ARTICLE AD BOX
ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ଟ୍ରେଲର୍ ଲଞ୍ଚ୍ ପରେ ଏହାକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାର ମତାମତ ଦେଖିବାକୁ ମିଳୁଛି। କେହି କେହି ରାକୁଲ୍ ପ୍ରୀତିଙ୍କ ପରି ସୁନ୍ଦରୀ ଅଭିନେତ୍ରୀଙ୍କୁ ସୂର୍ପଣଖା ଭୂମିକାରେ ଗ୍ରହଣ କରିପାରୁନାହାନ୍ତି ତ ପୁଣି କେହି ମାଆ ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀଙ୍କୁ। ଏହାରି ଭିତରେ ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ରେ ସୀତା ଚରିତ୍ର ନିଭାଇଥିବା ଅଭିନେତ୍ରୀ ଦୀପିକା ଚିଖ୍ଲିଆ ନୀରବତା ଭଙ୍ଗ କରିଛନ୍ତି।
Neglect: ୬୪୨ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ, ୭୫୦ଟିରେ ଶୌଚାଳୟ
ଅନେକ ଲୋକ ସାଇ ପଲ୍ଲବୀଙ୍କୁ ସୀତା ଭୂମିକା ପାଇଁ ଉଚିତ ଚୟନ ମଣୁ ନଥିବା ବେଳେ ଦୀପିକା କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ମତ ପୋଷଣ କରିଛନ୍ତି। ଦୀପିକାଙ୍କ କହିବା ଅନୁସାରେ, ‘‘ରାମାନନ୍ଦ ସାଗରଙ୍କ ‘ରାମାୟଣ’ ସହ ଦର୍ଶକଙ୍କ ଭାବନା ଗଭୀର ଭାବେ ଜଡ଼ିତ ଥିଲା । ତେଣୁ ନୂଆ କଳାକାରଙ୍କୁ ସେହି ଚରିତ୍ରରେ ଦେଖିବାକୁ ଆରମ୍ଭରେ କିଛି ଲୋକଙ୍କ ପାଇଁ କଷ୍ଟକର ହେବା ସ୍ୱାଭାବିକ। କିନ୍ତୁ ଫିଲ୍ମ ରିଲିଜ୍ ହେବା ପରେ ସାଇ ପଲ୍ଲବୀଙ୍କ ଅଭିନୟ ଦେଖି ଦର୍ଶକଙ୍କ ଧାରଣା ବଦଳିଯିବ ବୋଲି ମୋର ବିଶ୍ବାସ।’’
LAC: ଭାରତ-ଚୀନ୍ ମଧ୍ୟରେ ଏଲ୍ଏସି ସ୍ଥିତିର ସମୀକ୍ଷା; ସୀମା ପରିଚାଳନା ଓ ସହଯୋଗ ଉପରେ ଆଲୋଚନା

1 month ago
10


