Snake: ସାପ ନେଉଛି ଜୀବନ: ଦଶବର୍ଷରେ ୬୩୫ ଜଣଙ୍କ ପ୍ରାଣହାନି

6 days ago 4
ARTICLE AD BOX

କେନ୍ଦୁଝର: ଖଣିଖାଦାନ, ଜଙ୍ଗଲ ଓ ପାହାଡ଼ ପାଇଁ ପରିଚିତ କେନ୍ଦୁଝର ଜିଲ୍ଲାରେ ସର୍ପାଘାତଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଗତ ୧୦ ବର୍ଷରେ ଜିଲ୍ଲାରେ ସାପକାମୁଡ଼ାରେ ୬୩୫ ଜଣଙ୍କ ଜୀବନ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ବିଶେଷ କରି ବର୍ଷାଦିନେ ସର୍ପାଘାତ ବିପଦ ଭୟଙ୍କର ହେଉଛି। ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାର, ଚାଷୀ ଓ ଦୁର୍ଗମ ଅଞ୍ଚଳର ବାସିନ୍ଦାମାନେ ଏହି ବିପଦର ସମ୍ମୁଖୀନ ହେଉଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୫-୧୬ରେ ୫୫ ଜଣଙ୍କ ଜୀବନ ନେଇଥିଲା ସାପ। ୨୦୧୬-୧୭ରେ ୪୮, ୨୦୧୭-୧୮ରେ ୫୬, ୨୦୧୮-୧୯ରେ ୭୦ ଓ ୨୦୧୯-୨୦ରେ ସର୍ବାଧିକ ୭୫ ଜଣ ସର୍ପଦଂଶନରେ ପ୍ରାଣ ହରାଇଥିଲେ। ୨୦୨୦-୨୧ରେ ୭୨, ୨୦୨୧-୨୨ରେ ୭୦, ୨୦୨୨-୨୩ରେ ୭୫, ୨୦୨୩-୨୪ରେ ୫୬ ଓ ୨୦୨୪-୨୫ରେ ୫୯ ଜଣଙ୍କର ମୃତ୍ୟୁ ଘଟିଛି। ସାପ କାମୁଡ଼ିଲେ ଜୀବନ ବଞ୍ଚାଇବା ପାଇଁ ସମୟ ହିଁ ସବୁଠୁ ବଡ଼ ଅସ୍ତ୍ର। ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସହ ଜୀବନରକ୍ଷାକାରୀ ‘ଆଣ୍ଟିସ୍ନେକ୍ ଭେନମ୍‌’ ଇଞ୍ଜେକ୍‌ସନ୍ ବ୍ୟବସ୍ଥା ରହିଛି। ତଥାପି ଅନେକ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟୁଛି ଦେଶୀ ଚିକିତ୍ସା। କେଉଁଠି ଝଡ଼ାଫୁଙ୍କା ତ ଆଉ କେଉଁଠି ସାପ କାମୁଡ଼ା ରୋଗୀଙ୍କୁ ଗୋବରଗାଡ଼ିଆରେ ପକାଇ ରଖିବା ଭଳି ଅନ୍ଧବିଶ୍ୱାସର ଆଶ୍ରୟ ନିଆଯାଉଛି।

Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ

ଅନେକ କ୍ଷେତ୍ରରେ ଦେଶୀ ଚିକିତ୍ସା ବିଫଳ ହେବା ପରେ ରୋଗୀଙ୍କୁ ହସ୍ପିଟାଲ୍‌ ନିଆଯାଉଛି। ସେତେବେଳକୁ ଅବସ୍ଥା ସଙ୍କଟାପନ୍ନ ହେଉଥିବାରୁ ଜୀବନ ବଞ୍ଚାଇବା କଷ୍ଟକର ହେଉଛି। ସାପ ବିଷଠାରୁ ଅଧିକ ଘାତକ ହେଉଛି ଚିକିତ୍ସାରେ ବିଳମ୍ବ ଓ ଅନ୍ଧବିଶ୍ୱାସ। ସାପ ଭୟ କେବଳ ଘର କିମ୍ବା ଜଙ୍ଗଲରେ ସୀମିତ ନାହିଁ, ବର୍ଷାଦିନେ ବିଦ୍ୟାଳୟ ପରିସରରେ ମଧ୍ୟ ସାପ ପଶିବାର ନଜିର ରହିଛି। ଜିଲ୍ଲାର ଦୁଇଟି ବିଦ୍ୟାଳୟରେ ସାପ କାମୁଡ଼ାରେ ୪ ଜଣଙ୍କ ମୃତ୍ୟୁ ଘଟିବା ଏହାର ଭୟାବହତାକୁ ଦର୍ଶାଉଛି। ବିଦ୍ୟାଳୟ ପରିସରକୁ ପରିଷ୍କାର ରଖିବା, ଘାସ ଓ ଅନାବନା ଗଛଲତା ସଫା କରିବା ଏବଂ ନିୟମିତ ଯାଞ୍ଚ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରୀୟ କମିଟିକୁ ମଧ୍ୟ ନିୟମିତ ବିଦ୍ୟାଳୟ ପରିଦର୍ଶନ ପାଇଁ କୁହାଯାଇଛି। ହେଲେ ଅନେକ ଶିକ୍ଷାନୁଷ୍ଠାନରେ ଏହି ନିର୍ଦ୍ଦେଶ ପାଳନ ହେଉନଥିବା ଅଭିଯୋଗ ରହିଛି। ସର୍ପାଘାତରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ମିଳୁଛି। କିନ୍ତୁ ସହାୟତାଠାରୁ ଅଧିକ ଜରୁରି ହେଉଛି ଜୀବନ ବଞ୍ଚାଇବା। ଏଥିପାଇଁ ଦୁର୍ଗମ ଅଞ୍ଚଳରେ ତୁରନ୍ତ ଚିକିତ୍ସା ସୁବିଧା ସହ ସର୍ପାଘାତ ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି।

Flood in Bhadrak: କମୁଛି ସାଳନ୍ଦୀ-ବୈତରଣୀର ବନ୍ୟାଜଳ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଧନେଶ୍ବର ସେଠୀ କହିଛନ୍ତି, ସାପ କାମୁଡ଼ିବା ପରେ ଆକ୍ରାନ୍ତଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଗଲେ ଜୀବନ ବଞ୍ଚାଇବା ସମ୍ଭବ। ହସ୍ପିଟାଲ ନେବାରେ ବିଳମ୍ବ ହେଲେ ଶରୀରରେ ବିଷର ପ୍ରଭାବ ବଢ଼ି ଅବସ୍ଥା ସଙ୍କଟାପନ୍ନ ହେବ। ସର୍ପାଘାତ ପରେ ଦେଶୀ ଚିକିତ୍ସା, ଚେଙ୍କ କିମ୍ବା ଝଡ଼ାଫୁଙ୍କାରେ ସମୟ ନଷ୍ଟ ନକରି ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନେବାକୁ ସେ ପରାମର୍ଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.