ARTICLE AD BOX
ନୂଆଦିଲ୍ଲୀ: ଦକ୍ଷତା ବ୍ୟବହାର କରନ୍ତୁ, ଟଙ୍କା ରୋଜଗାର କରନ୍ତୁ। ବର୍ତ୍ତମାନ ସମୟରେ ଯଦି ଦକ୍ଷତା ଅଛି, ତେବେ ରୋଜଗାର କରିବା ବହୁତ ସହଜ। ଡିଜିଟାଲ୍ ଯୁଗରେ ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ, ବରଂ ରୋଜଗାରର ଏକ ନୂଆ ରାସ୍ତା ପାଲଟିଛି। ଏହାର ଉଦାହରଣ ପାଲଟିଛନ୍ତି କଣ୍ଟେଣ୍ଟ କ୍ରିଏଟର ଜ୍ୟୋତିକା ସିଂହ। ନିୟମିତ ଚାକିରି ସହିତ କଣ୍ଟେଣ୍ଟ କ୍ରିଏସନ୍ ଓ ସାଇଡ୍ ବିଜନେସ୍ କରି ସେ ମାସକୁ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି।
ଜ୍ୟୋତିକାଙ୍କ ଅନୁଯାୟୀ, ଅକ୍ଟୋବର ମାସରେ ତାଙ୍କର ମୋଟ ଆୟ ୩.୩୨ ଲକ୍ଷ ଟଙ୍କା ହୋଇଛି। ଏଥିରୁ ଚାକିରିରୁ ୧.୧୫ ଲକ୍ଷ, କଣ୍ଟେଣ୍ଟ କ୍ରିଏସନ୍ରୁ ୧.୨୭ ଲକ୍ଷ ଏବଂ ବ୍ରାଣ୍ଡ କନ୍ସଲଟାନ୍ସିରୁ ୯୦ ହଜାର ଟଙ୍କା ମିଳିଛି। ଏହି ଆୟ ତଥ୍ୟ ସେ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ସେୟାର କରିଛନ୍ତି।
ଅତିରିକ୍ତ ରୋଜଗାର କରିବା ସମ୍ଭବ
ନିଜର ଅଭିଜ୍ଞତା ଓ ଦକ୍ଷତାକୁ ଆଧାର କରି ଜ୍ୟୋତିକା ବ୍ରାଣ୍ଡ କନ୍ସଲଟାନ୍ସି କାମ ଆରମ୍ଭ କରିଥିଲେ। ପ୍ରଥମେ ସେ ବିୟୁଟି ଓ ଫ୍ୟାଶନ୍ ସମ୍ପର୍କିତ ୧୦୦ଟି ବ୍ରାଣ୍ଡ ଚିହ୍ନଟ କରି ସେଗୁଡ଼ିକୁ ଇମେଲ୍ ପଠାଇଥିଲେ। ଏହି ଇମେଲ୍ରେ ସେ ନିଜର ସେବା ଓ କାର୍ଯ୍ୟଶୈଳୀ ବିଷୟରେ ଜଣାଇଥିଲେ। ତାଙ୍କ କାମରେ ସୋସିଆଲ ମିଡିଆ କଣ୍ଟେଣ୍ଟ ଯୋଜନା, ନୂଆ ଆଇଡିଆ, କଣ୍ଟେଣ୍ଟ ରଣନୀତି ଏବଂ ପୋଷ୍ଟ ପାଇଁ ଉପଯୁକ୍ତ ଫର୍ମାଟ୍ ପରାମର୍ଶ ଦେବା ସାମିଲ ରହିଛି। ଆରମ୍ଭରେ କିଛି ବ୍ରାଣ୍ଡ ତାଙ୍କୁ ୨ ହଜାରରୁ ୫ ହଜାର ଟଙ୍କା ଦେବାକୁ କହିଥିଲେ। କିନ୍ତୁ ସେ ନିଜ କାମର ମୂଲ୍ୟ ଅନୁସାରେ ପ୍ରତି ବ୍ରାଣ୍ଡ ପାଇଁ ୩୦ ହଜାର ଟଙ୍କା ଫି’ ଧାର୍ଯ୍ୟ କରିଥିଲେ।
Tesla carrer: ଟେସଲାରେ କାମ କରିବାକୁ ଦରକାର ଏହି ଯୋଗ୍ୟତା; ଆପଣ କେତେ ଯୋଗ୍ୟ ଜାଣନ୍ତୁ
ଶେଷରେ ତିନୋଟି ବ୍ରାଣ୍ଡ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଏହାଦ୍ୱାରା ମୋଟ ୯୦ ହଜାର ଟଙ୍କା ଆୟ ହୋଇଥିବା ସେ କହିଛନ୍ତି। ତେବେ ତୃତୀୟ ବ୍ରାଣ୍ଡରୁ ଦେୟ ଏପର୍ଯ୍ୟନ୍ତ ମିଳିନାହିଁ। ନିଜ ଅନୁଭୂତିରୁ ଜ୍ୟୋତିକା ଯୁବପିଢ଼ିଙ୍କୁ ନିଜ ଦକ୍ଷତା ଚିହ୍ନିବା ଏବଂ ତାହାକୁ ଆୟର ନୂଆ ମାଧ୍ୟମରେ ପରିଣତ କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ, ସଠିକ୍ ଯୋଜନା ଓ ନିରନ୍ତର ପ୍ରୟାସ ରହିଲେ ନିୟମିତ ଚାକିରି ସହିତ ମଧ୍ୟ ଅତିରିକ୍ତ ରୋଜଗାର କରିବା ସମ୍ଭବ।

22 minutes ago
1


