Success Story: ମାତ୍ର ୨୨ ବର୍ଷ ବୟସରେ ୟୁପିଏସ୍‌ସି ପାସ୍ କରିଥିଲେ, ଏବେ ନୋଏଡାରେ ଡିସିପି ଦାୟିତ୍ୱ; କିଏ ଏହି ଆଇପିଏସ୍‌ ପ୍ରୀତି ଯାଦବ?

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ମାତ୍ର ୨୨ ବର୍ଷ ବୟସରେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ପାଇ ଆଇପିଏସ୍ ଅଧିକାରୀ ହୋଇଥିଲେ ପ୍ରୀତି ଯାଦବ। ନିଜର ପ୍ରଥମ ପ୍ରୟାସରେ ହିଁ ଏହି କଠିନ ପରୀକ୍ଷା ପାସ୍ କରି ସେ ବାପାଙ୍କ ସ୍ୱପ୍ନ ପୂରଣ କରିଥିଲେ। ଏବେ ତାଙ୍କୁ ଉତ୍ତରପ୍ରଦେଶର ନୋଏଡା ଜୋନ୍-୧ର ଡିସିପି ଦାୟିତ୍ୱ ମିଳିଛି। ଏହି ନୂଆ ଦାୟିତ୍ୱ ପାଇବା ପରେ ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଛି। ଆସନ୍ତୁ ଜାଣିବା ତାଙ୍କ ସଫଳତାର କାହାଣୀ।

ଆହୁରି ପଢ଼ନ୍ତୁ- Massive Landslide Destroys ଭୂସ୍ଖଳନରେ ମାଟିରେ ମିଶିଲା ଗଞ୍ଜାମର ଗିଡ଼ିପାବାଲି ଗାଁ, ୧୩ ନିଖୋଜ

କିଏ ଏହି ପ୍ରୀତି ଯାଦବ?

ପ୍ରୀତି ଯାଦବ ହରିୟାଣାର ରେୱାଡ଼ି ଜିଲ୍ଲାର ବାସିନ୍ଦା। ପିଲାଦିନରୁ ପାଠପଢ଼ାରେ ସେ ଭଲ ଥିଲେ। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଭଲ ନମ୍ବର ରଖିଥିଲେ। ଦ୍ୱାଦଶ ପରୀକ୍ଷାରେ ୯୬ ପ୍ରତିଶତରୁ ଅଧିକ ନମ୍ବର ରଖିଥିଲେ। ଏହାପରେ ସେ ସ୍ନାତକ ପାଠପଢ଼ା ଶେଷ କରିଥିଲେ। ସ୍ନାତକରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ପରେ ସ୍ନାତକୋତ୍ତର ପାଠପଢ଼ା ପାଇଁ ନାମ ଲେଖାଇଥିଲେ। ଏହି ସମୟରେ ସେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରୀକ୍ଷା ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେବା ପାଇଁ ମଝିରେ ପାଠପଢ଼ା ଛାଡ଼ିଥିଲେ।
ଶେଷରେ ମାତ୍ର ୨୨ ବର୍ଷ ବୟସରେ ନିଜର ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷା ପାସ୍ କରିଥିଲେ। ସେ ୨୦୧୯ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ।

ବାପାଙ୍କ ସ୍ୱପ୍ନ ପୂରଣ କଲେ

ପ୍ରୀତିଙ୍କ ସଫଳତା ପଛରେ ତାଙ୍କ ବାପାଙ୍କର ବଡ଼ ପ୍ରେରଣା ରହିଛି। ତାଙ୍କ ବାପା ମଧ୍ୟ ପୁଲିସ ବିଭାଗରେ କାମ କରୁଥିଲେ। ସେ ଜଣେ କନଷ୍ଟେବଳ ଭାବେ ନିଜର ଚାକିରି ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ- Judgement: ସହମତିରେ ଗଢ଼ିଥିବା ସମ୍ପର୍କ ଭାଙ୍ଗିଗଲେ ଶାରୀରିକ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ: ସୁପ୍ରିମ୍‌କୋର୍ଟ

ଏକ ସାକ୍ଷାତକାରରେ ପ୍ରୀତି କହିଥିଲେ ଯେ, ତାଙ୍କ ବାପା ତାଙ୍କୁ ସବୁବେଳେ ପ୍ରେରଣା ଦେଉଥିଲେ। ବାପା ପୁଲିସ ବିଭାଗରେ କାମ କରୁଥିବାରୁ ପିଲାଦିନରୁ ସେ ପୁଲିସ ବ୍ୟବସ୍ଥାକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିଲେ। ଛୋଟବେଳୁ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ତାଙ୍କର ଇଚ୍ଛା ଥିଲା। ନିଜ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଏହି ସ୍ୱପ୍ନ ପୂରଣ କରିଥିଲେ।

ସହାରନପୁର ପରେ ଏବେ ନୋଏଡା ଦାୟିତ୍ୱ

ଆଇପିଏସ୍ ଅଧିକାରୀ ହେବା ପରେ ପ୍ରୀତି ଯାଦବଙ୍କୁ ଉତ୍ତରପ୍ରଦେଶର ବିଭିନ୍ନ ଦାୟିତ୍ୱ ମିଳିଥିଲା। ଏହା ପୂର୍ବରୁ ସେ ସହାରନପୁରରେ ଏସ୍‌ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ପୁଲିସ ବିଭାଗର କାର୍ଯ୍ୟପ୍ରଣାଳୀ ବୁଝିବା ସହ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ।

ଏବେ ତାଙ୍କୁ ନୋଏଡା ଜୋନ୍-୧ର ଡିସିପି ଭାବେ ନିଯୁକ୍ତି ମିଳିଛି। ଏହି ଅଞ୍ଚଳର ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ପୁଲିସ ବ୍ୟବସ୍ଥା ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏବେ ତାଙ୍କ ଉପରେ ରହିବ। ମାତ୍ର ୨୨ ବର୍ଷ ବୟସରେ ୟୁପିଏସ୍‌ସି ପାସ୍ କରିଥିବା ପ୍ରୀତିଙ୍କ ଏହି ଯାତ୍ରା ଅନେକ ଯୁବକଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛି।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.