Sundargarh: ସୁନ୍ଦରଗଡ଼ରେ ଶିଶୁ ମୃତ୍ୟୁ ଚିନ୍ତା: ୨ ବର୍ଷରେ ଗଲାଣି ୪୮୪ ଶିଶୁଙ୍କ ଜୀବନ

1 hour ago 1
ARTICLE AD BOX

ରାଉରକେଲା (ପ୍ରୀତିପ୍ରିୟା ଦାସ): ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ୁଛି ଶିଶୁ ମୃତ୍ୟୁହାର। ବିଶେଷ କରି ଜନ୍ମକାଳୀନ ଶ୍ୱାସରୋଧଜନିତ ଶିଶୁ ମୃତ୍ୟୁ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଯେଉଁଥିରେ ପ୍ରସବ ସମୟରେ କିମ୍ବା ଜନ୍ମର ତୁରନ୍ତ ପରେ ଶିଶୁର ଶରୀର ଓ ମସ୍ତିଷ୍କକୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳିନଥାଏ। ଯାହାଫଳରେ ଶିଶୁ ନିଶ୍ୱାସ ନେଇପାରେ ନାହିଁ ଓ ତାର ମୃତ୍ୟୁ ହୋଇଥାଏ। ଗତ ଦୁଇ ବର୍ଷରେ ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ୪୮୪ ଶିଶୁଙ୍କର ମୃତ୍ୟୁ ହୋଇଛି। ତନ୍ମଧ୍ୟରୁ କେବଳ ଜନ୍ମକାଳୀନ ଶ୍ୱାସରୋଧରେ ସର୍ବାଧିକ ୫୮ ଶିଶୁଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ କେଉଁ ଶିଶୁର ଗର୍ଭନାଡ଼ିର ସମସ୍ୟା ରହିଛି ତ’ କାହାର ‘ପ୍ଲାସେଣ୍ଟା’ ସମସ୍ୟା। ପୁଣି କାହାର ଦୀର୍ଘକାଳୀନ ପ୍ରସବ ବେଦନା ଯୋଗୁଁ ମା’ ବଞ୍ଚିଲେ ବି ଛୁଆ ବଞ୍ଚିପାରୁନି। ୨୦୨୫-୨୬ରେ ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟଗତ କାରଣରୁ ୪୦୨ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ସେଥିରୁ କେବଳ ଜନ୍ମକାଳୀନ ଶ୍ୱାସରୋଧରେ ୪୬ ଜଣ ଶିଶୁଙ୍କ ଜୀବନ ଯାଇଛି। ୨୦୨୬-୨୭ ଏପ୍ରିଲରୁ ଜୁନ୍‌ ମଧ୍ୟରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରେ ୮୨ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଜନ୍ମକାଳୀନ ଶ୍ୱାସରୋଧରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଜନ୍ମକାଳୀନ ଶ୍ୱାସରୋଧଜନିତ ମୃତ୍ୟୁ ସଂଖ୍ୟା ବଢ଼ିବା କେବଳ ଚିନ୍ତାର ବିଷୟ ନୁହେଁ ଜଣ୍ଡିସ, ମ୍ୟାଲେରିଆ, ଯକ୍ଷ୍ମା, ଅପରିପକ୍ବ ଗର୍ଭଧାରଣ, ନିମୋନିଆ, ରକ୍ତହୀନତା ସହ ପୁଷ୍ଟିହୀନତା ମଧ୍ୟ ଶିଶୁମୃତ୍ୟୁର ପ୍ରମୁଖ କାରଣ ସାଜିଛି।

Wildlife Week: ‘ବନ୍ୟଜନ୍ତୁମାନଙ୍କର ମୂଲ୍ୟ ବୁଝିବାର ଆବଶ୍ୟକତା ରହିଛି’

ନବଜାତକଙ୍କ ପାଇଁ କାଳ ସାଜୁଛି ‘ଜନ୍ମକାଳୀନ ଶ୍ୱାସରୋଧ’

ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ୨୦୨୫-୨୬ରେ ଅପରିପକ୍ବ ଗର୍ଭଧାରଣରେ ୪୬, ନିମୋନିଆରେ ୨୫, ଶ୍ୱାସକ୍ରିୟାଜନିତ ସମସ୍ୟାରେ ୨୨, ସେପ୍ଟିସେମିଆରେ ୨୧ ଶିଶୁଙ୍କ ମୃତ୍ୟୁ ହୋଇଛି। ବିଶ୍ରା, କୁଆରମୁଣ୍ଡା, ଲହୁଣିପଡ଼ା, ରାଜଗାଙ୍ଗପୁର, ନୂଆଗାଁ, ଲାଠିକଟା, ହେମଗିର ବ୍ଲକରେ ସର୍ବାଧିକ ଶିଶୁଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୨୬-୨୭ ଏପ୍ରିଲରୁ ଜୁନ୍‌ ମଧ୍ୟରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରେ ୮୨ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ସେଥିରୁ ୪୨ଜଣ ଶିଶୁପୁତ୍ର ଓ ୪୦ ଜଣ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି। ସେଥିରୁ ନବଜାତ ଶିଶୁ (ପ୍ରଥମ ୪ ସପ୍ତାହ)ଙ୍କ ସଂଖ୍ୟା ସର୍ବାଧିକ ୪୯, ଜନ୍ମରୁ ୧ ବର୍ଷ (୧୨ ମାସ) ୨୦ ଜଣ ଏବଂ ୧ରୁ ୩ ବର୍ଷ ବୟସର ଶିଶୁଙ୍କ ସଂଖ୍ୟା ୧୩। ତନ୍ମଧ୍ୟରୁ ଅପରିପକ୍ବ ଗର୍ଭଧାରଣରେ ୨୮, ବିଭିନ୍ନ ସଂକ୍ରମଣରେ ୧୩ ଏବଂ ନିମୋନିଆରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ୩ ମାସର ସରକାରୀ ତଥ୍ୟ ବୟାନ କରୁଛି ଜିଲ୍ଲାରେ ଶିଶୁ ମୃତ୍ୟୁହାର କେଉଁ ହାରରେ ବୃଦ୍ଧି ପାଉଛି। ଜିଲ୍ଲା ମାତୃ ଶିଶୁ ସ୍ବାସ୍ଥ୍ୟ ସଂଯୋଜକ ଅଶୋକ କୁମାର ସାହୁ କହିଛନ୍ତି, ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏହାର ଚିକିତ୍ସା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି। ତେବେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସରକାରୀ ଯୋଜନା ଓ ସ୍ୱାସ୍ଥ୍ୟରକ୍ଷାର ନିୟମ ବିଷୟରେ ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଲୋକଙ୍କୁ ଆହୁରି ସଚେତନ କରାଯିବାର ଆବଶ୍ୟକତା ରହିଛି।

Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି

Read Entire Article
LEFT SIDEBAR AD

Hidden in mobile, Best for skyscrapers.