ARTICLE AD BOX
ଦକ୍ଷିଣ ପୂର୍ବ ଦିଲ୍ଲୀର ସୁଖଦେବ ବିହାର ଅଞ୍ଚଳରେ ଶନିବାର ସକାଳେ ଏକ ଦ୍ରୁତଗାମୀ କାର୍ ଦୁଇଟି ଗାଡ଼ିକୁ ଧକ୍କା ଦେବା ପରେ ଜଣେ ୪୫ ବର୍ଷୀୟ ଅଟୋରିକ୍ସା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।
/sambad/media/media_files/2026/09/26/09c9cfac-b0a3-4def-8612-e5a48758ae33-2026-09-26-18-12-35.jpg)
ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀର ସୁଖଦେବ ବିହାର ଅଞ୍ଚଳରେ ଶନିବାର ସକାଳେ ଏକ ଦ୍ରୁତଗାମୀ କାର୍ ଦୁଇଟି ଗାଡ଼ିକୁ ଧକ୍କା ଦେବା ପରେ ଜଣେ ୪୫ ବର୍ଷୀୟ ଅଟୋରିକ୍ସା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣା ସକାଳ ୭ଟାରେ ଘଟିଥିଲା। ମୃତକ ମହମ୍ମଦ କଲାମ ନ୍ୟୁ ଫ୍ରେଣ୍ଡସ୍ କଲୋନୀର ବାସିନ୍ଦା ବୋଲି ଜଣାପଡ଼ିଛି। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, କାର୍ଟି ପ୍ରଥମେ ଅଟୋରିକ୍ସାକୁ ଧକ୍କା ଦେଇଥିଲା ଓ ପରେ ଏକ ସାଇକେଲ ରିକ୍ସାକୁ ଧକ୍କା ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦୁଇଟି କାର୍ ମଧ୍ୟରେ ରେସିଂ ଚାଲିଥିବବେଳେ ଗୋଟିଏ ଗାଡ଼ି ନିୟନ୍ତ୍ରଣ ହରାଇ ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣାପରେ କାର୍ରୁ ଚାରି ଜଣ ଲୋକ ବାହାରି ଅନ୍ୟ ଗାଡ଼ିରେ ବସି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ପୁଲିସ କାର୍ ଓ ଅଟୋ ରିକ୍ସାକୁ ଜବତ କରି ଘଟଣାର ତଦନ୍ତ କରୁଛି। କଲାମ୍ଙ୍କୁ ଏସ୍କର୍ଟ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯାଇଛି।
ଚେନ୍ନାଇରେ ପୋଷା ପ୍ରାଣୀ ଛାଡ଼ିଦେଲେ ଜରିମାନା, ମାଇକ୍ରୋଚିପ୍ରେ ହେବ ମାଲିକଙ୍କ ପରିଚୟ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
3


