Sportspersons of Outstanding Merit: ନଭେମ୍ବର ୯ରେ ଆଇଓଏର ଏସ୍‌ଓମ୍‌ ନିର୍ବାଚନ; ମାର୍ଗଦର୍ଶିକା ଜାରି

55 minutes ago 1
ARTICLE AD BOX

ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ସ୍ପୋର୍ଟ୍ସପର୍ସନ୍ସ ଅଫ୍‌ ଆଉଟ୍‌ଷ୍ଟାଣ୍ଡିଂ ମେରିଟ୍‌ (ଏସ୍‌ଓଏମ୍‌) ନିର୍ବାଚନ ନଭେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ସୋମବାର ଆଇଓଏ ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ଶ୍ରୀବାସ୍ତବ ମାର୍ଗଦର୍ଶିକା ଜାରି କରିଛନ୍ତି।

 ନଭେମ୍ବର ୯ରେ ଆଇଓଏର ଏସ୍‌ଓମ୍‌ ନିର୍ବାଚନ; ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ସ୍ପୋର୍ଟ୍ସପର୍ସନ୍ସ ଅଫ୍‌ ଆଉଟ୍‌ଷ୍ଟାଣ୍ଡିଂ ମେରିଟ୍‌ (ଏସ୍‌ଓଏମ୍‌) ନିର୍ବାଚନ ନଭେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ସୋମବାର ଆଇଓଏ ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ଶ୍ରୀବାସ୍ତବ ମାର୍ଗଦର୍ଶିକା ଜାରି କରିଛନ୍ତି। ନିୟମ ପାଳନ ସହ ଶେଷ ତାରିଖ ଅକ୍ଟୋବର ୩୦ ତାରିଖ ଭିତରେ ନାମାଙ୍କନ ପତ୍ର ଦାଖଲ କରିବାକୁ ପ୍ରାର୍ଥୀଙ୍କୁ କୁହାଯାଇଛି। ନିୟମ ଅନୁଯାୟୀ, ଜଣେ ସଦସ୍ୟ ପୁରୁଷ ଓ ମହିଳା ବର୍ଗରେ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ପ୍ରସ୍ତାବକ ରହିପାରିବେ। ଗୋଟିଏ ବର୍ଗରେ ଏକାଧିକ ପ୍ରାର୍ଥୀଙ୍କୁ ସମର୍ଥନ କଲେ ନାମାଙ୍କନ ପତ୍ର ନାକଚ ହେବ। ଏହି ନିର୍ବାଚନରେ ଆଇଓଏ ସାଧାରଣ ପରିଷଦ ପାଇଁ ୮ ଜଣ (୪ ଲେଖାଏଁ ପୁରୁଷ ଓ ମହିଳା) ପ୍ରତିନିଧି ନିର୍ବାଚିତ ହେବେ। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଆଇଓଏ କାର୍ଯ୍ୟକାରୀ ପରିଷଦକୁ ମନୋନୀତ ହେବେ। ପ୍ରାର୍ଥୀଙ୍କ ବୟସ ୨୫ରୁ ୭୦ ବର୍ଷ ମଧ୍ୟରେ ହେବା ସହ ଅତିକମ୍‌ରେ ବର୍ଷକ ପୂର୍ବରୁ ଅବସର ନେଇଥିବେ। ନାମାଙ୍କନ ଯାଞ୍ଚ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଅଭିଷେକଙ୍କ ଆଗରେ ମୁଣ୍ଡ ନୁଆଁଇଲା ନ୍ୟୁଜିଲାଣ୍ଡ, ଆଗୁଆ ଶୃଙ୍ଖଳା ଜିତିଲା ଭାରତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.