Talcher fertilizer: ଆଗେଇବ ତାଳଚେର ସାର କାରଖାନା କାର୍ଯ୍ୟ: ୩୫୦୮ କୋଟିର ପ୍ରୋତ୍ସାହନ ପାଇଁ ଆବେଦନ

5 days ago 6
ARTICLE AD BOX

ଭୁବନେଶ୍ବର: ବର୍ଷ ବର୍ଷ ଧରି ବିଳମ୍ବ ହୋଇଚାଲିଥିବା ତାଳଚେର ସାର କାରଖାନାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଅନୁଗୋଳ ଜିଲ୍ଲାର ତାଳଚେରସ୍ଥିତ ଏହି ପ୍ରକଳ୍ପକୁ ୨୦୨୭ ଡିସେମ୍ବର ସୁଦ୍ଧା  କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରଖାଯାଇଛି। ଚୀନର କମ୍ପାନି ‘ଉହୁଆନ ଇଞ୍ଜିନିୟରିଂ କୋ. ଲିମିଟେଡ୍‌’ ସହ ଥିବା ବିବାଦର ଶୀଘ୍ର ସମାଧାନ କରାଯିବ। ଆପୋସରେ ସମାଧାନ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତିି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ଦାୟିତ୍ବ ଦିଆଯାଇଛି। ଓଡ଼ିଶା ସରକାର ମଧ୍ୟ ଓପିଜିସି ଜରିଆରେ ଏହି ପ୍ରକଳ୍ପ ପାଇଁ ୨୨୦ କେଭି ବିଦ୍ୟୁତ ସଂଯୋଗ ପ୍ରଦାନରେ ସହଯୋଗ କରୁଛନ୍ତି।

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

କମ୍ପାନି କର୍ତ୍ତୃପକ୍ଷ ମଧ୍ୟ କୋଇଲା ଗ୍ୟାସିଫିକେସନ ସ୍କିମ୍‌ ଅଧୀନରେ ୩୫୦୮ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପାଇବାକୁ ଆବେଦନ କରିଛନ୍ତି। ପ୍ରକଳ୍ପର ୭୩ ପ୍ରତିଶତ କାମ ଶେଷ ହୋଇଛି। ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ କରାଯାଉଛି। କିଛି ମାସ ପୂର୍ବେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଅନୁପ୍ରିୟା ପଟେଲ କହିଥିଲେ, ତାଳଚେର ସାର କାରଖାନା ପାଇଁ ଉହୁଆନ ଇଞ୍ଜିନିୟରିଂ କୋ.ଲିଃକୁ ୨୦୧୯ରେ କାର୍ଯ୍ୟବରାଦ ଦିଆଯାଇଥିଲା। ଏହାର କିିଛି ଦିନ ପରେ କୋଭିଡ୍‌ ମହାମାରୀ ବ୍ୟାପିବାରୁ ପ୍ରକଳ୍ପ କାର୍ଯ୍ୟ ଧିମା ହୋଇଥିଲା। ଉହୁଆନ ଇଞ୍ଜିନିୟରିଂ କମ୍ପାନି ପ୍ରକଳ୍ପ କାମକୁ ଠିକ୍‌ ଭାବେ କରିନଥିଲା। ଅଳ୍ପ ମାନବ ସମ୍ବଳ ନିଯୁକ୍ତ କରିଥିଲା ଓ ବାରମ୍ବାର ଖର୍ଚ୍ଚ ବଢ଼ୁଥିବା କହିଥିଲା। କୋଭିଡ୍‌ ମହାମାରୀ ପାଇଁ ଚୀନରୁ କର୍ମଚାରୀମାନେ ଓଡ଼ିଶା ଆସିପାରିନଥି‌ଲେ। 

୩୫୦୮ କୋଟିର ପ୍ରୋତ୍ସାହନ ପାଇଁ ଆବେଦନ
ଚୀନ କମ୍ପାନି ସହ ତୁଟିବ ବିବାଦ
ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କୁ ଦାୟିତ୍ବ

ଫର୍ଟିଲାଇଜର କର୍ପୋରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ୧୯୭୧ରେ ତାଳଚେର ସାର କାରଖାନା ସ୍ଥାପନ କରାଯାଇଥିଲା ଓ ୧୯୮୦ରେ ସେଥିରୁ ଉତ୍ପାଦନ ଆରମ୍ଭ ହୋଇଥିଲା। କିନ୍ତୁ ଆର୍ଥିକ ଓ ପ୍ରଯୁକ୍ତିଗତ କାରଣ ପାଇଁ ୨୦୦୨ରେ କାରଖାନା ବନ୍ଦ ହୋଇଯାଇଥିଲା। ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ (ଟିଏଫ୍‌ଏଲ୍‌)ର ୨୦୨୫-୨୬ ବାର୍ଷିକ ରିପୋର୍ଟ ଅନୁଯାୟୀ, କାରଖାନାର ପୁନରୁଦ୍ଧାର ଲାଗି ୨୦୧୫ ନଭେମ୍ବର ୧୩ରେ ଫର୍ଟିଲାଇଜର କର୍ପୋରେସନ ଅଫ୍‌ ଇଣ୍ଡିଆ (୪.୪୫% ଅଂଶଧନ), ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ (୩୧.୮୫%), କୋଲ ଇଣ୍ଡିଆ (୩୧.୮୫%) ଓ ରାଷ୍ଟ୍ରୀୟ କେମିକାଲ୍‌ସ ଆଣ୍ଡ୍‌ ଫର୍ଟିଲାଇଜର୍ସ ଲିମିଟେଡ୍‌(୩୧.୮୫%)କୁ ନେଇ ଏକ ଯୌଥ ଉଦ୍ୟୋଗ ଗଠନ ହୋଇଥିଲା।

PM Surya Ghar: ପିଏମ୍‌ ସୂର୍ଯ୍ୟଘରରେ ଠକିଗଲେ ହିତାଧିକାରୀ

କାରଖାନାର ପ୍ରକଳ୍ପ ଖର୍ଚ୍ଚ ଇତି ମଧ୍ୟରେ ୧୯,୦୬୨.୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ୮୦୦୦ କୋଟି ଟଙ୍କା ଥିଲା। ଯୋଜନା ଅନୁସାରେ ଏହି ପ୍ରକଳ୍ପରେ ଏକ କୋଇଲା ଗ୍ୟାସିଫିକେସନ କାରଖାନା, ଏକ ଆମୋନିଆ କାରଖାନା ଓ ଏକ ୟୁରିଆ କାରଖାନା ସ୍ଥାପନ କରାଯାଉଛି। ସେଥିରୁ ବାର୍ଷିକ ୧.୨୭ ନିୟୁତ ଟନ୍‌ର ନିମ ଲେପ ବିଶିଷ୍ଟ ୟୁରିଆ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ପାଇଁ ତାଳଚେର କୋଲ୍‌ଫିଲ୍ଡସରୁ ୨.୫-୩ ନିୟୁତ ଟନ୍‌ କୋଇଲା ସଂଗ୍ରହ କରାଯିବ। ୨୦୨୫ ସେପ୍ଟେମ୍ବରରେ କମ୍ପାନି ‌ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବାଧୀନ କନସୋର୍ଟିୟମଠାରୁ ୧୨,୨୫୦.୦୬ କୋଟି ଟଙ୍କାର ଋଣ ହାସଲ କରି ପାଣ୍ଠି ଯୋଗାଡ଼ ପ୍ରକ୍ରିୟା ଶେଷ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.