ARTICLE AD BOX
ଛତ୍ରପୁର(ରାକେଶ ରୋସନ ମହାନ୍ତି): ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍ଡିସି) ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବୁଧବାର ସେ ଗଞ୍ଜାମର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।
ଏହି ଅବସରରେ ପୀଠର ପରିଚାଳନା କମିଟି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରାଙ୍କ ସମେତ ମନ୍ଦିର ଉନ୍ନୟନ ପରିଷଦର କର୍ମକର୍ତ୍ତା ଓ ସେବାୟତ ଉପସ୍ଥିତ ଥିଲେ।
IAS officer: ୭ ଆଇଏଏସ୍ ଅଧିକାରୀଙ୍କ ବଦଳି: ସଂଗ୍ରାମ ମହାପାତ୍ର ଉତ୍ତରାଞ୍ଚଳ, କୁଲାଙ୍ଗେ ଦକ୍ଷିଣାଞ୍ଚଳ ଆର୍ଡିସି
ଉଲ୍ଲେଖଯୋଗ୍ୟ, କୁଲାଙ୍ଗେ ୪ ଅଗଷ୍ଟ ୨୦୧୮ରୁ ୨୦ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ ଗଞ୍ଜାମରେ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

50 minutes ago
1


