Snake Bite: ସାପ କାମୁଡ଼ାରେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସମରତ

1 month ago 11
ARTICLE AD BOX

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କନ୍ଦେଇମୁଣ୍ଡା ପାହାଡ଼ଟୋଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ନାବାଳକ ହେଲେ କେଶବ ବିଲୋରଙ୍କ ପୁଅ ସମରତ ବିଲୋର।

 (sambad.in) Snake bite death Photograph: (sambad.in)

କୁତ୍ରା:ସୁନ୍ଦରଗଡ଼ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କନ୍ଦେଇମୁଣ୍ଡା ପାହାଡ଼ଟୋଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ନାବାଳକ ହେଲେ କେଶବ ବିଲୋରଙ୍କ ପୁଅ ସମରତ ବିଲୋର।

ଶୋକାକୁଳ ପରିବେଶ ସୃଷ୍ଟି

ସୂଚନା ଅନୁଯାୟୀ, ସମରତ ସୋମବାର ରାତିରେ ନିଜ ବାପା ଓ ମା’ଙ୍କ ସହ ଘରେ ଖଟ ଉପରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୩ଟା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ସମରତଙ୍କୁ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମରତଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ମୃତ୍ୟୁର ପରିସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଛି।

Vigilance Raid: ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.