Tarun Tejpal: ୧୦ ବର୍ଷ ଜେଲଦଣ୍ଡ ବିରୋଧରେ ସୁପ୍ରିମ୍ କୋର୍ଟଙ୍କ ଦ୍ଵାରସ୍ଥ ହେଲେ ତରୁଣ ତେଜପାଲ

1 month ago 14
ARTICLE AD BOX

ନୂଆଦିଲ୍ଲୀ: ୨୦୧୩ ମସିହାର ଯୌନ ନିର୍ଯାତନା ମାମଲାରେ ବମ୍ବେ ହାଇକୋର୍ଟଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲଦଣ୍ଡ ପାଇବା ପରେ ''ତହେଲକା'' ମାଗାଜିନର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ ଗୁରୁବାର ସୁପ୍ରିମ୍ କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଅଗଷ୍ଟ ୬ ତାରିଖରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ନିମ୍ନ ଅଦାଲତଙ୍କ ନିଷ୍କୃତି ଆଦେଶକୁ ରଦ୍ଦ କରି ୬୨ ବର୍ଷୀୟ ତେଜପାଲଙ୍କୁ ଜଣେ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷର ସଶ୍ରମକାରାଦଣ୍ଡାଦେଶ ଶୁଣାଇଥିଲେ।

ଯୌନ ନିର୍ଯାତନା ନେଇ ମାମଲା ରୁଜୁ ହୋଇଥିଲା

ଅନ୍ୟପଟେ ଗୋଆ ସରକାର ମଧ୍ୟ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରି ତେଜପାଲଙ୍କ ଦଣ୍ଡିତ ଅବଧିକୁ ୧୦ ବର୍ଷରୁ ବୃଦ୍ଧି କରି ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ଦାବି କରିଛନ୍ତି। ଅଭିଯୋଗର ଗାମ୍ଭୀର୍ଯ୍ୟ ଦୃଷ୍ଟିରୁ ୧୦ ବର୍ଷର ଜେଲଦଣ୍ଡ ଯଥେଷ୍ଟ ନୁହେଁ ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି। ୨୦୧୩ ନଭେମ୍ବରରେ ଗୋଆର ଏକ ହୋଟେଲ୍ ଲିଫ୍ଟ ଭିତରେ ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ତେଜପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୧ରେ ନିମ୍ନ ଅଦାଲତ ତାଙ୍କୁ ଦୋଷମୁକ୍ତ କରିଥିଲେ ହେଁ ହାଇକୋର୍ଟ ଏହାକୁ ଗ୍ରହଣ ନକରି ତାଙ୍କୁ ଦଣ୍ଡିତ କରିବା ସହ ନିମ୍ନ ଅଦାଲତଙ୍କ ରାୟକୁ କଠୋର ସମାଲୋଚନା କରିଥିଲେ।

CBI: ଜେନସୋଲ୍ ଓ ବ୍ଲୁ-ସ୍ମାର୍ଟ ପ୍ରବର୍ତ୍ତକଙ୍କ ବିରୋଧରେ ସିବିଆଇ ମାମଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.