ARTICLE AD BOX
ନ୍ୟୁୟର୍କ: ଜାତିସଂଘ ମୁଖ୍ୟାଳୟ ନିକଟରେ ନ୍ୟୁୟର୍କର ୪୩ତମ ଷ୍ଟ୍ରିଟ୍ ଏବଂ ତୃତୀୟ ଆଭେନ୍ୟୁ ନିକଟରେ ମଙ୍ଗଳବାର ଏକ ସନ୍ଦିଗ୍ଧ ପ୍ୟାକେଟ୍ଜ୍ ଚିହ୍ନଟ ହୋଇଥିଲା। ଏନେଇ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଥିଲା। ଅନେକ ରାସ୍ତା ବନ୍ଦ କରାଯାଇଥିଲା ଏବଂ ଲୋକଙ୍କୁ ଅଞ୍ଚଳରୁ ଦୂରେଇ ରହିବାକୁ କୁହାଯାଇଥିଲା।
ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲା ସୁରକ୍ଷା ଏଜେନ୍ସି
ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ସମୟରେ ସନ୍ଦିଗ୍ଧ ପ୍ୟାକେଟ୍ ମିଳିବା ପରେ ସତର୍କତା ସ୍ୱରୂପ, ପୁଲିସ ୪୨ତମ ଷ୍ଟ୍ରିଟ୍ରୁ ୪୪ତମ ଷ୍ଟ୍ରିଟ୍ ଏବଂ ଦ୍ୱିତୀୟ ଆଭେନ୍ୟୁରୁ ଲେକ୍ସିଂଟନ୍ ଆଭେନ୍ୟୁ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍ କରିଦେଇଥିଲା। ନ୍ୟୁୟର୍କ ପୁଲିସ ବିଭାଗ କହିଛି ଯେ, ପ୍ୟାକେଟ୍କୁ ଯାଞ୍ଚ୍ କରାଯାଇଥିଲା। ଏଥିରୁ କୌଣସି ସନ୍ଦେହଜନକ ଜିନିଷ ମିଳି ନଥିଲା। ଆମେରିକା ସିକ୍ରେଟ ସର୍ଭିସ୍ର ମୁଖପାତ୍ରଙ୍କ ଅନୁଯାୟୀ, ସୁରକ୍ଷା ଏଜେନ୍ସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ପ୍ୟାକେଟ୍ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ପାଇଁ କୌଣସି ବିପଦ ଆଶଙ୍କା ନାହିଁ। ପରବର୍ତ୍ତୀ ସମୟରେ ଏହି ଅଞ୍ଚଳକୁ ପୁଣି ଖୋଲାଯାଇଥିଲା।

5 days ago
6


