Sonam Wangchuk: ହସ୍ପିଟାଲରେ ପୁଲିସ ସହ ୱାଙ୍ଗଚୁକଙ୍କ ମୁହାଁମୁହିଁ ଭିଡିଓ ଭାଇରାଲ୍

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ୨୬ ଦିନର ଅନଶନ ପରେ ସୋନମ୍ ୱାଙ୍ଗଚୁକ୍ ଏବଂ ସଫଦରଜଙ୍ଗ ହସ୍ପିଟାଲ୍ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗରମାଗରମ୍ ଯୁକ୍ତିତର୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ୱାଙ୍ଗଚୁକ୍ ନିଜେ ଶୁକ୍ରବାର ରାତିରେ ୟୁଟ୍ୟୁବରେ ସେୟାର କରିଥିବା ଏହି ଭିଡିଓରେ ସେ ହସ୍ପିଟାଲ କର୍ମଚାରୀଙ୍କୁ "ମୋତେ ଗିରଫ କର, ନଚେତ୍ ଯିବାକୁ ଦିଅ" ବୋଲି କହିବା ସହ ଚାପ ଯୋଗୁଁ ମୃତ୍ୟୁ ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇ ହସ୍ପିଟାଲ ଚଟାଣରେ ଶୋଇ ପ୍ରତିବାଦ କରୁଥିବା ଦେଖାଯାଇଛି।

ଏହି ସମ୍ପର୍କରେ ସଫଦରଜଙ୍ଗ ହସ୍ପିଟାଲ୍ ପ୍ରଶାସନ ସ୍ପଷ୍ଟୀକରଣ ଦେଇ କହିଛି ଯେ, ଜୁଲାଇ ୨୧ ତାରିଖରେ ଦିଲ୍ଲୀ ହାଇକୋର୍ଟ ୱାଙ୍ଗଚୁକଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେ ତୁରନ୍ତ ବାହାରିବାକୁ ଜିଦ୍ ଧରିଥିଲେ। ମାତ୍ର କୋର୍ଟଙ୍କ ଲିଖିତ ନିର୍ଦ୍ଦେଶନାମା ହସ୍ପିଟାଲ ପାଖରେ ପହଞ୍ଚି ନଥିବାରୁ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ। ସନ୍ଧ୍ୟା ୬:୪୦ରେ ଲିଖିତ ଆଦେଶ ମିଳିବା କ୍ଷଣି ହିଁ ତାଙ୍କୁ ମେଦାନ୍ତ ଟିମ୍କୁ ହସ୍ତାନ୍ତର କରାଯାଇଥିଲା।

ଲଦାଖ ହିଂସା ପରେ ଗିରଫ ହେଲେ ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍‌

ଅପରପକ୍ଷରେ, ୱାଙ୍ଗଚୁକ୍ ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲରେ ତାଙ୍କୁ ଜଣେ ବନ୍ଦୀ ଭଳି ବ୍ୟବହାର କରାଯାଉଥିଲା ଏବଂ ଉତ୍ତର କୋରିଆ ଭଳି ପରିବେଶ ସୃଷ୍ଟି କରାଯାଇଥିଲା। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ କେନ୍ଦ୍ର ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ହିଁ ସେ ଅନଶନ ଭାଙ୍ଗିଥିବା ଏବଂ କୌଣସି ଗୁପ୍ତ ''ଡିଲ୍'' କରିନଥିବା ପୁନର୍ବାର ସ୍ପଷ୍ଟ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.