ARTICLE AD BOX
କଟକ: ବରଗଡ଼ ଜିଲ୍ଲା ବାର ଆସୋସିଏସସନ ସଭାପତି ଭୀଷ୍ମଦେବ ସରାଫଙ୍କୁ ଆକ୍ରମଣ ଘଟଣାର ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଦୃଢ ନିନ୍ଦା କରିଛନ୍ତି। ଏହି ଆକ୍ରମଣ ଘଟଣାର ଫେରାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।
ଆଉ ଜଣେ ଆଇନଜୀବୀ ଆହତ
ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏହି ମର୍ମରେ ଜାରି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଗୁରୁବାର ବରଗଡ଼ ଜିଲ୍ଲା କୋର୍ଟ ପରିସର ସମ୍ମୁଖରେ ଦୁଇ ଜଣ ବ୍ୟକ୍ତି ବରଗଡ଼ ବାର ଆସୋସିଏସନ ସଭାପତି ଶ୍ରୀ ସରାଫଙ୍କୁ ବିନା କାରଣରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଦୁଇ ଅଭିଯୁକ୍ତ ଜିଲ୍ଲା କୋର୍ଟ ସମ୍ମୁଖରେ ସେମାନଙ୍କ ମୋଟରସାଇକେଲରୁ ପଡ଼ି ଯାଇଥିଲେ। ସେହି ସ୍ଥାନରେ ଉପସ୍ଥିତ ଥିବା ଶ୍ରୀ ସରାଫ ସେମାନଙ୍କୁ ସହାଯ୍ୟ କରିବା ସମୟରେ ସଂପୃକ୍ତ ଦୁଇ ଅଭିଯୁକ୍ତ ବିନା କାରଣରେ ଶ୍ରୀ ସରାଫଙ୍କ ମୁଣ୍ଡର ଡାହାଣ ପଟକୁ ବିଅର ବୋତଲରେ ଆକ୍ରମଣ କରିଥିଲେ। ଏପରି ଆକ୍ରମଣରେ ଶ୍ରୀ ସରାଫ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଆଉ ଜଣେ ଆଇନଜୀବୀ ମଧ୍ୟ ଆହତ ହୋଇଛନ୍ତି।
Schools: ଭାରତୀୟ ପାଣିପାଗ ବିଭାଗର ସତର୍କତା ନେଇ ଜିଲ୍ଲାର ସମସ୍ତ ସ୍କୁଲ୍କୁ ଛୁଟି ଘୋଷଣା କଲେ ମୟୂରଭଞ୍ଜ ଜିଲ୍ଲାପାଳ
ସ୍ପଷ୍ଟ ଦିବାଲୋକରେ କୋର୍ଟ ପରିସର ସମ୍ମୁଖ ସ୍ଥାନରେ ଜିଲ୍ଲା ବାର ଆସୋସିଏସନ ସଭାପତି ଓ ଅନ୍ୟ ଜଣେ ଆଇନଜୀବୀଙ୍କ ଉପରେ ଦୁର୍ବୃତ୍ତଙ୍କ ଏପରି ବର୍ବୋରଚିତ ଆକ୍ରମଣ ଘଟଣାର ପରିଷଦ ଅଧ୍ୟକ୍ଷ ଶ୍ରୀ ଦ୍ବିବେଦୀ ନିନ୍ଦା କରିବା ସହିତ ଏହି ପ୍ରସଂଗରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ତଥା ବରଗଡ଼ ଜିଲ୍ଲା ପୁଲିସର ଦୃଷ୍ଟି ଆକର୍ଷଣ କରି ସମସ୍ତ ଅପରାଧୀଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି। ଏଥି ସହିତ ଶ୍ରୀ ସରାଫଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅଧ୍ୟକ୍ଷ ଶ୍ରୀ ଦ୍ବିବେଦୀ।

2 hours ago
1


