Tata Aeris: ଭାରତୀୟ ବଜାରରେ ଲଞ୍ଚ୍ ହେଲା ଟାଟା ର ନୂଆ କମ୍ପାକ୍ଟ ସେଡାନ୍ 'ଏରିସ'

1 day ago 3
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ଅଟୋମୋବାଇଲ ବଜାରରେ ନିଜର ଆଧିପତ୍ୟ ଜାହିର କରିଥିବା ଟାଟା ମୋଟର୍ସ ଏକ ନୂଆ କମ୍ପାକ୍ଟ ସେଡାନ୍ କାର୍ 'ଟାଟା ଏରିସ' ଆଧିକାରିକ ଭାବେ ଲଞ୍ଚ୍ କରିଛି। କମ୍ପାନୀ tataଏହି କାର୍‌ର ପ୍ରାରମ୍ଭିକ ଏକ୍ସ-ଶୋ'ରୁମ୍ ମୂଲ୍ୟ ୫.୨୯ ଲକ୍ଷ ଟଙ୍କା ରଖିଥିବା ବେଳେ ଏହାର ଟପ୍-ଏଣ୍ଡ୍ ଭାରିଆଣ୍ଟର ମୂଲ୍ୟ ୯.୧୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି କାର୍‌ଟି ପେଟ୍ରୋଲ୍ ସହିତ ଟାଟାର ପ୍ରସିଦ୍ଧ ଟ୍ବିନ୍-ସିଲିଣ୍ଡର ଆଇସିଏନଜି ଟେକ୍ନୋଲୋଜିରେ ବିକ୍ରି ପାଇଁ ଉପଲବ୍ଧ ହେବ।

ଆକର୍ଷଣୀୟ ଡିଜାଇନ୍ ଓ ଲୁକ୍
ନୂଆ ଟାଟା ଏରିସର ଲୁକ୍ ବେଶ୍ ପ୍ରିମିୟମ୍ ଓ ଆକର୍ଷଣୀୟ ହୋଇଛି। ଏଥିରେ ସ୍ଲିକ୍ ଫ୍ରଣ୍ଟ ଗ୍ରିଲ୍, ଶାର୍ପ ଏଲଇଡ଼ି ହେଡଲ୍ୟାମ୍ପ, ସ୍ପୋର୍ଟି ଏଲଇଡ଼ି ଡିଆରଏଲ ଏବଂ ପଛ ଭାଗରେ କନେକ୍ଟେଡ୍-ଷ୍ଟାଇଲ୍ ଟେଲଲାଇଟ୍ସ ଦିଆଯାଇଛି। ଖରାପ ରାସ୍ତାରେ ସହଜରେ ଯାତାୟାତ ପାଇଁ ଏଥିରେ ୧୫-ଇଞ୍ଚର ଆଲୟ ହ୍ବିଲ୍ସ ସହ ୧୭୦ଏମଏମର ଗ୍ରାଉଣ୍ଡ କ୍ଲିୟରାନ୍ସ ମିଳୁଛି।

ଆହୁରି ପଢନ୍ତୁ: Balasore-Bhadrak Cooperative Bank: ବାଲେଶ୍ବର-ଭଦ୍ରକ ସମବାୟ ବ୍ୟାଙ୍କ: ୩୩୪ କୋଟି ଋଣ ଅନାଦେୟ, ଓଟିଏସ୍‌ ପରେ ବି ସୁଧୁରୁନି ସ୍ଥିତି

କାର୍‌ ଭିତରେ ଗ୍ରାହକଙ୍କ ସୁବିଧା ପାଇଁ ଆଧୁନିକ ଫିଚର୍ସ ଦିଆଯାଇଛି | ଏଥିମଧ୍ୟରେ ୧୦.୨୫-ଇଞ୍ଚ ଟଚ୍‌ସ୍କ୍ରିନ୍ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ୍ (ୱାୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଓ ଆପଲ୍ କାର୍‌ପ୍ଲେ ସପୋର୍ଟ ସହ), ୩୬୦-ଡିଗ୍ରୀ ସରାଉଣ୍ଡ ଭ୍ୟୁ କ୍ୟାମେରା, ଡିଜିଟାଲ୍ ଡ୍ରାଇଭର ଡିସପ୍ଲେ ଏବଂ ଇଣ୍ଟିଗ୍ରେଟେଡ୍ ଡ୍ୟାଶ୍‌କ୍ୟାମ, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ୍ ଓ ରିୟର ଏସି ଭେଣ୍ଟସ୍ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଥିରେ ୬ଟି ଏୟାରବ୍ୟାଗ୍, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି ପ୍ରୋଗ୍ରାମ୍ (ESP), ଟାୟାର ପ୍ରେସର ମୋନିଟରିଂ ସିଷ୍ଟମ୍ ଏବଂ ISOFIX ଚାଇଲ୍ଡ ସିଟ୍ ଆଙ୍କର୍ ଭଳି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଫିଚର୍ସ ରହିଛି।

ଆହୁରି ପଢନ୍ତୁ: Uttar Pradesh: ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା, ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଲା

ଭାରତୀୟ ବଜାରରେ ଟାଟା ଏରିସର ସିଧାସଳଖ ମୁକାବିଲା ମାରୁତି ସୁଜୁକି ଡିଜାୟାର, ହ୍ୟୁଣ୍ଡାଇ ଓରା ଏବଂ ହୋଣ୍ଡା ଆମେଜ୍ ଭଳି ପୂର୍ବରୁ ଥିବା ସେଡାନ୍ କାର୍ ଗୁଡ଼ିକ ସହ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.