Supreme Court: ନିର୍ବାଚନ ଆୟୁକ୍ତ ନିଯୁକ୍ତି ଆଇନ ନେଇ ସୁପ୍ରିମକୋର୍ଟରେ ମତଭେଦ

5 days ago 7
ARTICLE AD BOX

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଓ ନିର୍ବାଚନ ଆୟୁକ୍ତଙ୍କ (ଇସି) ନିଯୁକ୍ତି ସମ୍ପର୍କିତ ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଆବେଦନଗୁଡ଼ିକୁ ୫ ଜଣିଆ ସମ୍ବିଧାନ ପୀଠକୁ ପଠାଯିବ କି ନାହିଁ, ଏନେଇ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ମଧ୍ୟରେ ମତଭେଦ ଦେଖାଦେଇଛି। ମାମଲାଟି ଏବେ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ଯିବ। ବୃହତ୍ତର ପୀଠ ଗଠନ ନେଇ ସିଜେଆଇ ନିଷ୍ପତ୍ତି ନେବେ। ବିଚାରପତି ଦୀପଙ୍କର ଦତ୍ତା ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆବେଦନରେ ୨୦୨୩ ଆଇନକୁ ଚାଲେଞ୍ଜ କରାଯାଇଥିଲା, ଯେଉଁଥିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପରିବର୍ତ୍ତେ ଚୟନ ପ୍ୟାନେଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମନୋନୀତ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ରଖାଯାଇଥିଲା।

ସ୍ୱାଧୀନତା ଓ ନିରପେକ୍ଷତା ଉପରେ ବ୍ୟାପକ ଚିନ୍ତା

ଜଷ୍ଟିସ୍ ଦତ୍ତା ତାଙ୍କ ରାୟରେ ନିର୍ବାଚନ ଆୟୁକ୍ତଙ୍କ ସ୍ୱାଧୀନତା ଓ ନିରପେକ୍ଷତା ଉପରେ ବ୍ୟାପକ ଚିନ୍ତା ପ୍ରକାଶ କରିଥିଲେ ଏବଂ ପ୍ରଶ୍ନ କରିଥିଲେ ଯେ,୨୦୨୩ ଆଇନ ଅନୁଯାୟୀ ନିଯୁକ୍ତି ବ୍ୟବସ୍ଥା ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଆବଶ୍ୟକ ସାମ୍ବିଧାନିକ ମାନଦଣ୍ଡ ପୂରଣ କରୁଛି କି ନାହିଁ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମନୋନୀତ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ନେଇ ଗଠନ ହୋଇଥିବା ପାନେଲ କାର୍ଯ୍ୟନିର୍ବାହୀ କ୍ଷମତା ଉପରେ ପ୍ରଭାବଶାଳୀ ଯାଞ୍ଚ କରିପାରିବ କି ବୋଲି ଜଷ୍ଟିସ୍ ଦତ୍ତା ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ବିଚାରପତି ସତୀଶ ଚନ୍ଦ୍ର ଶର୍ମା କହିଛନ୍ତି, ଆଇନର ସାମ୍ବିଧାନିକ ବୈଧତା ନେଇ ଉଠିଥିବା ପ୍ରଶ୍ନର ବିଚାର ୫ ଜଣିଆ ସମ୍ବିଧାନ ପୀଠରେ ହେବା ଆବଶ୍ୟକ।

Emergency Landing: ଇଞ୍ଜିନ୍ ଖରାପ ଯୋଗୁଁ ଚେନ୍ନାଇରେ ବିମାନର ଜରୁରୀକାଳୀନ ଅବତରଣ

୨୦୨୩ ଆଇନରେ ନିର୍ବାଚନ କମିଶନର ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ମନୋନୀତ କେନ୍ଦ୍ରମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଏହି ବ୍ୟବସ୍ଥାକୁ ନେଇ ହିଁ ମୁଖ୍ୟ ଆଇନଗତ ପ୍ରଶ୍ନ ଉଠିଛି। ଦୁଇ ବିଚାରପତିଙ୍କ ମତଭେଦ ପରେ ମାମଲାର ପରବର୍ତ୍ତୀ ଦିଗ ଏବେ ପ୍ରଧାନ ବିଚାରପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.