ARTICLE AD BOX
ଯାଜପୁର: ନିର୍ବାଚନ ପୂର୍ବରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ଘଟିଛି | ଆଉ ଏହାକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ହୋଇପଡିଛନ୍ତି | ଏହି ଘଟଣାକୁ ନେଇ ପୁଲିସର ତଦନ୍ତ ଆରମ୍ଭ ହୋଇଛି l ସୂଚନା ଅନୁଯାୟୀ ଆଜି ଭୋର ୩.୨୦ ମିନିଟ ସମୟରେ ପ୍ରଥମେ ଯାଜପୁର ରୋଡ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ବାସଭବନ ଆଗରେ ହଠାତ ବୋମା ଫୁଟିବାର ଶବ୍ଦ ଆସିଥିଲା l ଏହା ପରେ ପ୍ରିନ୍ସପାଲ ଅକ୍ଷୟ ତ୍ରିପାଠୀ ଘର ବାହାରକୁ ଆସି ଦେଖିଲାବେଳକୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁ ହେଇଯାଇଥିଲା l ଏହାପରେ ଶ୍ରୀ ତ୍ରିପାଠୀ ଭୟଭୀତ ହୋଇ ସାଥି ଅଧ୍ୟାପକଙ୍କୁ ଫୋନ ଯୋଗେ ଡାକି ଥିଲେ l
ଏଥିସହିତ କିଛି ସମୟରେ ମହାବିଦ୍ୟାଳୟ ପରିସରରେ ଥିବା ପଠାଣି ସାମନ୍ତ ଛାତ୍ର ନିବାସ ଆଗରେ ୩ରୁ ୪ଟି ବୋମା ଫୁଟିଥିଲା l ଏହି ଖବର ପ୍ରିନ୍ସପାଲ ତୁତନ୍ତ ଯାଜପୁର ରୋଡ ପୋଲିସକୁ ସୂଚନା ଦେଇଥିଲେ l ସୂଚନା ପାଇ ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣାସ୍ଥଳରେ ପହଂଚି ଅଫୁଟା ବୋମା ଗୁଡିକୁ ଜବତ କରିଥିଲେ l ଏଥିସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି l ତେବେ ଏହି ବୋମାଗୁଡିକ ନଡ଼ିଆ ବାଣ ବୋଲି ଜଣାପଡୁଛି l ସେପଟେ ଆସନ୍ତାକାଲି ଛାତ୍ର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଥିବାବେଳେ ଏହାପୂର୍ବରୁ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ଘଟଣାକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ଥିବା ବେଳେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମହାବିଦ୍ୟାଳୟର ପ୍ରିନ୍ସପାଲ ଦାବି କରିଛନ୍ତି l

1 hour ago
1


