ARTICLE AD BOX
ସୁନ୍ଦରଗଡ଼: ସୁନ୍ଦରଗଡ଼ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ଭଷ୍ମା ଥାନା ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ଘଟିଛି ଛାତିଥରା ଦୁର୍ଘଟଣା। କୋଇଲା ବୋଝେଇ ଟ୍ରେଲର୍ ଧକ୍କାରେ ଏକ ଶିଶୁ ସହ ୨ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।
Accident: ପିପଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଷଣ୍ଢ ଓ ବରିଷ୍ଠ ନାଗରିକଙ୍କୁ ପିଟିଲା ଥାର୍, ଉଭୟଙ୍କର ଚାଲିଗଲା ଜୀବନ
ମୃତକମାନେ ହେଲେ ସଦରଥାନା ଗଇଯୋର ଗାଁର। ସେମାନଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ। ଦୁର୍ଘଟଣା ପରେ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛି।
Road Accident: ଗୋରୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଦୁଇ ଗାଡ଼ି ଧକ୍କା: ୮ ଶ୍ରମିକ ମୃତ, ୩୨ ଆହତ
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ୨ ଜଣ ମହିଳା ଜଣେ ଶିଶୁକୁ ଧରି ସ୍କୁଟିରେ ଭଷ୍ମା ଥାନାକୁ କୌଣସି କାମରେ ଆସି ଫେରୁଥିଲେ। ପେଟ୍ରୋଲ ପମ୍ପରୁ ବାହାରୁ ଥିବା ଏକ କୋଇଲା ବୋଝେଇ ଟ୍ରେଲର୍ ସ୍କୁଟି ସହ ୩ ଜଣକୁ ଚାପି ଦେଇଥିଲା। ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଗଲା। ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ ମଧ୍ୟ ଚକ ତଳେ ଚାପି ହୋଇ ରହିଥିବା ମୃତଦେହକୁ ବାହାର କରିବା ସମ୍ଭବ ହୋଇପାରି ନାହିଁ।
/filters:format(webp)/sambad/media/media_files/2026/08/20/sundargada-accident1-2026-08-20-20-50-51.jpeg)
ରାସ୍ତାରୋକ ପରେ ବିଜୁ ଏକ୍ସପ୍ରେସ ୱେର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି। ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ର ଓ ଭଷ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ବାହାର କରିବାକୁ ଉଦ୍ୟମ ଚଲାଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି।

1 hour ago
1


