Success Story: ୨୫ ଥର ବିଫଳତା ପରେ ସରକାରୀ ଚାକିରି, ମା’ ଓ ଭାଇଙ୍କ ସଂଘର୍ଷକୁ ସଫଳତାରେ ବଦଳାଇଲେ ସିପି ସିଂହ

1 day ago 2
ARTICLE AD BOX

ଜୟପୁର: ଚେତନ ପ୍ରକାଶ ସିଂହଙ୍କ କାହାଣୀ ଆଜି ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛି। ମାତ୍ର ୬ମାସ ବୟସରେ ସେବାପାଙ୍କୁ ହରାଇଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କ ମା’ ଓ ଭାଇ ମଜୁରି କରି ପରିବାର ଚଳାଇବା ସହ ତାଙ୍କ ପାଠପଢ଼ାର ଖର୍ଚ୍ଚ ଉଠାଇଥିଲେ। ମା’ ଏବଂ ଭାଇ ଦୁହେଁ ମିଶି ଦିନମଜୁରିଆ ଲାଗି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇଲେ। କିନ୍ତୁ ଏହା ପରେ ତାଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷମୟ ହେଇ ପଡ଼ିଥିଲା। 

ଚେତନ ପ୍ରକାଶ ସିଂହ ଗାଁରେ ପ୍ରାଥମିକ ଜୀବନ କାଟିବା ପରେ ସେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ଗାଁ ବାହାରକୁ ଯାଇ ଜୟନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ। ପାଠପଢ଼ା ଖର୍ଚ୍ଚ ଯୋଗାଇବା ପାଇଁ ସେ ଏକ ହୋଟେଲରେ ୱେଟର ଭାବେ ମଧ୍ୟ କାମ କରିଥିଲେ। ପରେ ପ୍ରାୟ ୨୦୧୪ ମସିହାରୁ ସେ ଏକ ଏଟିଏମରେ ସିକ୍ୟୁରିଟି ଗାର୍ଡ ଭାବେ କାମ ଆରମ୍ଭ କରିଥିଲେ। ପ୍ରାୟ ୩ ବର୍ଷ ଧରି ସେଠାରେ କାର୍ଯ୍ୟ କରିବା ସହ ରାତିରେ ପାଠପଢ଼ୁଥିଲେ। ଚାକିରି ଓ ପଢ଼ାକୁ ଏକାସାଙ୍ଗରେ ଜାରି ରଖି ସେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ। ତେବେ ସରକାରୀ ଚାକିରି ପାଇଁ ତାଙ୍କୁ ବାରମ୍ବାର ବିଫଳତାର ସାମ୍ନା କରିବାକୁ ପଡ଼ିଥିଲା।

ପିଟିଟି, ବିଏସଟିସି, ପଟୱାରୀ, ଗ୍ରାମ ସେବକ, ଏସଡ଼ିସି, ରାଜସ୍ଥାନ ପୁଲିସ କନଷ୍ଟେବଳ ଓ ଆରଏଏସ୍ ସମେତ ପ୍ରାୟ ୨୫ଟି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସେ ସଫଳ ହୋଇପାରିନଥିଲେ। ଏହା ସତ୍ତ୍ୱେ ସେ ପ୍ରସ୍ତୁତି ଜାରି ରଖିଥିଲେ। ଶେଷରେ ତାଙ୍କୁ ବିଦ୍ୟୁତ ବିଭାଗରେ ହେଲ୍ପର-୨ ପଦରେ ସରକାରୀ ଚାକିରି ମିଳିଥିଲା। କିନ୍ତୁ ଶିକ୍ଷକ ହେବାର ସ୍ୱପ୍ନ ଥିବାରୁ ସେ ପ୍ରସ୍ତୁତି ଜାରି ରଖିଥିଲେ। ୨୦୨୩ ମସିହାରେ ଲେଭେଲ-୨ ହିନ୍ଦୀ ଶିକ୍ଷକ ପଦରେ ତାଙ୍କ ଚୟନ ହୋଇଥିଲା। ଏହି ସଫଳତା ପଛରେ ଦୀର୍ଘ ସଂଘର୍ଷ, ପରିବାରର ସହଯୋଗ ଓ ନିରନ୍ତର ପ୍ରସ୍ତୁତି ରହିଥିଲା। ଏହିପରି ଭାବରେ ସେ ସମସ୍ତଙ୍କ ପାଇଁ ଉଦାହରଣ ସାଜିପାରିଛନ୍ତି। 

ବୃଦ୍ଧାଶ୍ରମ ସଦୃଶ ସେବାକେନ୍ଦ୍ରରେ ବିନୋଦ କାମ୍ବଲି

Read Entire Article
LEFT SIDEBAR AD

Hidden in mobile, Best for skyscrapers.