ARTICLE AD BOX
ଭୁବନେଶ୍ୱର: ବିହାର ସରକାରଙ୍କ କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରେୟସୀ ସିଂହଙ୍କ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗସ୍ତର ଶେଷ ଦିନରେ ସେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଦୁଇ ରାଜ୍ୟ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ, ଖେଳାଳିଙ୍କ ଆଦାନପ୍ରଦାନ, କ୍ରୀଡ଼ା ବିଜ୍ଞାନର ବ୍ୟବହାର ଏବଂ ତୃଣମୂଳସ୍ତରରୁ ନୂଆ ପ୍ରତିଭା ଖୋଜିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଆଲୋଚନା ସମୟରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ତଥା-ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।
Gold Medal: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ପାରା ଖେଳାଳି ଶର୍ମିଳା
ବିହାର କ୍ରୀଡ଼ାମନ୍ତ୍ରୀ ଓଡ଼ିଶାର ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ହାଇ-ପରଫରମାନ୍ସ ସେଣ୍ଟରଗୁଡ଼ିକର ପ୍ରଶଂସା କରିଥିଲେ। କ୍ରୀଡ଼ାପ୍ରାଙ୍ଗଣଗୁଡ଼ିକର ସଠିକ୍ ବ୍ୟବହାର ଓ ପରିଚାଳନା ପାଇଁ ସେ ଓଡ଼ିଶା ଏବଂ ବିହାର ମଧ୍ୟରେ ବନ୍ଧୁତାପୂର୍ଣ୍ଣ ମ୍ୟାଚ୍ ଓ ଖେଳାଳି ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ।
Asian Games: ଏସୀୟ କ୍ରୀଡ଼ା: ଭାରତୀୟ ପୁରୁଷ ହକି ଦଳ ଘୋଷିତ; ଓଡ଼ିଶାରୁ ଅମିତ, ଶିଳାନନ୍ଦ
ଓଡ଼ିଶାର କ୍ରୀଡ଼ା ମନ୍ତ୍ରୀ କହିଥିଲେ, 'ସିଏମ୍ ଟ୍ରଫି' (CM Trophy) ଭଳି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାରେ ତୃଣମୂଳସ୍ତରରୁ ନୂଆ ଖେଳାଳି ସୃଷ୍ଟି କରାଯାଉଛି। କ୍ରୀଡ଼ା ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଓଡ଼ିଶାର କାର୍ଯ୍ୟଶୈଳୀ ସମ୍ପର୍କରେ ବୁଝାଇଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରେୟସୀ ସିଂହ କହିଥିଲେ ଯେ, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ଭୁବନେଶ୍ୱରର ସବୁଜିମା ଓ ସ୍ୱଚ୍ଛତା ତାଙ୍କୁ ବହୁତ ଆନନ୍ଦିତ କରିଛି। ଓଡ଼ିଶାର କ୍ରୀଡ଼ା ମଡେଲ ସାରା ଦେଶ ପାଇଁ ଏକ ପ୍ରେରଣା ଅଟେ।

1 hour ago
1


