ARTICLE AD BOX
ନୂଆଦିଲ୍ଲୀ: ସ୍ବତନ୍ତ୍ର ଭୋଟର ତାଲିକା (ଏସ୍ଆଇଆର୍) ବିବାଦ ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ୪୮ ଘଣ୍ଟା ଭିତରେ ଇସ୍ତଫା ଦିଅନ୍ତି ବୋଲି କକ୍ରୋଚ ଜନତା ପାର୍ଟି (ସିଜେପି) ଦାବି କରିଛି। ଯଦି ଜ୍ଞାନେଶ କୁମାର ୪୮ ଘଣ୍ଟା ଭିତରେ ଇସ୍ତଫା ନଦିଅନ୍ତି ତାହା ହେଲେ ଦେଶସାରା ଆନ୍ଦୋଳନ କରିବାକୁ ସିଜେପି ଧମକ ଦେଇଛି। ଏସ୍ଆଇଆର୍ ଓ ଅନ୍ୟ ନିର୍ବାଚନୀ ଅନିୟମିତତାକୁ ନେଇ ନିର୍ବାଚନ କମିଶନରମାନଙ୍କ ମଧ୍ୟରେ ମତଭେଦ ଉପରେ ଇଂରାଜୀ ଦୈନିକ ଖବରକାଗଜ ‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ରିପୋର୍ଟ ପରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିଜେପି ଆଗାମୀ ସମସ୍ତ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ମଧ୍ୟ ଦାବି କରିଛି।
୪୮ ଘଣ୍ଟା ଭିତରେ ଇସ୍ତଫା ଦାବି
ସିଜେପିର ପ୍ରତିଷ୍ଠାତା ତଥା ସଂଯୋଜକ ଅଭିଜିତ ଦୀପକେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ତାଙ୍କ ସଂଗଠନ ନୂଆଦିଲ୍ଲୀ ଓ ଦେଶବ୍ୟାପୀ ପ୍ରତିବାଦ ସଭା କରିବ। ସିଜେପିର ସହ-ସଂଯୋଜକ ସୌରଭ ଦାସ ତିନୋଟି ଦାବି ଉପସ୍ଥାପନ କରିଥିଲେ, ସିଇସିଙ୍କ ଇସ୍ତଫା, ଜ୍ଞାନେଶ କୁମାରଙ୍କୁ ନିର୍ଦ୍ଦେଶ ଦେଉଥିବା ଲୋକଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଓ ଆଗାମୀ ସମସ୍ତ ନିର୍ବାଚନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ସିଜେପି ଆହୁରି ମଧ୍ୟ ଦାବି କରିଛି ଯେ, ନିର୍ବାଚନ ପାଇଁ ୨୦୨୫ ଭୋଟର ତାଲିକା ଆଧାର ହେଉ, ଏସ୍ଆଇଆର୍-ସମ୍ବନ୍ଧିତ ଫାଇଲଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନେତୃତ୍ୱାଧୀନ କମିଟିର ହେପାଜତରେ ରଖାଯାଉ ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନିୟନ୍ତ୍ରଣ କରୁଥିବା ଆଇନକୁ ରଦ୍ଦ କରାଯାଉ।
ସିଜେପି କର୍ମକର୍ତ୍ତା କହିଛନ୍ତି, ଦେଶରେ ସରକାରୀ ସ୍କୁଲ ଉପରେ ସେମାନଙ୍କ ‘ସ୍କୁଲ ଠିକ୍ କରୋ’ ଅଭିଯାନବେଳେ ଲୋକମାନେ ‘ଭୋଟ ଚୋରି’ ହେଉଥିବା ଅଭିଯୋଗ କରୁଛନ୍ତି। ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ନିଯୁକ୍ତ କରାଯିବା ପରଠାରୁ ବିଭିନ୍ନ ରାଜ୍ୟରେ ବିଜେପିର ଭୋଟ ହାର ବୃଦ୍ଧି ପାଇଛି ବୋଲି ସିଜେପି ଅଭିଯୋଗ କରିଛି। ଦୀପକେ ଅଭିଯୋଗ କରିଛନ୍ତି ଯେ, ଜ୍ଞାନେଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି। ସିଜେପିର ଅନ୍ୟ ସହ-ସଂଯୋଜକ ଆଶୁତୋଷ ରାଙ୍କା କହିଛନ୍ତି ଯେ, ନିର୍ବାଚନ ଅନିୟମିତତା ବିରୋଧରେ ସମସ୍ତଙ୍କୁ ରାସ୍ତାକୁ ଓହ୍ଲାଇବାର ଆବଶ୍ୟକତା ରହିଛି। ସେ ଜେନ୍ ଜି ଓ ଅନ୍ୟ ସାମାଜିକ ଗୋଷ୍ଠୀମାନଙ୍କୁ ପ୍ରସ୍ତାବିତ ପ୍ରତିବାଦରେ ଯୋଗଦେବାକୁ ନିବେଦନ କରିଛନ୍ତି।
ଏନ୍ବିଇଏମ୍ଏସ୍ ଅଫିସିଆଲ ୱେବସାଇଟ୍ରେ ଯାଞ୍ଚ କରିପାରିବେ ପରୀକ୍ଷା ଫଳ

4 days ago
5


