Strait of Hormuz: ହର୍ମୁଜ୍‌ରେ ୩ ତେଲ ଟ୍ୟାଙ୍କର ଜାଳିଦେଲା ଇରାନ!

1 day ago 2
ARTICLE AD BOX

ନୂଆଦିଲ୍ଲୀ: ତେଲ ପରିବହନର ସବୁଠୁ ବଡ଼ ସମୁଦ୍ରପଥ ହର୍ମୁଜ୍‌ ଜଳପଥରେ ପୁଣି ଭୟଙ୍କର ଉତ୍ତେଜନା। ଜଳପଥ ଦେଇ ବିନା ଅନୁମତିରେ ଯାଉଥିବା ୩ଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିବା ଦାବି କରିଛି ଇରାନ। ଦୁଇଟି ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ ପରେ ନିଆଁ ଲାଗିଥିବା ବେଳେ ତୃତୀୟ ଟ୍ୟାଙ୍କରଟି ସମୁଦ୍ରରେ ପୋତାଯାଇଥିବା ବାରୁଦ ସୁଡ଼ଙ୍ଗରେ ଧକ୍କା ହୋଇ ବିସ୍ଫୋରଣ ହୋଇଥିବା କହିଛି ଇରାନ। ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧର ଆଶଙ୍କା ବଢ଼ିଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ମଙ୍ଗଳବାର ଏଭଳି ଦାବି କରିଛି। ଇରାନର କହିବା ଅନୁସାରେ, ହର୍ମୁଜ୍‌ ଜଳପଥରେ ତା'ର ଅନୁମତି ବିନା ନିର୍ଦ୍ଧାରିତ ରାସ୍ତା ଛାଡ଼ି ଯାଉଥିବା ଦୁଇଟି ତେଲ ଟ୍ୟାଙ୍କରରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏହାପରେ ଜାହାଜ ଦୁଇଟି ଅଟକି ଯାଇଥିବା ସହ ସେଥିରେ ନିଆଁ ଲାଗିଥିଲା। ସେହିପରି ଆଉ ଏକ ସୁପର ଟ୍ୟାଙ୍କର ସମୁଦ୍ରରେ ଥିବା ବାରୁଦ ସୁଡ଼ଙ୍ଗରେ ଧକ୍କା ହୋଇ ବିସ୍ଫୋରଣ ହୋଇଥିବା ଦାବି କରିଛି ଇରାନ। ତେବେ ଜାହାଜଗୁଡ଼ିକର ନାଁ କିମ୍ବା ସେଗୁଡ଼ିକ କେଉଁ ଦେଶର, ସେନେଇ ସ୍ପଷ୍ଟ କରିନାହିଁ।

Strait of Hormuz: ହର୍ମୁଜ୍ ପ୍ରଣାଳୀରେ ମାଇନ୍ସ ସହ ପିଟି ହୋଇ ୪ଟି ତୈଳ ଟ୍ୟାଙ୍କର ଧ୍ଵଂସ: ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଚେତାବନୀ ଦେଲା ଇରାନ୍

ଅନ୍ୟପଟେ ୟୁଏଇର ସରକାରୀ ତୈଳ କମ୍ପାନୀ ADNOC ମଧ୍ୟ ନିଜର ଏକ ଜାହାଜ ଉପରେ ଆକ୍ରମଣ ହୋଇଥିବା କହିଛି। ଏହାଦ୍ୱାରା ଜାହାଜଟି କ୍ଷତିଗ୍ରସ୍ତ ହୋଇଛି। ବ୍ରିଟିଶ ସାମୁଦ୍ରିକ ସଂସ୍ଥା UKMTO ମଧ୍ୟ ଓମାନ ଉପକୂଳ ନିକଟରେ ଏକ ଟ୍ୟାଙ୍କର ଉପରେ ଅଜଣା ଆକ୍ରମଣ ହୋଇଥିବା ସୂଚନା ଦେଇଛି। ହର୍ମୁଜ୍‌ ଜଳପଥ ଦେଇ ବିଶ୍ୱର ମୋଟ ତୈଳ ଯୋଗାଣର ପ୍ରାୟ ଏକ-ପଞ୍ଚମାଂଶ ପରିବହନ ହୋଇଥାଏ। ତେଣୁ ଏହି ଜଳପଥରେ ସାମାନ୍ୟ ଅସ୍ଥିରତା ମଧ୍ୟ ବିଶ୍ୱ ତୈଳ ବଜାରକୁ ପ୍ରଭାବିତ କରିପାରେ। ଇରାନ ପକ୍ଷରୁ କଟକଣା ଏବଂ ଆମେରିକାର ନୌସେନା ଅବରୋଧ ମଧ୍ୟରେ ଏବେ ଏହି ସମୁଦ୍ରପଥକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।  ତେବେ ହର୍ମୁଜ୍‌ରେ ଏହି ଆକ୍ରମଣ ବିଶ୍ୱ ତୈଳ ବଜାରକୁ କେତେ ପ୍ରଭାବିତ କରିବ ଏବଂ ଆଗକୁ ଆମେରିକା-ଇରାନ ମୁହାଁମୁହିଁ ସ୍ଥିତି ଆହୁରି ଭୟଙ୍କର ହେବ କି, ତା' ଉପରେ ଏବେ ସମସ୍ତଙ୍କ ନଜର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.