ARTICLE AD BOX
ରଣପୁର (ବିଶ୍ବ ରଞ୍ଜନ ଆଚାର୍ଯ୍ୟ): ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ମଣ୍ଡଳ ଚାନ୍ଦପୁର ସାଧନ କେନ୍ଦ୍ର ଅଧୀନ ମଶାଣି ସାହି ଗୋପବନ୍ଧୁ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟର ସ୍ବଚ୍ଛତା କାର୍ଯ୍ୟକ୍ରମ ଛାତ୍ରଙ୍କ ଦ୍ବାରା କରାଉଥିବା ନେଇ କେତେକ ଅଭିଭାବକ ଅଭିଯୋଗ କରିଛନ୍ତି।
ଆଜି (ଗୁରୁବାର) ପୂର୍ବାହ୍ଣ ଦଶଟା ସମୟରେ ସ୍କୁଲ ପରିସରରେ କୋଦାଳ ଆଦି ନେଇ ମାଟି ହଟାଉଥିବା ଦେଖିବାକୁ ମିଳିଛି। ନିକଟରେ ଶିକ୍ଷୟିତ୍ରୀ କଳ୍ପନା ପ୍ରଧାନ ଠିଆ ହୋଇଥିଲେ। ଏନେଇ କେତେକ ଅଭିଭାବକ ଉଦ୍ବେଗ ପ୍ରକାଶ କରିଛନ୍ତି।
ସ୍ବଚ୍ଛ ହେବ ସ୍କୁଲ: ୧୫ ଯାଏ ବିଦ୍ୟାଳୟରେ ସ୍ବଚ୍ଛତା ପକ୍ଷ
ଘଟଣା ସମ୍ପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ଠାରୁ ଫୋନ ପାଇଥିଲେ। ଏହାପରେ ସେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଛି।
ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା ଛାତ୍ରମାନଙ୍କୁ କଳ୍ପନା ଦିଦି ମାଟିକାମ କରାଉଥିବା ସ୍ୱୀକାର କରି କୁହନ୍ତି ବିଦ୍ୟାଳୟ ପଛପଟ ଛୋଟ ଗେଟ ରାସ୍ତାରେ ପାଣି ଜମା ହେଉଥିଲେ। ବର୍ଷାକାଦରେ କେତେକ ଛାତ୍ର ଓ ଶିକ୍ଷୟିତ୍ରୀ ଗୋଡ଼ ଖସି ପଡ଼ିଯାଇଥିଲେ। ଏଣୁ କାଦୁଅ ଉପରେ ମାଟିଗୋଡ଼ି ପକାଉଥିଲେ। ମଧୁବାବୁ ତ ପୁଣି ରାସ୍ତା ଘାଟ ସମାନ କରୁଥିଲେ। ପିଲା ମାଟି କାମ କଲେ ଅସୁବିଧା କ’ଣ?
ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର ପ୍ରଧାନ କୁହନ୍ତି ମୁଁ ଭୋଟର ତାଲିକା ସଂଶୋଧନ ତାଲିମ ବୈଠକରେ ଅଛି। ଘଟଣା ସମ୍ପର୍କରେ ଉକ୍ତ ଶିକ୍ଷୟିତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛି।
Tree Plantation Drive ଗଦିଙ୍ଗିଆ ଗାଁରେ ’ସମ୍ବାଦ-ସାହିତ୍ୟ ଘର’ର ବୃକ୍ଷରୋପଣ
ବିଦ୍ୟାଳୟ ପରିବେଶ ଓ ଅଗ୍ନୀ ନିରାପତ୍ତା ପାଇଁ ପ୍ରତିବର୍ଷ କଣ୍ଟିଜେନସି ବାବଦରେ ହଜାର ହଜାର ଟଙ୍କା ଅନୁଦାନ ଦେଉଛନ୍ତି। କିନ୍ତୁ ଏହାର ବିନିଯୋଗ ନହୋଇ ଛାତ୍ରଛାତ୍ରୀଙ୍କୁ କାମରେ ଲଗାଉଛନ୍ତି ବୋଲି କେତେକ ଅଭିଭାବକ କହିଛନ୍ତି।

1 hour ago
1


