Suna Besha 2026: ବିଶ୍ୱର ସର୍ବବୃହତ ରଥରେ ତିନି ଠାକୁରଙ୍କର ନିଆରା ସୁନାବେଶ

1 hour ago 2
ARTICLE AD BOX

କେନ୍ଦୁଝର: ବିଶ୍ଵର ସର୍ବ ବୃହତ୍ କେନ୍ଦୁଝର ରଥ ଉପରେ ତିନି ଠାକୁରଙ୍କର ନିଆରା ସୁନାବେଶ ଦେଖିବାକୁ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗିଛି। କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଆଜି ସୁନାବେଶ ଅନୁଷ୍ଠିତ ହେଉଛି। ଆଜି ପାଗ ମେଘୁଆ ସହ ପ୍ରବଳ ବର୍ଷା ସତ୍ଵେ ଏହି ସୁନା ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି। 

କେନ୍ଦୁଝର ରଥ ଉପରେ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ବଡଠାକୁର, ମା ସୁଭଦ୍ରା ଓ କାଳିଆ ଠାକୁର ଜଗତର ନାଥ ଜଗନ୍ନାଥଙ୍କର ଏକ ସଂଙ୍ଗେ ସୁନାବେଶକୁ ଭକ୍ତମାନେ ମନଭରି ଉପଭୋଗ କରିବା ଦୃଶ୍ୟ ଥିଲା ଖୁବ ନିଆରା। କେନ୍ଦୁଝରର ଏହି ସୁନାବେଶରେ ଠାକୁର ପ୍ରାୟ ୧୬ କେ.ଜି ଓଜନର ସୁନା ଓ ୬୦ କିଲୋ ଓଜନର ରୁପା ଅଳଙ୍କାର ଲାଗି କରାଯାଇଛି। 

Suna Besha 2026: ସୁନାବେଶରେ ଝଟକୁଛନ୍ତି ମହାପ୍ରଭୁ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିବ ଦିବ୍ୟ ଦର୍ଶନ

ପୂର୍ବାହ୍ନ ୧୨ଟା ସମୟରେ ଉପଜିଲ୍ଲାପାଳଙ୍କ ସହ ମାଜିଷ୍ଟେଟ ଓ ବ୍ୟାପକ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଟ୍ରେଜେରୀ ଓ ଏସବିଆଇ ଲକରରୁ ତିନି ଠାକୁରଙ୍କର ସୁନାରୁପା ଗହଣା ରଥ  ଉପରକୁ ଅଣାଯାଇ ତିନି ଠାକୁରଙ୍କୁ ସୁସଜ୍ଜିତ କରାଯାଇଥିଲା। ଏହି ସୁନାବେଶ ଦିନ ୩ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ଙ୍କପାଇଁ ଖୋଲା ରହିବାରର କାର୍ଯ୍ୟକ୍ରମ ରହିଛି। ଭକ୍ତମାନଙ୍କ ଭିଡ଼କୁ ଆଖି ଆଗରେ ରଖି ଓ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରା ଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.