେ ପିଢ଼ି ଉପକୃତ କରୁଥିବା ପ୍ରତିଷ୍ଠାନ ସ୍ଥାପନ ପରମ୍ପରାକୁ ଟାଟା ଟ୍ରଷ୍ଟସ ପୁର୍ନଜୀବିତ କରିବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : Uttar-pradesh: ଉତ୍ତରପ୍ରଦେଶରେ ୨୬ ହଜାରରୁ ଅଧିକ ପ୍ରାଥମିକ ସ୍କୁଲ ବନ୍ଦ ଅଭିଯୋଗ, ବିଧାନସଭାରେ ପ୍ରସଙ୍ଗ ଉଠାଇବ ଏସ୍‌ପି

ଟ୍ରଷ୍ଟ୍‌ସର ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ତାଲିକାରେ ସ୍ବାସ୍ଥ୍ୟସେବା ସ୍ଥାନ ପାଇବ। ୧୭ଟି କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଆସାମ ସରକାରଙ୍କ ସହି ରାଜିନାମା କରିବା ପରେ ଟାଟା ଟ୍ରଷ୍ଟ୍‌ସ ଏବେ ଦେଶରେ ୪୦ରୁ ୫୦ଟି ଅଣଲାଭଦାୟକ ଡାକ୍ତରଖାନା ସ୍ଥାପନ ଉପରେ ଯୋଜନା ଚଳାଇଛି। ଏଗୁଡ଼ିକ କ୍ରସ୍‌ ସବ୍‌ସିଡି ମଡେଲରେ ପ୍ରତି‌ଷ୍ଠା ହେବ। ସେହିଭଳି ଦ୍ବିତୀୟ ପ୍ରମୁଖ ବିଷୟ ରହିବ ଶିକ୍ଷା। ଭାରତ ପାଇଁ ଅଧିକ ସଂଖ୍ୟକ ଅନ୍ତର୍ଜାତୀୟମାନର ଉଚ୍ଚ ଶିକ୍ଷାନୁଷ୍ଠାନ ଆବଶ୍ୟକ। ଏହାଦ୍ବାରା ଉଚ୍ଚ ଗୁଣମାନର ଶିକ୍ଷା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଉ ବିଦେଶ ଯିବାକୁ ପଡ଼ିବ ନାହିଁ। ଜେଆର୍‌ଡି ଟାଟାଙ୍କୁ ଉଦ୍ଧାର କରି ନୋଏଲ କହିଥିଲେ ଯେତେବେଳେ ଜେଆର୍‌ଡିଙ୍କୁ ଟାଟା ରଣନୀତି ସଂପର୍କରେ ପଚରାଯାଇଥିଲା ସେ ଅତି ସହଜରେ କହିଥିଲେ ଭାରତ ଯାହା ଆବଶ୍ୟକ କରେ ଆମେ ତାହା କରୁ। ତାହା ହିଁ ଆମର ଦର୍ଶନ ବୋଲି ସେ କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.