SIR: ଓଡ଼ିଶାରେ ଏସ୍‌ଆଇଆର୍‌ ଝଡ଼: କଂଗ୍ରେସ କର୍ମୀ-ପୁଲିସ ଧସ୍ତାଧସ୍ତି, ଲୋୟର ପିଏମ୍‌ଜିରେ ପିସିସିର ଧାରଣା

1 day ago 2
ARTICLE AD BOX

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଧ୍ୟାହ୍ନରେ ଏଡିଏମ୍‌ କାର୍ଯ୍ୟାଳୟଠାରୁ ଏକ ବିଶାଳ ଶୋଭାଯାତ୍ରା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଆଗକୁ ବଢ଼ିଥିଲା। ତେବେ ସେଚ ସଦନ ନିକଟରେ ପୁଲିସ ବ୍ୟାରିକେଡ୍‌ରେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା। ସେଠାରେ କଂଗ୍ରେସ କର୍ମୀ-ପୁଲିସ ଭିତରେ ଧସ୍ତାଧସ୍ତି ହୋଇଥିଲା। ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ବହୁ କର୍ମୀଙ୍କୁ ପୁଲିସ ଗିରଫ କରିଥିଲା। 

Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା

ଲୋୟର ପିଏମ୍‌ଜିରେ ପିସିସିର ଧାରଣା
ସିଇସି ବିଦା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ: ଭକ୍ତ

ଏହି ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ, ଗତ ୩ବର୍ଷ ହେଲା ‘ଭୋଟ୍‌ ଚୋରି’ ହେଉଥିବା ନେଇ ରାହୁଲ ଗାନ୍ଧୀ କହି ଆସୁଛନ୍ତି। ଦେଶର ନିର୍ବାଚନ ପ୍ରକ୍ରିୟାକୁ ‘ଚୋରି’ କରିବାକୁ ମୋଦୀ ସରକାର ନିର୍ବାଚନ ଆୟୋଗକୁ ଅସ୍ତ୍ରଭାବେ ବ୍ୟବହାର କରୁଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି) ଜ୍ଞାନେଶ କୁମାର ବିଜେପି ସରକାରର ହାତବାରିସି ସାଜି ଦେଶବ୍ୟାପୀ ତ୍ରୁଟିପୂର୍ଣ୍ଣ ସଘନ ସ୍ବତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍‌) କରାଇ ଦେଶର ଗାଣତନ୍ତ୍ରିକ ବିଧିବ୍ୟବସ୍ଥାକୁ ହତ୍ୟା କରିବା ପ୍ରମାଣିତ ହୋଇଛି। କ୍ୟାବିନେଟ୍ ସଚିବଙ୍କୁ ଲେଖାଯାଇଥିବା ଦୁଇ କମିସନରଙ୍କ ଚିଠିରେ ଅଭିଯୋଗ କରାଯାଇଛି ଯେ ସିଇସି ଲୋକ ପ୍ରତିନିଧିତ୍ୱ ଅଧିନିୟମ, ୧୯୫୦ ଓ ଭୋଟର ପଞ୍ଜୀକରଣ ନିୟମାବଳୀ, ୧୯୬୦କୁ ଉଲ୍ଲଂଘନ କରିଛନ୍ତି। ସିଇସିଙ୍କୁ ଆଇନ ବିରୋଧରେ କାର୍ଯ୍ୟ କରିବା ପାଇଁ କିଏ ରାଜନୈତିକ ସୁରକ୍ଷା ପ୍ରଦାନ କଲା ? ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ ନିର୍ବାଚନ ଆୟୋଗ ପକ୍ଷରୁ ସଫେଇ ଦିଆଯାଇଛି। ଆୟୁକ୍ତମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଥିଲେ ମଧ୍ୟ ସର୍ବସମ୍ମତ ମତରେ ନିଷ୍ପତ୍ତିଗୁଡ଼ିକ ନିଆଯାଇଛି ବୋଲି ଆୟୋଗ ସଫେଇ ଦେଇଛନ୍ତି। ଯଦି କ୍ୟାବିନେଟ ସଚିବଙ୍କ ପାଖରେ ଦୁଇ ଆୟୁକ୍ତଙ୍କୁ ଫେରାଦ ହେବାକୁ ପଡ଼ିଲା, ସଂପୃକ୍ତ ନିଷ୍ପତ୍ତି ସର୍ବସମ୍ମତ ହେଲା କିପରି?

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

ଅପରାହ୍‌ଣରେ ଶ୍ରୀ ଦାସଙ୍କ ନେତୃତ୍ବରେ ଲୋୟର ପିଏମ୍‌ଜିରେ ପିସିସି ପକ୍ଷରୁ ଗଣଧାରଣା ଆରମ୍ଭ ହୋଇଥିଲା। ତେବେ ଶ୍ରୀ ଦାସ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ସିଇସି ଶ୍ରୀ କୁମାର ବିଦା ନ ହେଲା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଚାଲିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ସାଂସଦ ଅନନ୍ତ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ନକୁଳ ନାଏକ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ସୁରେଶ ରାଉତରାୟ, ବିଧାୟକ ତାରାପ୍ରସାଦ ବାହିନୀପତି, ସିଏସ ରାଜନ ଏକ୍କା, ଅଶୋକ ଦାସ, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ମିନାକ୍ଷୀ ବାହିନୀପତି, ଅରବିନ୍ଦ ଦାସ, ସିଦ୍ଧାର୍ଥ ଦାସ, ପ୍ରକାଶ ଜେନା, ମାନସ ଆଚାର୍ଯ୍ୟ, ଶୁଭେନ୍ଦୁ ମହାନ୍ତି, ରଞ୍ଜିତ ପାତ୍ର, ବିଭୂତି ଭୂଷଣ ମହାପାତ୍ର, କିଶୋର ଜେନା, ରାଜୀବ ପଟ୍ଟନାୟକ, ବିଶ୍ୱଜିତ ଦାଶ, ରଜନୀ ମହାନ୍ତି, ଶିଳ୍ପୀ ହରିଚନ୍ଦନ, ଶ୍ରୀୟା ପଣ୍ଡା, ଶିବାନନ୍ଦ ରାୟ, ବିଶ୍ୱରଞ୍ଜନ ମହାନ୍ତି, ଜୟଶ୍ରୀ ପାତ୍ର ଓ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଜ୍ଞାନେଶଙ୍କ ଇସ୍ତଫା ମାଗିଲେ ନବୀନ

ଭୁବନେଶ୍ବର: ଦେଶର ମୁଖ୍ୟ ନିର୍ବାଚନ କମିସନର୍‌ ଜ୍ଞାନେଶ କୁମାରଙ୍କୁ ନେଇ ଏବେ ସାରା ଦେଶର ରାଜନୀତି ସରଗରମ। ସବୁ ବିରୋଧୀ ଦଳ ତାଙ୍କର ଇସ୍ତଫା ଦାବି କରୁଥିଲା ବେଳେ ସେଥିରେ ସ୍ବର ମିଶାଇଛି ବିଜେଡି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସିଧାସଳଖ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏସ୍‌ଆଇଆର୍‌କୁ ବିଜେଡି ଆରମ୍ଭରୁ ବିରୋଧ କରୁଛି ଏବଂ ଏହାର ପୁନଃ ସମୀକ୍ଷା ଆବଶ୍ୟକ ବୋଲି କହିଛନ୍ତି। 

UPI ଶୁଳ୍କ ସରକାରଙ୍କ ଖାତାକୁ ଆସିବନି: ନିର୍ମଳା

ଆଜି ବିଧାନସଭା ପରିସରରେ ଗଣମାଧ୍ୟମରେ ନବୀନ ଏହି ପ୍ରତିକ୍ରିୟା ରଖିବା ସହ ଏମଏମଡିଆର୍‌ ସଂ‌ଶୋଧନ ବିଲ୍‌ ଉପରେ ମଧ୍ୟ ମତ ରଖିଥିଲେ। ସେ କହିଥିଲେ, ଏହି ବିଲ୍‌ ଲାଗୁ ହେଲେ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ରାଜସ୍ବ ପ୍ରଭାବିତ ହୋଇପାରେ। ଏଥି ସହ ସଂସଦରେ ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ବିଲ୍‌କୁ କିପରି ସମର୍ଥନ କଲେ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଏହି ଆଇନର ପୁନଃ ସମୀକ୍ଷା ଆବଶ୍ୟକ ବୋଲି ସେ ଦାବି କରିଥିଲେ। 
ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଓଡ଼ିଶାରେ ଏସ୍‌ଆଇଆର୍‌ ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ସନ୍ଦେହ ପ୍ରକଟ କରାଯାଇଛି। ଶଙ୍ଖ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ବିଜୟ ନାୟକ ଓ ମୁଖପାତ୍ର ଲେନିନ ମହାନ୍ତି କହିଲେ, ଜ୍ଞାନେଶ କୁମାରଙ୍କର ମୁଖ୍ୟ ନିର୍ବାଚନ କମିସନରଙ୍କର ଦାୟିତ୍ବରେ ରହିବାର ନୈତିକ ଅଧିକାର ନାହିଁ। ଓଡ଼ିଶାରେ ଏସ୍‌ଆଇଆର-୨୦୨୬ ପ୍ରକ୍ରିୟାରେ ଅନିୟମିତତା ହୋଇଛି। ଏହାକୁ ନେଇ ବିଜେଡି ବାରମ୍ବାର ଅଭିଯୋଗ କରିଆସିଛି। ହେଲେ ଏବେ ବିଜେପି ନେତାମାନେ ନିର୍ବାଚନ କମିସନରଙ୍କ ମୁଖପାତ୍ର ସାଜିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଏସ୍ଆଇଆର ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ବିଜେପି ଇଙ୍ଗିତରେ ହିଁ ହୋଇଛି ବୋଲି ନେତାମାନେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.