ARTICLE AD BOX
ନାଗୋୟା: ଭାରତୀୟ ଭାରୋତ୍ତୋଳିକା ମୀରାବାଇ ଚାନୁ ଚଳିତ ଏସୀୟ କ୍ରୀଡ଼ା ମହିଳା ଭାରୋତ୍ତୋଳନର ୪୯ କିଲୋଗ୍ରାମ୍ ବର୍ଗରେ ରୌପ୍ୟ ପଦକ ଜିତି ନିଜର ଉଲ୍ଲେଖନୀୟ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ଏହା ୨୯ ବର୍ଷୀୟା ମୀରବାଇଙ୍କ ପ୍ରଥମ ଏସୀୟ କ୍ରୀଡ଼ା ପଦକ। ବୁଧବାର ମୀରାବାଇ ୮୭ କେଜି ସ୍ନାଚ୍ ଓ ୧୧୧ କେଜି କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୧୯୮ କେଜି ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।
୧୯୮ କେଜି ଭାର ଉଠାଇ ଦ୍ବିତୀୟ ସ୍ଥାନରେ
ଏଥିସହ ମୀରାବାଇ ଦ୍ବିତୀୟ ଭାରତୀୟ ଭାରୋତ୍ତୋଳିକା ଭାବେ ସମସ୍ତ ବଡ଼ ଅନ୍ତର୍ଜାତୀୟ ଇଭେଣ୍ଟ୍ (ଅଲିମ୍ପିକ୍ସ, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ବ ପ୍ରତିଯୋଗିତା, ଏସୀୟ ଓ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା)ରେ ପଦକ ଜିତିବାରେ ସଫଳ ହୋଇଛନ୍ତି। ପୂର୍ବରୁ ଭାରତୀୟ ଭାରୋତ୍ତୋଳିକା ଭାବେ କେବଳ କର୍ଣ୍ଣାମ ମାଲେଶ୍ବରୀ ଏହି ସଫଳତା ପାଇଥିଲେ। ଉତ୍ତର କୋରିଆର ରି ସଙ୍ଗ ଗମ୍ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲେ। ସେ ୨୧୦ (୯୪ କେଜି ସ୍ନାଚ୍, ୧୨୧ କେଜି କ୍ଲିନ୍ ଓ ଜର୍କ) କେଜି ଭାର ଉଠାଇଥିଲେ। ଇଣ୍ଡୋନେସିଆର ଲଲୁକ ଡାଇନା ତ୍ରି ୱିଜାୟାନା ୧୯୧ (୮୮ କେଜି ସ୍ନାଚ୍, ୧୦୩ କେଜି କ୍ଲିନ୍ ଆଣ୍ଡ୍ ଜର୍କ) କେଜି ଭାର ଉଠାଇ କାଂସ୍ୟ ପାଇଥିଲେ।

5 days ago
5


