Tamil Nadu RTI Act: ତୀବ୍ର ବିରୋଧ ପରେ ତାମିଲନାଡ଼ୁ ଆଇନ ଓ ଶୃଙ୍ଖଳା ବିଭାଗର ସୂଚନା ଅଧିକାର ପରିସରରୁ ବାହାର ନିର୍ଦ୍ଦେଶ ପ୍ରତ୍ୟାହାର

12 hours ago 2
ARTICLE AD BOX

ଚେନ୍ନାଇ: ବିଭିନ୍ନ ମହଲରୁ ସମା‌ଲୋଚନା ପରେ ତାମିଲନାଡ଼ୁ ସରକାର ରାଜ୍ୟର ସାଧାରଣ (ଆଇନ ଓ ଶୃଙ୍ଖଳା) ବିଭାଗକୁ ସୂଚନା ଅଧିକାର ଆଇନ ପରିସରରୁ ବାହାର ରଖିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ସେପ୍ଟେମ୍ବର ୨୧ ତାରିଖରେ ତାମିଲନାଡ଼ୁ ମାନବ ସମ୍ବଳ ପରିଚାଳନା ବିଭାଗ ଏକ ବିଜ୍ଞପ୍ତି ଜାରି କରି ସୂଚନା ଅଧିକାର ଆଇନର ଧାରା ୨୪ (୪) ସାଧାରଣ (ଆଇନ ଶୃଙ୍ଖଳା) ବିଭାଗକୁ ଗୁଇନ୍ଦା ଓ ସୁରକ୍ଷା ସଙ୍ଗଠନ ଭାବେ ବର୍ଗୀକୃତ କରି ଏହାକୁ ସୂଚନା ଆଇନ ପରିସରରୁ ମୁକ୍ତ ରଖିଥିଲା।

ମୁଖ୍ୟମନ୍ତ୍ରୀ ବିଜୟଙ୍କ ହାତରେ ଥିବା ଏହି ବିଭାଗ ପୁଲିସ ଗୁଳିକାଣ୍ଡ ତଦନ୍ତ ରିପୋର୍ଟ, ହାଜତ ମୃତ୍ୟୁ, ସାମ୍ପ୍ରଦାୟିକ ଓ ଜାତିଗତ ସଂଘର୍ଷ, ଅଟକ ହାଜତ ନିର୍ଯାତନା, ରିମାଣ୍ଡରେ ଥିବା କଏଦୀଙ୍କ ମୃତ୍ୟୁ, ରାଜନୈତିକ, ସାମ୍ପ୍ରଦାୟିକ, ଜାତିଗତ ଓ ଛାତ୍ର ଆନ୍ଦୋଳନ ପରି ଗୁରୁତ୍ବପୂର୍ଣ୍ଣ ବିଷୟ ସହିତ ଜଡ଼ିତ ଥିବାରୁ ମାନବାଧିକାର ସଙ୍ଗଠନ ଓ କର୍ମକର୍ତ୍ତାଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। 

Water Crisis: ସଂକଟରେ ଦକ୍ଷିଣ ଓ ପଶ୍ଚିମ ଭାରତ: ତାମିଲନାଡୁକୁ ଚେତାବନୀ

ଏହି ବିଜ୍ଞପ୍ତି ଆଇନ ଶୃଙ୍ଖଳା ଓ ପୁଲିସ ଦାୟିତ୍ୱ ସହ ଜଡିତ ସୂଚନାକୁ ସାଧାରଣ ଲୋକଙ୍କ ପ୍ରବେଶକୁ ସୀମିତ କରିପାରେ ବୋଲି ସମାଲୋଚନା ପରେ ଏପରି ନିର୍ଦ୍ଦେଶ ପ୍ରତ୍ୟାହାର କରାଯାଇଛି। ତେବେ ବିଜ୍ଞପ୍ତି ପ୍ରତ୍ୟାହାର ପୂର୍ବରୁ ତାମିଲନାଡ଼ୁ ଆଇନ ମନ୍ତ୍ରୀ ସିଟିଆର୍‌ ନିର୍ମଳ କୁମାର କହିଥିଲେ ବିଭାଗର କେତେକ ଶାଖାକୁ ସୂଚନା ଆଇନ ପରିସରରୁ ଦୂରେଇ ରଖିବା ନେଇ ଥିଲା। ସମ୍ପୂର୍ଣ୍ଣ ବିଭାଗ ପାଇଁ ଉଦ୍ଦିଷ୍ଟ ନଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.