State-level speech: ଆଜି ରାଜ୍ୟସ୍ତରୀୟ ବକ୍ତୃତା ଓ ସା‌ରେଗାମା ପ୍ରତିଯୋଗିତା

1 week ago 9
ARTICLE AD BOX

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ସେପ୍ଟେମ୍ବର ୨୦ ତାରିଖ ରବିବାର ଦିନ ଜୋନ୍‌ସ୍ତରୀୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତା ସାରା ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ୧୦ଟି ଜୋନ୍‌ରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅନ୍‌ଲାଇନ୍‌ ପଞ୍ଜୀକରଣ ଶେଷ ହୋଇଛି। ଯେଉଁମାନେ ପଞ୍ଜୀକରଣ କରି ପାରିନାହାନ୍ତି ସେମାନେ ମଧ୍ୟ ସିଧାସଳଖ ଆସି ପ୍ରତିଯୋଗିତା କେନ୍ଦ୍ରରେ ଭାଗ ନେଇପାରିବେ। ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ), ଡିଗ୍ରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇପାରିବେ। ପୂର୍ବାହ୍ଣ ୧୦ଟାରେ ଉଭୟ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ ଏହାର ଗୋଟିଏ ଘଣ୍ଟା ପୂର୍ବରୁ ବିତର୍କ ପ୍ରତିଯୋଗିତାର ବିଷୟବସ୍ତୁ ପ୍ରଦାନ କରାଯିବ। 

Madhyapradesh: ମଧ୍ୟପ୍ରଦେଶର ଦମୋହରେ ପତ୍ନୀ ଓ ୩ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା

ଏଥିପାଇଁ ନିଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଆଣିବାକୁ ପଡ଼ିବ। ସାରେଗାମା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀ ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ ଭଜନ, ଲଘୁ ସଙ୍ଗୀତ ଗାଇପାରିବେ। ସେମାନଙ୍କୁ ବାଦ୍ୟଯନ୍ତ୍ର ସହାୟତା ଯୋଗାଇ ଦିଆଯିବ। କୌଣସି ଅଶ୍ଳୀଳ, ଦ୍ବିଅର୍ଥବୋଧକ ଗୀତ ପରିବେଷଣ କରିପାରିବେ ନାହିଁ। ଭୁବନେଶ୍ବର ଜୋନ୍‌ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ବାଲେଶ୍ବର ଶିଳ୍ପାଞ୍ଚଳସ୍ଥିତ ସମ୍ବାଦ ଭବନରେ ଉଭୟ ପ୍ରତିଯୋଗିତା ହେବାକୁ ଥିବା ବେଳେ ବଲାଙ୍ଗୀର ଜୋନ୍‌ରେ ବଲାଙ୍ଗୀର ମହିଳା ମହାବିଦ୍ୟାଳୟ, ଅନୁଗୁଳ ଜୋନ୍‌ରେ ରୋଟାରି ପବ୍ଲିକ ସ୍କୁଲ (ବିଜୁ ମଇଦାନ ପାଖ), ବ୍ରହ୍ମପୁର ଜୋନ୍‌ରେ ହିଲପାଟଣାସ୍ଥିତ ସିଦ୍ଧବିନାୟକ କଲ୍ୟାଣ ମଣ୍ଡପ, ଯାଜପୁର ଜୋନ୍‌ରେ ନଟପଡ଼ାସ୍ଥିତ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ (ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ନିକଟ), କଟକ ଜୋନ୍‌ରେ ଗଣ୍ଡରପୁର ଏଲ୍‌.ଆର.ଡିଏଭି ପବ୍ଲିକ ସ୍କୁଲ, ଜୟପୁର ଜୋନ୍‌ରେ ସରକାରୀ ମହିଳା ମହାବିଦ୍ୟାଳୟ, ସମ୍ବଲପୁର ଜୋନ୍‌ରେ ଜିଏମ୍‌ ବିଶ୍ବବିଦ୍ୟାଳୟ ଏଲ୍‌ଜି-୧ ପ୍ରେକ୍ଷାଳୟ ଏବଂ ରାଉରକେଲା ଜୋନ୍‌ରେ ଉଦିତନଗରସ୍ଥିତ ମ୍ୟୁନିସିପାଲ କଲେଜରେ ଦୁଇଟିଯାକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜୋନ୍‌ସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ। ରାଜ୍ୟସ୍ତରୀୟ ପ୍ରତିଯୋଗିତାର ତିନିଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଅଧିକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆହ୍ବାନ ଦେବା ସହ ପ୍ରତିଯୋଗୀମାନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି।

Rescue: ୨ ମା’ଛେଉଣ୍ଡ ଛୁଆଙ୍କୁ ବିକିଦେଲେ ୨ ବାପା; ସାହୁକାର ଘରୁ ଖସିଆସି ୨୦ କିମି ଚାଲିଲେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.