ARTICLE AD BOX
ଆଜିକାଲିର ବ୍ୟସ୍ତ ଓ ଧାଁଦୌଡ଼ ଭରା ଜୀବନଶୈଳୀରେ ନିଦ୍ରାହୀନତା ଏକ ବଡ଼ ସମସ୍ୟା ପାଲଟିଛି। ଆପଣ ଜାଣନ୍ତି କି, ଦାମ୍ପତ୍ୟ ଜୀବନରେ ଆପଣଙ୍କ ସାଥୀଙ୍କର ଖରାପ ନିଦ କେବଳ ତାଙ୍କୁ ନୁହେଁ, ବରଂ ଆପଣଙ୍କୁ ଏବଂ ଆପଣଙ୍କ ଖାଦ୍ୟପେୟକୁ ମଧ୍ୟ ପ୍ରଭାବିତ କରିଥାଏ? ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି। ଏହି ଗବେଷଣା ଅନୁସାରେ, ଯଦି ଜଣେ ବ୍ୟକ୍ତି ରାତିରେ ଠିକ୍ ଭାବେ ଶୋଇପାରନ୍ତି ନାହିଁ, ତେବେ ତାହାର ନକାରାତ୍ମକ ପ୍ରଭାବ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଖାଦ୍ୟ ଚୟନ ଓ ଭଲ ଖାଦ୍ୟ ଖାଇବା ଉପରେ ପଡ଼ିଥାଏ। ତଥ୍ୟ ଅନୁସାରେ, ନିକଟରେ କାନାଡ଼ାର କନ୍କୋର୍ଡିଆ ବିଶ୍ବବିଦ୍ୟାଳୟର ଏକ ଗବେଷକ ଦଳ ୨୦୪ ଯୋଡ଼ା ଦମ୍ପତିଙ୍କ ଉପରେ ଏଭଳି ଏକ ଅଧ୍ୟୟନ କରିଥିଲେ।
Weekly Horoscope 2026 September 20 to September 26: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଏହି ଅଧ୍ୟୟନ ଅନୁସାରେ, ଯେତେବେଳେ ଦମ୍ପତିଙ୍କ ମଧ୍ୟରୁ ଜଣଙ୍କର ନିଦ ଠିକ୍ ହୋଇନଥାଏ, ତେବେ ସ୍ବାଭାବିକ ଭାବେ ତାଙ୍କ ଖାଦ୍ୟ ଉପରେ ପ୍ରଭାବ ପଡ଼େ ଏବଂ ଶରୀରରେ ଶକ୍ତିର ଅଭାବ ଦେଖାଯାଏ। ଅପର ସାଥୀ ଉପରେ ଏହା ପ୍ରତିଫଳିତ ହୋଇଥାଏ। ଏହି ଶକ୍ତିର ଭରଣା ପାଇଁ ନିଜ ଅଜାଣତରେ ସେମାନେ ଅଧିକ କ୍ୟାଲୋରିଯୁକ୍ତ ତଥା ଜଙ୍କ୍ଫୁଡ୍ ଭଳି ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ଆକର୍ଷିତ ହୁଅନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତେବେଳେ ଜଣେ ସାଥୀ ଘରକୁ ଏଭଳି ଅସ୍ୱାସ୍ଥ୍ୟକର ଖାଦ୍ୟ ଆଣନ୍ତି, ଅନ୍ୟ ସାଥୀଜଣଙ୍କ ମଧ୍ୟ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏବଂ ତାହା ଖାଇବାକୁ ବାଧ୍ୟ ହୁଅନ୍ତି। ଏହାକୁ ବିଜ୍ଞାନ ଭାଷାରେ ‘ରିପଲ୍ ଇଫେକ୍ଟ୍’ ବା ଏକ ପ୍ରତିକ୍ରିୟାଶୀଳ ପ୍ରଭାବ ବୋଲି କୁହାଯାଉଛି। ଏହି ଅଧ୍ୟୟନ ଅନୁସାରେ, ନିଦ ଖରାପ ହେବା ଦ୍ୱାରା ଲୋକମାନଙ୍କର ଡାଏଟ୍ ବା ସୁସ୍ଥ ଖାଦ୍ୟ ଖାଇବାର ଇଚ୍ଛାଶକ୍ତି ଦୁର୍ବଳ ହୋଇଯାଏ। ଉଭୟ ସାଥୀ ମାନସିକ ସ୍ତରରେ ଭାବିବାକୁ ଲାଗନ୍ତି ଯେ, ସେମାନେ ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାଇବାରେ ସଫଳ ହୋଇପାରିବେ ନାହିଁ। ସେହିପରି ଦମ୍ପତି ଭିତରୁ ଜଣଙ୍କର ଚିଡ଼ିଚିଡ଼ାପଣ ବା ଥକ୍କାପଣ ଅନ୍ୟ ଜଣଙ୍କ ମନୋବଳକୁ ମଧ୍ୟ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ, ଏହି ସମସ୍ୟାର ସମାଧାନ ପାଇଁ ଦମ୍ପତିଙ୍କୁ ମିଳିତ ଭାବେ ପ୍ରୟାସ କରିବାକୁ ପଡ଼ିଥାଏ।
Rescue: ୨ ମା’ଛେଉଣ୍ଡ ଛୁଆଙ୍କୁ ବିକିଦେଲେ ୨ ବାପା; ସାହୁକାର ଘରୁ ଖସିଆସି ୨୦ କିମି ଚାଲିଲେ

1 week ago
6


