ARTICLE AD BOX
କଟକ: କୌଣସି ମୁହୂର୍ତ୍ତରେ ଗିରଫ ହୋଇ ପାରନ୍ତି ସୌରୀନ। ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି। ନିମ୍ନ ଅଦାଲତଙ୍କ ପକ୍ଷରୁ ସୌରିନ୍ ଭଟ୍ଟଙ୍କ ବିରୋଧରେ ଲାଗୁ ହୋଇଥୁବା ଜାମିନ୍ ବିହୀନ ପରୱାନା( NBW) ଉପରେ ହାଇକୋର୍ଟ ଜାରି କରିଥିବା ରହିତାଦେଶକୁ ହଟାଇଦେଇଛନ୍ତି।
Karnnataka: ଜେଲ୍ରେ ଥିବା କର୍ଣ୍ଣାଟକ ଅଧିକାରୀ ହସ୍ପିଟାଲ୍ର ଭିଆଇପି ୱାର୍ଡରେ ମହିଳାଙ୍କ ସହ ଧରାପଡ଼ିଲେ
କଟକର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ଓ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ନେଇ ଫେରାଇନଥିବା ଅଭିଯୋଗ ରହିଛି। ଏହି ମାମଲାରେ ନିମ୍ନ ଅଦାଲତ ଏନ୍ବିଡବ୍ଲୁ ଜାରି କରିଥିଲେ। ଏହି ନିର୍ଦ୍ଦେଶ ଉପରେ ସୌରୀନଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ରହିତାଦେଶ ଜାରିକରିଥିଲେ। ଏହି ରହିତାଦେଶକୁ ହାଇକୋର୍ଟ ସମ୍ପ୍ରତି ହଟାଇଦେଇଛନ୍ତି।
Hotel Owner Arrested ମହିଳାଙ୍କୁ ଆକ୍ରମଣ କରି ହୋଟେଲ୍ ମାଲିକ ଗିରଫ
ପୂର୍ବରୁ ହାଇକୋର୍ଟ ରହିତାଦେଶ ଜାରି କରି ସୌରୀନଙ୍କୁ ନିମ୍ନ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସୌରୀନ ଗତ ୨୦ ତାରିଖରେ କୋର୍ଟ ରେ ହାଜର ହେବା ପାଇଁ ତାଙ୍କ ଓକିଲ ହାଇକୋର୍ଟ ଙ୍କୁ ଅବଗତ କରିଥିଲେ ହେଲେ ହାଜର ନହେବାରୁ ହାଇକୋର୍ଟ ରହିତାଦେଶ ଉଠାଇ ଦେଇଛନ୍ତି। ଅଦାଲତରେ କିପରି ସୌରିନ୍ ଭଟ୍ଟ ହାଜର ହେବେ ସେନେଇ ନିମ୍ନ ଅଦାଲତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମାମଲାର ବିଚାର କରି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସେହିଭଳି ସୌରୀନ ଙ୍କୁ ଗିରଫ କରିବା ପାଇଁ ସଜବାଜ ପୋଲିସ ହେଉଥିବା ବେଳେ କୋର୍ଟ ଙ୍କ ନିର୍ଦ୍ଦେଶ କୁ ଅପେକ୍ଷା କରାଯାଇଛି ବୋଲି ଜୋନ ୨ ଏ ସି ପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି।
Hotel Owner Surrender: ଅଳିଆ ଫିଙ୍ଗାକୁ ନେଇ ମହିଳାଙ୍କୁ ହାଣି ପୁଲିସରେ ଆତ୍ମସମର୍ପଣ କଲେ ହୋଟେଲ ମାଲିକ
ଏନେଇ କଟକ ପୁଲିସ ପଶ୍ଚମବଙ୍ଗର ବାଲିଗଞ୍ଜ ଥାନା ପୁଲିସକୁ ଅବଗତ କରାଇଛି। ଯେହେତୁ ବାଳିଗଞ୍ଜ ଥାନା ଅଞ୍ଚଳରେ ସୌରୀନଙ୍କ ଘର ତେଣୁ ଆବଶ୍ୟକ ପଡ଼ିଲେ ସ୍ଥାନୀୟ ପୁଲିସ ତାଙ୍କ ଘରେ ଲଟକା ଲଗାଇପାରେ ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି।

1 hour ago
1


